Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ, ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକ

27/04/2021 at 4:36 PM

ଢେଙ୍କାନାଳ, ୨୭/୦୪: ଢେଙ୍କାନାଳର ନୀହଲପ୍ରସାଦ ଥାନା ଅଂଚଳରେ ଘଟିଥିବା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା ଏବେ ପଦାକୁ ଆସିଛି । ଜଣେ ମାନସିକ ଭିନ୍ନକ୍ଷମ ତଥା ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କୁ କେହି ଦୁଷ୍କର୍ମ କରିଥିବାବେଳେ ସେ ପାଞ୍ଚ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି ।

ଏ ସମ୍ପର୍କରେ ପିଡ଼ିତାର ପରିବାର ନିହଲ ପ୍ରସାଦ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି । ଫଳରେ ନିହଲ ପ୍ରସାଦ ପୁଲିସ ଏକ ଦୁଷ୍କର୍ମ ମମାଲା ରୁଜୁ କରିଛି । ଏହି ମାନସିକ ଭିନ୍ନକ୍ଷମ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ  ନୀହଲପ୍ରସାଦ ପୋଲିସ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନରେ ଭର୍ତି କରିଛି । ପିଡ଼ିତା ମହିଳାଙ୍କ ବୟସ ୩୫ବର୍ଷ ହୋଇଥିବାବେଳେ ଗତ ୧୩ବର୍ଷ ପୂର୍ବେ ସେ ଯାଜପୁର ଜିଲ୍ଲାରେ ବିବାହ କରିଥିଲେ । ତାଙ୍କର ଦୁଇଟି ପୁଅ ମଧ୍ୟ ଥିବା ଜଣାପଡିଛି ।

ତେବେ ସେ ମାନସିକ ଭାବେ ଭିନ୍ନକ୍ଷମ ହୋଇଯିବାରୁ ତାଙ୍କ ସ୍ୱାମୀ ତାଙ୍କୁ ପାଖାପାଖି ଦେଢ଼ବର୍ଷ ହେଲା ଛାଡି ଦେଇଛନ୍ତି । ଫଳରେ ଏହି ପୀଡିତା ମହିଳା ମାନସିକ ରୋଗ କାରଣରୁ ଏଣେ ତେଣେ ବୁଲୁଥିଲେ । ବାପଘର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ମହିଳାଙ୍କୁ ଆଣି ଗତ ଦେଢ଼ ବର୍ଷହେଲା ଘରେ ରଖିଥିଲେ । ହେଲେ ମାନସିକ ଭିନ୍ନକ୍ଷମ ଅସହାୟତାର ସୁଯୋଗ ନେଇ କେହି କାମୁକ ତାଙ୍କ ସହ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ନୀହଲପ୍ରସାଦ ପୋଲିସ କ୍ୟାମେରା ଆଗରେ ପାଟି ଖୋଳୁନଥିଲେ ମଧ୍ୟ ତଦନ୍ତ ଆରମ୍ଭ  କରିଛି ।

   Related Posts