ରେଲବାଇ ପୋଲିସ ପାଇଁ ଘରକୁ ଫେରିଲେ ମାନସିକ ରୋଗୀ
30/06/2019 at 3:32 PM

କଳାହାଣ୍ଡି ୩୦।୬: ଟିଟିଲାଗଡ ଷ୍ଟେସନରେ ପୁରୀ ଏକ୍ସପ୍ରେସ ଟ୍ରେନରୁ ଚୋର ବୋଲି ଯାତ୍ରୀମାନେ ଜଣେ ବ୍ୟକ୍ତିଙ୍କୁ ରେଳବାଇ ପୋଲିସକୁ ହସ୍ତାନ୍ତର କରିଥିଲେ । ଯୁବକଙ୍କ ବୟସ ୨୩ ବର୍ଷ ଏବଂ ତାଙ୍କ ଗତିବିଧିରୁ ସେ ଜଣେ ମାନସିକ ରୋଗୀ ବୋଲି ରେଲୱେ ପୋଲିସ ଆନୁମାନ କରି ଛାନଭିନ ଆରମ୍ଭ କରିଥିଲା । ଯୁବକଙ୍କୁ ଯାତ୍ରୀ ମାରପିଟ ବି କରିସାରିଥିଲେ । ହେଲେ ଆରପିଏଫ ଯବାନ ଆଶ୍ବିନୀ କୁମାର ସୂଚନା ଆଧାରରେ ଟିଟିଲାଗଡ ଆରପିଏଫ ଯୁବକଙ୍କ ପରିଚୟ ଖୋଜିବା ଆରମ୍ଭ କରିଥିଲା । ଯୁବକଙ୍କ ପରିଚୟ ମିଳିଛି । ଯୁବକ ଜଣଙ୍କ ହେଉଛନ୍ତି ପେଣ୍ଡାରାରୋଡ ଛତିଶଗଡର ତୋକେର କୁରେଶୀ । ସେ ଜଣେ ମାନସିକ ରୋଗୀ । ତାଙ୍କ ନିଖୋଜ ନେଇ ଗୋଏରକେଲା ପୋଲିସ ଷ୍ଟେସନରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହି ସୂଚନା ଆଧାରରେ ଆଜି ଟିଟଲାଗଡ ଆରପିଏଫରୁ ମାନସିକ ରୋଗୀଙ୍କୁ ପରିବାର ଲୋକେ ପୋଲିସ ଉପସ୍ଥିତି ଘରକୁ ନେଇଛନ୍ତି । ଟିଟିଲାଗଡ ଆରପିଏଫର ଏହି ଉଦ୍ୟମକୁ ମାନସିକ ରୋଗୀଙ୍କ ପରିବାର ଲୋକ ପ୍ରଶଂସା କରିଛନ୍ତି ।