ପାଗଳ ପୁଅ ପଥରରେ ଛେଚି ମାକୁ ମାରିଲା , ଲୋକଙ୍କୁ ଟେକା ଫିଙ୍ଗି ହୋଇଗଲା ଫେରାର
24/11/2020 at 2:41 PM

ବୁରହାନପୁର ୨୪/୧୧: ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଜଣେ ବୃଦ୍ଧାଙ୍କ ହତ୍ୟା କରି ଦିଆଯାଇଛି। ମାନସିକ ବିକୃତ ପୁଅ ମାଆଙ୍କୁ ପଥର ଛେଚି ହତ୍ୟା କରିଛନ୍ତି। ଏହା ପରେ ମୃତଦେହକୁ ନଳାରେ ଫିଙ୍ଗିବାକୁ ଯାଉଥିଲା। ସେତେବେଳେ ଗାଁଲୋକେ ତାକୁ ଦେଖି ଦେଇଥିଲେ। ଗାଁଲୋକେ ତାକୁ ଧରିବାକୁ ଉଦ୍ୟମ କରିବାରୁ ଅଭିଯୁକ୍ତ ସେମାନଙ୍କ ଉପରେ ମଧ୍ୟ ପଥର ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପଥରମାଡ଼ରେ ଅନେକ ଗାଁଲୋକେ ଆହତ ହୋଇଥିଲେ। ସୂଚନା ପାଇ ପୋଲିସ୍ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।
ନେପାନଗର ଥାନା ଅଞ୍ଚଳର ବାକଡ଼ି ବାସିନ୍ଦା ୬୫ବର୍ଷୀୟା ଟିକଲି ବାଈ ପଠାନ ସୋମବାର ଦ୍ବିପ୍ରହର ୧୨ଟାରେ କ୍ଷେତରେ କପା ବାଛୁଥିଲେ। ଏହି ସମୟରେ ତାଙ୍କ ପୁଅ ଶେର ସିଂହ ସେଠାରେ ପହଞ୍ଚି ତାଙ୍କ ସହ ଝଗଡ଼ା କରିଥିଲା। ସେ ମାଙ୍କୁ ମାରିବାକୁ ଲାଗିଲା। ସେ ଜୀବନ ବଞ୍ଚାଇ ଦୌଡ଼ିବାରୁ ଶେର ସିଂହ ଦୌଡ଼ି ତାଙ୍କୁ ଧରି ଥିଲା। ଏହା ପରେ ପଥରରେ ଛେଚି ମାଙ୍କୁ ହତ୍ୟା କରି ଦେଇଥିଲା। ଏହା ପରେ ମାଆଙ୍କ ମୃତଦେହକୁ ନାଳରେ ଫିଙ୍ଗୁଥିବାବେଳେ ଗାଁର ଜଣେ ବ୍ୟକ୍ତି ଏହା ଦେଖି ଦେଇଥିଲେ। ସେ ତାକୁ ଧରିବାକୁ ଯିବାବେଳେ ଶେର ସିଂହ ଦୌଡ଼ିଥିଲା।
ସେହି ବ୍ୟକ୍ତି ଜଣକ ଜୋରରେ ପାଟି କରିବାରୁ ଅନ୍ୟ ଲୋକେ ଘଟଣାସ୍ଥଳକୁ ଆସି ଯାଇଥିଲେ। ଲୋକେ ତାକୁ ଧରିବାକୁ ଉଦ୍ୟମ କରିଥିଲେ କିନ୍ତୁ ଅଭିଯୁକ୍ତ ସେମାନଙ୍କ ଉପରକୁ ମଧ୍ୟ ପଥର ଫିଙ୍ଗି ଦୌଡ଼ିଥିଲା। ସୂଚନା ପାଇ ସେଠାରେ ପୋଲିସ୍ ପହଞ୍ଚିଥିଲା।
ପୋଲିସ୍ ଘଟଣାସ୍ଥଳକୁ ନିରୀକ୍ଷଣ କରି ବୃଦ୍ଧାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ପୋଲିସ୍ ମାନସିକ ବିକାରଗ୍ରସ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି।