ଅଭାବନୀୟ ! ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | May 10, 2018 IST

ନୟାଗଡ଼ ଇଟାମାଟି ଅଂଚଳରେ ଘଟିଛି ଲଜ୍ଜା ଜନକ ଘଟଣା | ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ | ନାବାଳିକାଙ୍କ ପରିବାର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ | ବର୍ତ୍ତମାନ ପୀଡିତା ୪ମାସର ଗର୍ଭବତୀ ଥିବା ଜଣାପଡିଛି | ଅଭିଯୁକ୍ତଙ୍କ ବୟସ ୪୮ ବର୍ଷ | ନାବାଳିକା ଜଣକ ମାନସିକ ବିକାରଗ୍ରସ୍ତ ବୋଲି ସେ ଏ ସମ୍ପର୍କରେ ଘରଲୋକଙ୍କୁ ଜଣାଇ ପାରିନଥିଲେ | ତେବେ ପୀଡିତା ଗର୍ଭବତୀ ହେବା ପରେ ଗାଁରେ ସଭା ବସିଥିଲା ଓ ଅଭିଯୁକ୍ତ ଗାଁ ସଭାରେ ନିଜ ଦୋଷ ସ୍ୱୀକାର କରିଥିଲେ | ଏହିଭଳି ଏକ ଘଟଣାକୁ ସ୍ଥାନୀୟ ଅଂଚଳରେ ନିନ୍ଦା କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.