ମାସିକ ଧର୍ମ ସମସ୍ୟା ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଆୟୁର୍ବେଦିକ ଟିପ୍ସ, ମିଳିବ ଆରାମ

Published By : Prameya-News7 Bureau | May 28, 2020 IST

ଭୁବନେଶ୍ୱର ୨୮/୦୫ : ମହିଳାମାନଙ୍କୁ ଅନେକ ପ୍ରକାର ଶାରୀରିକ ଏବଂ ହର୍ମୋନାଲ ପରିବର୍ତ୍ତନ ଦେଇ ଗତି କରିବାକୁ ପଡିଥାଏ | ମହିଳାଙ୍କ ଜୀବନରେ ଘଟିଥିବା କିଛି ପରିବର୍ତ୍ତନ ସହଜ ଏବଂ ସାଧାରଣ | କିନ୍ତୁ କିଛି ପରିବର୍ତ୍ତନରେ ମହିଳାମାନଙ୍କୁ ଅନେକ ସମସ୍ୟା ହୋଇଥାଏ | ଏଥିମଧ୍ୟରୁ ମାସିକ ଋତୁସ୍ରାବ, ଅନିୟମିତ ମାସିକ ଧର୍ମ, ବହୁତ ମାତ୍ରାରେ ଋତୁସ୍ରାବ ହେବା, ପେଟରେ ଯନ୍ତ୍ରଣା ହେବା ଆଦି ସମସ୍ୟା ରହିଛି | ମେ ୨୮ ତାରିଖକୁ ମାସିକ ଋତୁସ୍ରାବ ଦିବସ ଭାବେ ପାଳନ କରାଯାଏ | ମାସିକ ଧର୍ମ ସମ୍ବନ୍ଧୀୟ କିଛି ସମସ୍ୟା ଏବଂ ସମାଧାନ ବିଷୟରେ ଜାଣନ୍ତୁ | ଏହି ଆୟୁର୍ବେଦିକ ଟିପ୍ସ ଆପଣେଇ ଆପଣ ମାସିକ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ |

{"id":277527,"width":576,"height":387,"sizeSlug":"large"}

ଯଦି ଆପଣ ପୂର୍ବରୁ ଅନ୍ୟ କୌଣସି ରୋଗରେ ପୀଡିତ ତାହେଲେ ନିମ୍ନରେ ଦିଆଯାଇଥିବା ଟିପ୍ସ ଅନୁସରଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ |

ମାସିକ ଧର୍ମ ସମୟରେ ଗୋଟିଏ ରସୁଣ ପାଖୁଡାକୁ ଦୁଇଟି ଲବଙ୍ଗ ସହ ଦିନକୁ ଦୁଇଥର ଖାଆନ୍ତୁ | ଏହାଦ୍ୱାରା ଯନ୍ତ୍ରଣାରୁ ଆରାମ ମିଳିବ |

ମାସିକ ଧର୍ମ ସମୟରେ ପେଟରେ ଯନ୍ତ୍ରଣା ଅନୁଭୂତ ହେଉଥିଲେ ଗୋଟିଏ ଚାମଚ ଏଲୋବେରା ଜେଲରେ ଗୋଟିଏ ଚୁଟକୀ ଗୋଲ ମରିଚ କିମ୍ବା ଡାଲଚିନି ଗୁଣ୍ଡ ମିଶାଇ ସେବନ କଲେ ଆରାମ ମିଳିଥାଏ |

{"id":277528,"width":573,"height":430,"sizeSlug":"large"}

 

ଅଦାକୁ ପ୍ରାକୃତିକ ପେନ କିଲର ଭାବେ ଗ୍ରହଣ କରାଯାଏ | ଅଦା ପକାଇ ହର୍ବଲ ଚା' ପିଇଲେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ | ଗରମ ପାଣିରେ ଅଦା ଫୁଟାଇ ପିଇଲେ ମଧ୍ୟ ଯନ୍ତ୍ରଣାରୁ ଆରାମ ମିଳିଥାଏ | 

ଏହି ସମୟରେ ମହିଳାମାନେ ନିଜ ଖାଇବା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ | ନିଜ ଡାଏଟରେ ଜିରା, ମେଥି, ଗୋଲ ମରିଚ, ଲବଙ୍ଗ, ଧନିଆ, ପୁଦିନା ଆଦି ସାମିଲ କରନ୍ତୁ |  

ନିଜ ଡାଏଟରେ ଲାଉ, କାକୁଡି, ଆଳୁ, ଫୁଲକୋବି, ମଟର ଆଦି ନିଶ୍ଚୟ ସାମିଲ କରନ୍ତୁ |

{"id":277529,"width":583,"height":326,"sizeSlug":"large"}

ଔଷଧ ଅପେକ୍ଷା ଘରେ ତିଆରି କାଢ଼ା ଏହି ସମୟରେ ବହୁତ ଲଭଦାୟୀ ପ୍ରମାଣିତ ହୋଇଥାଏ | ମାସିକ ଧର୍ମ ଆରମ୍ଭ ହେବାର ଦିନେ ପୂର୍ବରୁ ଏହି କାଢ଼ା ସେବନ ଆରମ୍ଭ କରିଦେଲେ ଅଧିକ ଆରାମ ମିଳିଥାଏ | ମାସିକ ଧର୍ମ ଶେଷ ହେବା ପର୍ଯ୍ୟନ୍ତ ଏହି କାଢ଼ା ପିଇବା ଉଚିତ |

ଗୋଟିଏ ଚାମଚ ଜିରାକୁ ଦୁଇ ଗ୍ଲାସ ପାଣିରେ ମିଶାଇ ମାଧ୍ୟମ ଆଞ୍ଚରେ ପାଣିକୁ ଫୁଟାଇ ଦିଅନ୍ତୁ | ଯେପର୍ଯ୍ୟନ୍ତ ଦୁଇ ଗ୍ଲାସ ପାଣି ଫୁଟି ଅଧା ନ ହୋଇଛି ସେପର୍ଯ୍ୟନ୍ତ ଫୁଟାନ୍ତୁ | ଏହାପରେ ଏହି ପାଣିକୁ ଛାଣି ଏଥିରେ ଗୋଟିଏ ଚାମଚ ମହୁ ମିଶାଇ ପୀଇଦିଅନ୍ତୁ | ବହୁତ ଆରାମ ମିଳିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.