Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

“ମୋତେ ବାହା ନହେଲେ ତତେ ମାରିଦେବି, ମୁଁ ମରିଯିବି ”

23/11/2020 at 1:36 PM

ଭୁବନେଶ୍ୱର୨୩।୧୧: ତୁ ମୋର ନୁହେଁ ତ ଆଉ କାହାର ନୁହେଁ । ମୋତେ ଯଦି ବାହା ନହେବୁ, ତେବେ ତତେ ମୁଁ ଜୀବନରୁ ମାରିଦେବି ..ନହେଲେ ନିଜେ ଆତ୍ମହତ୍ୟା କରିଦେବି । ଏହା କୌଣସି ଫିଲ୍ମର ଡାଇଲଗ ନୁହେଁ, ବରଂ ଭୁବନେଶ୍ୱର ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି । ଯାହାକି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଏପରି କଥା କହିଛି ପାଗଳ ପ୍ରେମୀ ।

ଖବର ଅନୁଯାୟୀ, ଭୁବେନଶ୍ୱର ଏଚ୍‌ଆଇଜି ବିଡିଓ କଲୋନୀରେ ଜଣେ ଯୁବତୀ ରହୁନ୍ତି । ତାଙ୍କୁ ସୁଦନ ନାମକ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲେ । ଏପରି କି ଯୁବତୀଙ୍କ ଘର ନିକଟରେ ସବୁବେଳେ ବୁଲାବୁଲି କରୁଥାନ୍ତି । ଅନେକ ସମୟରେ ଯୁବତୀଙ୍କ ବାଟରରେ ଦେଖି ପ୍ରେମ ନିବେଦନ କରିଥାନ୍ତି । ଏପରି କି ବିଚ୍‌ ରାସ୍ତାର ଟଣାଓଟରା ମଧ୍ୟ କରିଥାନ୍ତି । ଲଗାତର ଭାବେ କିଛି ଦିନ ଧରି ଏପରି ଚାଲିଲା । ଯୁବତୀ ଜଣଙ୍କୁ ବିବାହ କରିବା କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଯୁବତୀଜଣଙ୍କ ମନା କରିଦେଇଥିଲେ ।

ଯୁବତୀ ଜଣଙ୍କ ମନା କରିବାକୁ ପ୍ରେମୀଜଣଙ୍କ ପାଗଳ ହୋଇଯାଇଥିଲା । ଶେଷରେ ଯୁବତୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତାଙ୍କୁ ଯଦି ଯୁବତୀ ଜଣଙ୍କ ବିବାହ ନକରନ୍ତି, ତେବେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଥଇଲେ ।  ଶେଷରେ ଯୁବତୀଜଣଙ୍କ ଅତିଷ୍ଠ ହୋଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ରବିବାର ବିଳମ୍ବିତ ରାତିରେ ସୁଦନ ବା ସୁଦର୍ଶନ ସାହୁ(୩୫)ଙ୍କୁ ସୁନ୍ଦରପଦା ସ୍ଥିତ ଘରୁ ଉଠାଇ ନେଇଥିଲା । ଗିରଫ ପରେ ସୁଦନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ସୁଦନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

   Related Posts