Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ହଜିଗଲା ମାନବିକତା- ସୋରରେ ମାନସିକ ଭିନ୍ନକ୍ଷମ ମହିଳା ଓ ପୁରୁଷଙ୍କୁ ବିବାହ ସହ ଟିକ୍‌ଟିକ୍‌ ଭିଡିଓକୁ କଲେ ଭାଇରାଲ୍‌

25/12/2019 at 2:51 PM

ସୋର ୨୫।୧୨: ସମାଜରେ ଯେପରି ମଣିଷ ପଣିଆ ହଜିଗଲାଣି  । କାହାର ବିବଶତା ଓ ଅଜ୍ଞତା ପ୍ରତି ଯେପରି କିଛି ଲୋକଙ୍କର ସମବେଦନା ନାହିଁ । ଦେଖନ୍ତୁ ଏହି ଚିତ୍ରକୁ। ଯେଉଁଠି ଦୁଇଜଣ ମାନସିକ ଓ ଶାରିରୀକ ଭାବେ ଅକ୍ଷମ ବ୍ୟକ୍ତିଙ୍କୁ ଲୋକେ ଜୋର ଜବରଦସ୍ତ ବିବାହ କରାଇବା ସହ ବଜାର ବୁଲାଇଛନ୍ତି । ଆଉ ଏହାର ମଜା ଉଠାଉଛନ୍ତି । ବାଲେଶ୍ବର ବାହାନଗା ଗୋପାଳପୁର ବଜାରର ଘଟିଛି ଏଭଳି ଘଟଣା।

ସୂଚନାଯୋଗ୍ୟ ଯେ, ବାହାନଗା ଗୋପାଳପୁର ବଜାରର ଦୀର୍ଘ ୪୦ବର୍ଷ ଧରି ଏହି ବୟଷ୍କ ମାନସିକ ଓ ଶାରୀରିକ  ଭିନ୍ନକ୍ଷମ ବ୍ୟକ୍ତି ରହୁଛନ୍ତି । ସେ ବିଭିନ୍ନ ଦୋକାନରେ କାମକରି ପେଟ ପୋସନ୍ତି । ସେହିପରି କିଛିଦିନ ତଳେ ବଜାରରେ ଜଣେ ମନସିକ ଭିନ୍ନକ୍ଷମ ମହିଳାଙ୍କୁ ଦେଖିବାକୁ ମିଳିଥିଲା । ସେ ବଜାରରେ ମାଗିଯାଚି ଯାହା ମିଳେ ସେଥିରେ ଚଳନ୍ତି । ତେବେ ବୁଧବାର ସକାଳେ କିଛି ଲୋକ ସେମାନଙ୍କୁ ଧରି ସର୍ବସମ୍ମୁଖରେ ବିବାହ କରାଇଦେଇଥିଲେ । ପରେ ଉଭୟଙ୍କୁ ଧରି ବଜାର ବୁଲାଇଥିଲେ ।

ଏମିତି କିଛି ଲୋକ ଦୁଇଜଣଙ୍କର ଟିକଟକ୍ ଭିଡିଓ କରି ସୋସିଆଲ ମଡିଆରେ ମଜାକ ଉଡାଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଏହି ଅମାନବିୟ ଘଟଣାକୁ କେହି ବାରଣ ମଧ୍ୟ କରିନଥିଲେ ଯାହା ମାନବାଧିକାର ବିରୋଧି ବୋଲି ଅନେକ ବୁଦ୍ଧିଯିବି କହିବା ସହ ଯେଉଁ ମାନେ ଏପରି କାମ କରିଛନ୍ତି । ସେମାନଙ୍କ ଵିରୋଧରେ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ଉଠିଛି ।

   Related Posts