ମାନସିକ ସ୍ବାସ୍ଥ୍ୟ କାଉନ୍‌ସେଲିଂ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ୍‌ର ଶୁଭାରମ୍ଭ କଲେ ମୋଦି ସରକାର

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭/୦୯: କରୋନା ମହାମାରୀ ସାରା ବିଶ୍ବରେ କାୟା ବିସ୍ତାର କରିଥିବା ବେଳେ ଜୀବନ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇଛି । ବହୁ ଲୋକ ଚାକିରୀ ହରାଉଛନ୍ତି । ଭାରତରେ ଲୋକେ ଜୀବିକା ହରାଇ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।

ବିଶେକ କରି ଏହି ସମୟରେ ଅଧିକରୁ ଅଧିକ ଲୋକ ମାନସିକ ଅବସାଦ ବା ଡିପ୍ରେସନ୍‌ର ଶିକାର ମଧ୍ୟ ହେଉଛନ୍ତି । ମାନସିକ ସ୍ବାସ୍ଥ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ନେଇ ଚିନ୍ତା ବୃଦ୍ଧିପାଉଛି । ଏସବୁକୁ ଦୃଷ୍ଟିରେ ରଖି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ବର ଚାନ୍ଦ ଗେହଲଟ୍‌ ସୋମବାର ୨୪*୭ ଟୋଲ ଫ୍ରି ହେଲ୍ପଲାଇନ୍‌ ‘କିରଣ’ର ଶୁଭାରମ୍ଭ କରିଛନ୍ତି ।

୧୮୦୦-୫୦୦-୦୦୧୯ ନମ୍ବରରେ କଲ କରି ମାନସିକ ସ୍ବାସ୍ଥ୍ୟଜନିତ ସମସ୍ୟା ସମ୍ପର୍କରେ ପଚାରି ବୁଝିପାରିବେ । ଏହି ସେବାର ମୂଳ ଉଦ୍ଦେଶ୍ୟ ହେଉଛି କରୋନା କାଳରେ ବଢ଼ୁଥିବା ମାନସିକ ସ୍ବାସ୍ଥ୍ୟଜନିତ ପୀଡ଼ିତଙ୍କୁ ପରାମର୍ଶ ପ୍ରଦାନ କରିବା । ଏହି ନମ୍ବରରେ କଲ କଲେ ପୀଡ଼ିତଙ୍କ କାଉନ୍‌ସେଲିଂ କରାଯିବା ସହ ପରାମର୍ଶ ଦିଆଯିବାର ବ୍ୟବସ୍ଥା ହୋଇଛି । ଏଥିରେ ବିଶେଷ କରି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଅଧିକ ଗୁରୁତ୍ବ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.