ମା ହେଲେ ମାନସିକ ଅନଗ୍ରସର ଦୁଷ୍କର୍ମ ପୀଡିତା ମହିଳା : ନା ମାନେ ନା

Published By : Prameya-News7 Bureau | July 02, 2018 IST

କେତେ ଅସହାୟ ଆମ ସଭ୍ୟ ସମାଜରେ ମହିଳା। ସବୁ ଜାଣି ବୁଝି ମଧ୍ୟ କେତେ ନୀଚ୍ଚ ସ୍ତରକୁ ଚାଲିଯାଏ ସଭ୍ୟ ମଣିଷ। ଆମେ କହୁଛୁ ଜଣେ ମାନସିକ ଅନଗ୍ରସର ମହିଳାର କଥା। ଏଇ ନିକଟରେ ସେ ମା ହୋଇଛନ୍ତି ମହିଳା ଜଣକ । ବେଲଜ୍ୟା କାମୁକର ଶିକାର ହୋଇ ସେ ଗୋଟିଏ ଝିଅ ଜନ୍ମ କରିଛନ୍ତି । ଅନଗୁଳ ରେଙ୍ଗାଳି ଅଂଚଳରେ ଏଣତଣେ ବୁଲୁ ଥିବା ଜଣେ ମହିଳାଙ୍କୁ କେହି ଶାରୀରିକ ସମ୍ପର୍କ ରଖି ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ନିଜର ଯତ୍ନ ନେଇ ଜାଣି ନଥିବା ମହିଳା ଏଭଳି କାମୁକର ଶିକାର ହୋଇଛନ୍ତି । ଖବର ପାଇ ଆଶାକର୍ମୀ ବାରକୋଟ ରୁ ଉଦ୍ଦାର କାରି ଏବେ ଉଭୟ ମା ଏବଂ ଛୁଆକୁ ଅନଗୁଳ ମେଡିକାଲରେ ଭର୍ତ୍ତି କରିଛନ୍ତି । ଛୁଆର ଓଜନ କମ ଅଛି ତାକୁ ଏସ.ଏନ.ୟୁ ରେ ରଖାଯାଇଛି। କିନ୍ତୁ ଦେଖନ୍ତୁ ମାଆର ମମତା, ଛୁଆକୁ ବାହାରେ ଜଗି ରହିଛି ପାଗେଳି। ଝିଅକୁ ଦେଖିବା ପାଇଁ ତା ମନରେ ବହୁତ ଆଗ୍ରହ। କାରଣ ସେ ଜଣେ ମାଆ । ବେଳେ ବେଳେ ହସୁଛି, ମନେ ମନେ ଗୁରୁଗୁରୁ ମଧ୍ୟ ହେଉଛି। ଖବର ପାଇ ଚାଇଲ୍ଡ ୱେଲଫେୟାର କମିଟିର ସଦସ୍ୟ ମାନେ ପହଁଚି ଛୁଆର ଏବଂ ମାଆର କଥା ବୁଝିଛନ୍ତି । ଛୁଆର ଯତ୍ନ ନେବା ପାଇଁ କହିବା ସହ ତାକୁ ସୁସ୍ଥ ହେଲେ ଆଦୃତ ଶିଶୁ ଗୃହକୁ ପଠାଇ ଦିଆଯିବ ବୋଲି କହିଛନ୍ତି ସି.ବ୍ଲୁ.ସି। ସେପଟେ ମେଡିକାଲ କର୍ତ୍ତୁପକ୍ଷ ଛୁଆର ଯତ୍ନ ନିଆ ଯାଉଛି ବୋଲି କହିବା ସହ ଏହକୁ ନିନ୍ଦା ମଧ୍ୟ କରିଛନ୍ତି । ଏହା ଦୁର୍ବଳ ମଣିଷର ଦୁର୍ବଳ ମାନସିକତାର କାମ ବୋଲି ଉଭୟ ସାମାଜିକ କର୍ମୀ ଏବଂ ସିଡିଏମଓ କହୁଛନ୍ତି । ତାହେଲେ କେବେ ଆସିବ ମଣିଷ ମନରେ ଚେତନା। ମଣିଷ ମନରୁ ଏହି ଦୁର୍ବଳ ମାନସିକତା କେବେ ଯିବ। ଏମିତି ହେଲେ ରାସ୍ତାରେ ବୁଲୁଥିବା ପାଗେଳି କେମିତି ଭଲ ରାସ୍ତାକୁ ଫେରିବେ ତାହା ପ୍ରଶ୍ନବାଚି ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.