Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଆତଙ୍କବାଦ ମୁକାବିଲା ଅପେକ୍ଷା ଜବାନଙ୍କ ଲାଗି ଘାତକ ହେଉଛି ସେମାନଙ୍କ ମାନସିକ ଅଶାନ୍ତି !

5/12/2019 at 5:34 PM

ନୂଆଦିଲ୍ଲୀ:  ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ମୁତୟନ ଜବାନଙ୍କ ମୃତ୍ୟୁ ହାର ଏବେ ଚିନ୍ତାର କାରଣ ପାଲଟିଛି। କେବେ ଜବାନ ପରସ୍ପରକୁ ଗୁଳିକରି ହତ୍ୟା କରୁଛନ୍ତି ତ ଆଉ କେତେବେଳେ ନିଜେ ଆତ୍ମହତ୍ୟା କରୁଛନ୍ତି। ଏକ ସର୍ଭେକ୍ଷଣ ଅନୁସାରେ ୨୦୧୬ରୁ ୨୦୧୮ ମସିହା ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ବଳର ଅନୁନ୍ୟ ୧୦୦ ଜଣ ସୁରକ୍ଷା କର୍ମୀ ପରସ୍ପର ଗୁଳିବିନିମୟରେ ଅଥବା ଆତ୍ମହତ୍ୟା କରି ପ୍ରାଣ ହରାଇଥିବା ଜଣାପଡିଛି। ବର୍ଷକୁ ଦେଶରେ ଆତଙ୍କବାଦ ଅଥବା ମାଓବାଦ ମୁକାବିଲାରେ ବି ଏତିକି ସଂଖ୍ୟକ ଜବାନ କେଉଁଠି ସହିଦ ହେଉ ନାହାନ୍ତି। ତେବେ କ’ଣ ପାଇଁ ଏତେ ସଂଖ୍ୟକ ଜବାନ ପ୍ରାଣ ହରାଉଛନ୍ତି ଆସନ୍ତୁ ଜାଣିବା।

ବଡ କାରଣ ହେଲା ମାନସିକ ଅଶାନ୍ତି
ତେବେ ଜବାନମାନଙ୍କ ଏପରି ଅପ୍ରତ୍ୟାଶିତ ଆଚରଣ ଓ ଆତ୍ମହତ୍ୟାର କାରଣ କ’ଣ ହୋଇପାରେ ସେ ନେଇ ଏବେ ଅନୁଧ୍ୟାନ ଜାରି ରହିଛି। ହେଲେ ଏହାର କୌଣସି ଠୋସ କାରଣ ଜଣା ପଡିନାହିଁ। ତେବେ ପାରିବାରିକ ସମସ୍ୟା ଓ ଦୀର୍ଘ ଦିନ ଧରି ପରିବାର ଠାରୁ ବିଚ୍ଛେଦ ରହିବା ଯୋଗୁ ମାନସିକ ଚାପ ହିଁ ସେମାନଙ୍କୁ ଏଭଳି ଦିଗଭ୍ରଷ୍ଟ କରୁଥିବା ଅନୁମାନ କରାଯାଉଛି। ଏକ ଅନୁଧ୍ୟାନରୁ ୨୦୧୬ ମସିହାରେ ହତାହତ ହୋଇଥିବା ୭୦ ପ୍ରତିଶତ ଜବାନ ଛତିଶଗଡରେ ମାଓ ମୁକାବିଲା ଲାଗି ମୁତୟନ ଥିଲେ।

ଉତ୍ତେଜନାମୂଳକ ପରିବେଶ, ବିପଦପୂର୍ଣ୍ଣ ଅଞ୍ଚଳରେ ମୁତୟନ, କାର୍ଯ୍ୟରେ ଅଶାନ୍ତି ଓ ସର୍ବୋପରି ଛୁଟି ନ ମିଳିବା ଯୋଗୁ ଜବାନ ମାନସିକ ଭାରସାମ୍ୟ ହରାଉଥିବାର ଅନୁମାନ କରାଯାଉଛି। ତେବେ ଅଧିକାଂଶ ସ୍ଥଳରେ ଜବାନମାନେ ପାରିବାରିକ ସମସ୍ୟା ଯୋଗୁ ମାନସିକ ଅଶାନ୍ତିରେ ରହି ଏଭଳି କାଣ୍ଡ ବାରମ୍ବାର ଭିଆଉଥିବାର ମଧ୍ୟ ଏବେ ସନ୍ଦେହ ହେଲାଣି। ଏହା ପରେ ଯେଉଁ କାରଣ କୁହାଯାଉଛି ତାହା ହେଉଛି ଜବାନମାନଙ୍କ ନିଶା ଅଭ୍ୟାସ ଓ ଚାକିରୀର ପରିସ୍ଥିତି।  ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ବାସ୍ତବରେ ସମସ୍ତ କାରଣ ପରସ୍ପର ସହ ଜଡିତ ।

୫ ଗୁଣା ବଢିଛି ଭିଆରଏସ ଆବେଦନ ହାର
ଚାକିରୀ କ୍ଷେତ୍ରରେ ମାନସିକ ଚାପରେ ରହୁଥିବା ଯୋଗୁ ଅନେକ ଜବାନ ସେମାନଙ୍କ ନିର୍ଦ୍ଧାରିତ ଚାକିରୀକାଳ ପୂର୍ବରୁ ସ୍ୱେଛାକୃତ ଅବସର ଘୋଷଣା କରୁଛନ୍ତି। ଗତ ୨୦୧୫ ମସିହାରରୁ ଅର୍ଦ୍ଧସାମରିକ ବଳରେ ଭିଆରଏସ  ପ୍ରଥା ଆରମ୍ଭ ହୋଇଥିବା ବେଳେ ଏବେ ଏଥିରେ ପ୍ରାୟ ୫ ଗୁଣା ବୃଦ୍ଧି ହେଲାଣି। ୨୦୧୫ ମସିହାରେ ଭିଆରଏସ ଆବେଦନ କରିଥିବା ଅର୍ଦ୍ଧସାମରିକ ବଳ ଜବାନ ଓ ଅଧିକାରୀଙ୍କ ସଂଖ୍ୟା ୩ହଜାର ୪୨୨ ଥିଲା। ଏଥିଲାଗି ସେମାନେ ଦର୍ଶାଇଥିବା କାରଣ ସେମାନଙ୍କର ବ୍ୟକ୍ତିଗତ ଓ ପାରିବାରିକ ଥିଲା। ହେଲେ ଏବେ ଏହି ହାର ଅନେକଗୁଣା ବଢିଗଲାଣି।

   Related Posts