ପ୍ରସୂତୀଙ୍କ ଶବକୁ କାନ୍ଧ ଦେଲେନି ପୁରୁଷ, ଗାଁରେ ଶବଯାତ୍ରା ବାହାର କଲେ ମହିଳା

Published By : Prameya-News7 Bureau | October 20, 2019 IST

କାଙ୍କେର : ଅନ୍ଧବିଶ୍ୱାସ ଯୋଗୁ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଜଣେ ମୃତ ପ୍ରସୂତିଙ୍କ ଶବ ସତ୍କାର ଲାଗି ଗାଁର ପୁରୁଷ ଲୋକେ ନ ଆସିବାରୁ ମହିଳାମାନେ ଶବ ଯାତ୍ରା ବାହାର କରି ନିଜେ ଗାଁ ବାହାର ଜଙ୍ଗଲରେ ସତ୍କାର କରିଛନ୍ତି। ଛତିଶଗଡ କାଙ୍କେର ଜିଲ୍ଲା ତୁମସନାର ଗାଁରେ ଘଟିଛି ଏହି ଘଟଣା। ଗାଁର ସୁକମୋତିନ କାଙ୍ଗେ ରାଜସ୍ଥାନର ପଙ୍କଜ ଚୌଧୁରୀଙ୍କୁ ବିବାହ କରିଥିଲେ। ସୁକମୋତିନ ଗର୍ଭବତୀ ଥିଲେ। ଏଣୁ ପିତ୍ରାଳାୟକୁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

{"id":172429}

ପ୍ରସବ ନିମନ୍ତେ ସୁକୋମୋତିନଙ୍କୁ କାଙ୍କେର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ୱଭାବିକ ସନ୍ତାନ ପ୍ରସବ କରିଥିଲେ ସୁକୋମୋତିନ। ତେବେ ଜନ୍ମ ହୋର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଶିଶୁର ମୃତ୍ୟୁ ଖବର ପାଇ ସୁକୋମତିନ ପ୍ରାଣ ହରାଇଥିଲେ। ଏଣୁ ମା ଓ ଶିଶୁଙ୍କ ଶବ ଗାଁକୁ ଅଣାଯାଇଥିବା ବେଳେ କୌଣସି ପୁରୁଷ ଲୋକ ପ୍ରସୂତୀ ମହିଳାଙ୍କ ଶବ ସତ୍କାର କରିବାକୁ ଆସିନଥିଲେ। ସ୍ଥାନୀୟ ଅଞ୍ଚଳରେ ଥିବା ଅନ୍ଧବିଶ୍ୱାସ ଯୋଗୁ ଏଭଳି ଘଟଣା ଘଟିଥିଲା।

{"id":172430,"align":"center","width":515,"height":558}

ଏଠାରେ ମାନ୍ୟତା ଅଛି ପୁରୁଷ ଯଦି ପ୍ରସୂତୀଙ୍କ ଶବଙ୍କୁ ଛୁଅନ୍ତି ସେ ଭୂତ ହୋଇ ଯାଆନ୍ତି। ବିବାହିତ ପୁରୁଷଙ୍କୁ ବି ଏଭଳି ଶବ ଛୁଇଁବା ଏଠାରେ ମନା। ଏଣୁ ଗାଁର ମହିଳାମାନେ ଏକତ୍ରୀତ ହୋଇପ୍ରସୂତୀଙ୍କ ଶବକୁ କାନ୍ଧରେ ବୋହି ଗାଁ ପାଖ ଜଙ୍ଗଲରେ ସତ୍କାର କରିଛନ୍ତି। ମୃତ ମହିଳା ଜୀବିତ ଥିବା ବେଳେ ଏକ ଏନଜିଓ ସହିତ ସମ୍ପୃକ୍ତ ଥିଲେ। ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଥିଲେ। ତେବେ ତାଙ୍କ ନିଜର କାମ ପଡିବା ବେଳକୁ ସେ ସଚେତନ କରିଥିବା ଲୋକେ ସେମାନଙ୍କ ବିଶ୍ୱାସକୁ ନ ଛାଡିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.