ନିଆରା ପ୍ରତିଭା : ମାନସିକ ଅନଗ୍ରସର ଅଷ୍ଟମ ଶ୍ରେଣୀର ଛାତ୍ର ଚମତ୍କାରଭାବେ ଲେଖିପାରନ୍ତି ଓଲଟା

Published By : Prameya-News7 Bureau | November 15, 2018 IST

ଅନୁଗୁଳ ୧୫|୧୧: ଇଶ୍ବରଙ୍କ ସୃଷ୍ଟି ସତରେ ନିଆରା । ପ୍ରତ୍ୟେକ ମଣିଷକୁ ଦେଇଛନ୍ତି ଭିନ୍ନଭିନ୍ନ ପ୍ରତିଭା । ଏମିତି ଜଣେ ପ୍ରତିଭାବାନ ଛାତ୍ର ହେଉଛନ୍ତି ଅନୁଗୁଳ ଜିଲ୍ଲା ତାଳଚେର କାକୁଡି ଗାଁର ଦେବାଶିଷ ମିଶ୍ର । ମାନସିକ ବିକାରଗ୍ରସ୍ତ ଏହି ଛାତ୍ର ଓଲଟା ଲେଖିପାରନ୍ତି । ଇଛା ଶକ୍ତି ଆଉ ଆତ୍ମବିଶ୍ବାସ ଆଗରେ ସବୁ କିଛି ହାର ମାନେ । ଅନେକ ପ୍ରତିଭା ଏହା ପ୍ରମାଣ କରିଦେଖାଇଛନ୍ତି । ସେହି ଭଳି ଜଣେ ପ୍ରତିଭା ହେଉଛନ୍ତି ଅନୁଗୁଳ ଜିଲ୍ଲା ତାଳଚେର କାକୁଡି ଗାଁର ଦେବାଶିଷ ମିଶ୍ର । ଇଂରାଜୀ ହେଉ କି ଓଡିଆ ସ୍ପଷ୍ଟ ଭାବରେ ଓଲଟା ଲେଖିପାରନ୍ତି । ବାମ ହାତରେ ଖୁବ୍ ସୁନ୍ଦର ଭାବରେ ଓଲଟା ଲେଖିପାରନ୍ତି । ଖାଲି ସେତିକି ନୁହେଁ ସୁନ୍ଦର ଚିତ୍ର ଆଙ୍କିପାରନ୍ତି ଦେବାଶିଷ। ତାଳଚେର ଡିଏଭି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି ଦେବାଶିଷ । ତେବେ ମାନସିକ ସ୍ତରରେ ଦୂର୍ବଳ ଥିବା ବେଳେ ତାଙ୍କର ଗେ।ଟିଏ ହାତ ଓ ଗେ।ଡ କାମ କରୁନି । ଏସବୁ ଭିତରେ ସେ ନିଜର ପ୍ରତିଭା ପାଇଁ ବାରି ହେ।ଇ ପଡନ୍ତି । ବଡ ହେ।ଇ ଡାକ୍ତର ହେବାକୁ ଆଶା ରଖିଛନ୍ତି ଦେବାଶିଷ । ତେଣୁ ତାଙ୍କୁ ପ୍ରେ।ତ୍ସାହିତ କଲେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତେ ଏହି କୁନି ପ୍ରତିଭା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.