Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ମାନସିକ ରୋଗରେ ଆକ୍ରାନ୍ତ ହୋଇ ନିଖୋଜ ଥିବା ୨୨ବର୍ଷ ଯୁବତୀ ୬ବର୍ଷ ପରେ ଭେଟିଲେ ତାଙ୍କ ବାପାଙ୍କୁ ଆଉ ତା’ ପରେ କ’ଣ ହେଲା ଜାଣନ୍ତୁ…

22/10/2019 at 3:31 PM

ଜୟପୁର ୨୨|୧୦: ମାନସିକ ରୋଗରେ ଆକ୍ରାନ୍ତ ହୋଇ ନିଖୋଜ ହେବାର ଦୀର୍ଘ ୫ବର୍ଷ ପରେ ପରସ୍ପରକୁ ଭେଟିବାର ସୁଯୋଗ ପାଇଲେ ବାପ-ଝିଅ। ଆନନ୍ଦରେ ଉଭୟଙ୍କ ଆଖିରୁ ଝରି ଆସୁଥିଲା ଲୁହ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ଆଇନ ସେବା ପ୍ରାଧିକରଣ କେନ୍ଦ୍ରରେ।

ନୂଆପଡା ଅଂଚଳର ୨୨ ବର୍ଷ ବୟସ୍କା ଯୁବତୀ ରଇମତି ବିବାହର କିଛି ଦିନ ପରେ ହଠାତ୍ ମାନସିକ ରୋଗରେ ଆକ୍ରାନ୍ତ ହୋଇ ନିଖୋଜ ହୋଇ ଯାଇଥିଲେ।ତେବେ କୋରାପୁଟ ରେଳ ଷ୍ଟେସନରୁ ଉଦ୍ଧାର ପରେ ତାଙ୍କର କୋରାପୁଟରେ ୫ ବର୍ଷ ହେଲା ଚିକିତ୍ସା ଚାଲିଥିଲା।ଆଉ ଏବେ ସେ ସୁସ୍ଥ ହେବା ପରେ ରଈମତିଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ନିଖୋଜ ପରେ ଉଦ୍ଧାର ହୋଇ ଘରକୁ ଫେରିଲେ ନୂଆପଡାର ୨୨ ବର୍ଷୀୟ ଯୁବତୀ ରଇମତି। ଆଉ ଯେଉଁ ଘରୁ ନିଖୋଜ ହୋଇଥିଲେ ସେଠାକୁ ଫେରିବାକୁ ଲାଗିଗଲା ପୁରା ୫ ବର୍ଷ।ବରଗଡରୁ ନିଖୋଜ ହୋଇ  ନୂଆଁପଡା ଫେରିଲେ କିନ୍ତୁ ଭାୟା ଥିଲା କୋରାପୁଟ।ଆଉ ନିଖୋଜର ୫ ବର୍ଷ ପରେ ଏହା ହେଉଛି ବାପା ଝିଅ ପରସ୍ପରରୁ ଭେଟିବାର ଦୃଶ୍ୟ।ସ୍ଥାନ ହେଉଛି ଜୟପୁର ଆଇନ ସେବା ପ୍ରାଧିକରଣ କେନ୍ଦ୍ର।

୫ବର୍ଷ ତଳେ କୋରାପୁଟ ରେଳ ଷ୍ଟେସନରୁ ଉଦ୍ଧାର ହୋଇ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ କେନ୍ଦ୍ରରେ ରହୁଥିଲେ ରଈମତି ।ଆଉ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ବି ଚାଲିଥିଲା ତାଙ୍କର।ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି।ଆଉ ବାପା ଝିଅ ପରସ୍ପରକୁ ଭେଟିବା ପରେ ଉଭୟଙ୍କ ଆଖିରୁ ଝରି ଆସିଥିଲା ଖୁସିର ଲୁହ।

ରଈମତିଙ୍କ ଘର ନୂଆଁପଡାର ଜଙ୍ଗ ଥାନା ଅଂଚଳର। ୬ବର୍ଷ ତଳେ ସେ ବରଗଡ ଜିଲ୍ଲାରେ ବିବାହ କରିଥିଲେ।ତେବେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ସେ ହଠାତ୍ ଘରୁ ନିଖୋଜ ହୋଈଯାଇଥିବା ନେଇ ଶ୍ବଶୁର ଘର ଲୋକ ରଈମତିଙ୍କ ପରିବାରକୁ ଜଣାଇଥିଲେ।ହେଲେ ବହୁ ଖୋଜାଖୋଜି ପରେ ବି ରଇମତିଙ୍କ ସନ୍ଧାନ ପାଇନଥିଲେ।ତେଣୁ ରଇମତିଙ୍କୁ ଫେରି ପାଇବା ଆଶା ଛାଡି ଦେଈଥିଲେ ପରିବାର ଲୋକ।

ଆଉ ଏହାରି ମଧ୍ୟରେ କୋରାପୁଟରେ ରଇମତି ଚିକିତ୍ସା ହୋଇ ସୁସ୍ଥ ହୋଇଯାଇଥିଲେ ବି ପରିବାର ଲୋକଙ୍କ ପରିଚୟ ମିଳି ପାରୁନଥିଲା।ତେବେ ଜିଲ୍ଲା ଆଈନ ସେବା ପ୍ରାଧିକରଣର ଏକ ଟିମ ରଈମତିଙ୍କୁ ଭେଟିବା ପରେ  ତାଠାରୁ ସମ୍ପୂର୍ଣ୍ଣ ତଥ୍ୟ ନେଇ ପରିବାରଙ୍କୁ ଖୋଜି ବାହାର କରିଥିଲେ।ଆଉ ଆଇନ ଅନୁସାରେ ସମସ୍ତ ପ୍ରକ୍ରିୟା ଶେଷ ପରେ       ରଈମତକୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଛି। ରଇମତି ତ ସୁସ୍ଥ ହୋଇ ଘରକୁ ଫେରିଲେ।ତେବେ ଶ୍ବଶୁର ଘର  ରଇମତିକୁ କେବେ ଆପଣାଉଛନ୍ତି ତାକୁ ହିଁ ରଇମତିଙ୍କ ଅପେକ୍ଷା।

   Related Posts