Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ: ଜୀବନ ସାଥୀ ମାନ ସମ୍ମାନକୁ କ୍ଷତି ପହଞ୍ଚାଇଲେ ଦେଇ ପାରିବେ ଛାଡପତ୍ର…

26/02/2021 at 11:05 PM

ନୂଆଦିଲ୍ଲୀ ୨୬।୦୨: ଯଦି କୌଣସି ବ୍ୟକ୍ତି ନିଜ ଜୀବନସାଥୀଙ୍କ ମାନ ସମ୍ମାନକୁ ଆଘାତ ଦିଅନ୍ତି ତେବେ ଏହା ମାନସିକ କ୍ରୁରତା ସହ ସମାନ। ଏହା ଛାଡପତ୍ରର ଆଧାର ମଧ୍ୟ ହୋଇ ପାରିବ। ସେନାର ଜଣେ ଅଧିକାରୀ ଏବଂ ତାଙ୍କ ପତ୍ନୀଙ୍କ ମାମଲାରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି ଜୀବନସାଥୀଙ୍କ ବିରୋଧରେ ପ୍ରତିଷ୍ଠାକୁ  ହାନୀ ପହଞ୍ଚାଇବା ପରି ଅଭିଯୋଗ କରିବା ଏବଂ ପ୍ରତିଷ୍ଠାକୁ ଆଘାତ ଦେବା ମାନସିକ କ୍ରୁରତାର ଅନ୍ତର୍ଗତରେ ଆସିବ। ଏହି ଆଧାରରେ ସୁପ୍ରିମକୋର୍ଟ ସେନାର ଅଧିକାରୀଙ୍କୁ ତାଙ୍କ ପତ୍ନୀଙ୍କ ବିରୋଧରେ ଛାଡପତ୍ର କେସ୍‌ରେ ଡିଗ୍ରୀ ପ୍ରଦାନ କରିଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଏସକେ କୌଲଙ୍କ ନେତୃତ୍ଵାଧୀନ ପୀଠ କହିଛନ୍ତି, ଏହି ମାମଲାରେ ଉତ୍ତରାଖଣ୍ଡ ହାଇକୋର୍ଟରେ ନିଷ୍ପତ୍ତିରେ ତ୍ରୁଟି ରହିଛି। ଉଚ୍ଚ ନ୍ୟାୟାଳୟ କହିଥିଲେ ଯେ, ବୈବାହିକ ଜୀବନରେ ଏହା ଏକ ସାମାନ୍ୟ ଘଟଣା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଦେଶରେ କହିଛନ୍ତି ଯେ, ଏହି ମାମଲାରେ ଆବେଦନକାରୀଙ୍କ ବିରୋଧରେ ପ୍ରତିବାଦୀ କ୍ରୁରତା ଏବଂ ସମ୍ମାନହାନୀ କରିଛନ୍ତି।

ସୁପ୍ରିମକୋର୍ଟ ଏହି ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରିବା ସହ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ କାଏମ ରଖିଛନ୍ତି। ଅଦାଲତ କହିଛନ୍ତି, ଏହି ମାମଲାରେ ଆବେଦନକାରୀଙ୍କ ଦଲିଲକୁ ସ୍ଵୀକାର କରାଯାଉଛି ଏବଂ ତାଙ୍କୁ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବାର ଅଧିକାର ରହିଛି। ପତ୍ନୀଙ୍କ ଦଲିଲ ଖାରଜ କରାଯାଉଛି, ଯିଏ ବୈବାହିକ ଜୀବନ ଅବ୍ୟାହତ ରଖିବାକୁ ଦଲିଲ୍ ଦେଇଥିଲେ।

କଣ ଏହି ମାମଲା

ସେନାର ଜଣେ ଅଧିକାରୀ ସୁପ୍ରିମକୋର୍ଟରେ ଆବେଦନ କରି ପତ୍ନୀଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନାର ଅଭିଯୋଗ କରିଥିଲେ। ଏହି ଆଧାରରେ ସେ ଛାଡପତ୍ର ଦାବି କରିଥିଲେ। ପତ୍ନୀ ଏକ ପିଜି କଲେଜ୍‌ରେ ଫେକଲ୍ଟି ଅଛନ୍ତି। ଉଭୟଙ୍କ ବିବାହ ୨୦୦୬ରେ  ହୋଇଥିଲା। ତେବେ ଉଭୟ ୨୦୦୭ରେ ଅଲଗା ହୋଇ ଯାଇଥିଲେ। ଆବେଦନକାରୀ ସେନାର ଅଧିକାରୀ କହିଛନ୍ତି, ପତ୍ନୀ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇଛନ୍ତି। ସବୁ ଜାଗାରେ ତାଙ୍କ ମାନ ସମ୍ମାନକୁ କ୍ଷୂର୍ଣ୍ଣ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯଦି କିଏ ନିଜ  ଜୀବନସାଥୀଙ୍କ ମାନ ସମ୍ମାନକୁ ତାଙ୍କର ସହକର୍ମୀ କିମ୍ବା ସମାଜରେ ଅନ୍ୟ ଲୋକଙ୍କ ଗହଣରେ କ୍ଷତି ପହଞ୍ଚାଏ ତେବେ ତାହା ମାନସିକ କ୍ରୁରତା ପରିଧିରେ ଆସିବ।

   Related Posts