ପୁରୁଷଙ୍କୁ ରାତିରେ କେବେ ବି ଏହି ୪ କାମ କରିବା ଉଚିତ୍ ନୁହେଁ, କଲେ ପଡିବ ମହଙ୍ଗା

Published By : Prameya-News7 Bureau | June 19, 2020 IST

ଭୁବନେଶ୍ଵର ୧୯।୦୬: ସଂପ୍ରତି ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ କୌଣସି ଅସମାନତା ଦେଖିବାକୁ ମିଳୁନାହିଁ। ଅନେକ କ୍ଷେତ୍ରରେ ପୁରୁଷ ଭଲ କାମ କରୁଥିବା ବେଳେ ଆଉ ଅନ୍ୟ ଏକ କ୍ଷେତ୍ରରେ ମହିଳା ନିଜର ଦମ୍‌ ଦେଖାଉଛନ୍ତି। ଆଜିର ପ୍ରତିଯୋଗିତାମୂଳକ ସମୟରେ ପୁରୁଷ ନିଜର ସ୍ଵାସ୍ଥ୍ୟ କଥା ମଧ୍ୟ ଭୁଲି ଯାଉଥିବା ଦେଖିବାକୁ ମିଳିଛି। ଖାଦ୍ୟପେୟ ପ୍ରତି ଠିକ୍‌ରେ ଧ୍ୟାନ ନଦେବା ଏବଂ କିଛି ଭୁଲ୍ କାରଣ ଅଭ୍ୟାସ୍‌ରେ ପରିଣତ  ହୋଇଯିବା କାରଣରୁ ଅନେକ ପ୍ରକାରର ସ୍ଵାସ୍ଥ୍ୟଗତ ସମସ୍ୟା ପୁରୁଷଙ୍କଠାରେ ଦେଖିବାକୁ ମିଳୁଛି। ପୁରୁଷଙ୍କୁ ଏମିତି ଗମ୍ଭୀର ସ୍ଵାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ନପଡୁ ଏଥିପାଇଁ ଆମେ କିଛି ବିଶେଷ କଥା କହିବାକୁ ଯାଉଛୁ। ପୁରୁଷଙ୍କୁ ଆଜିଠୁ ଏହି ସବୁ ଅଭ୍ୟାସ୍‌ ଛାଡି ଦେବା ଉଚିତ୍। ନହେଲେ ଭବିଷ୍ୟତରେ ଏହା ବହୁତ କୁପ୍ରଭାବ ପକାଇପାରେ।

ବିଳମ୍ବିତ ରାତ୍ରିରେ ଭୋଜନ କରନ୍ତୁ ନାହିଁ

{"id":288663,"sizeSlug":"large"}

କିଛି ପୁରୁଷଙ୍କ ଅଭ୍ୟାସ୍ ହୋଇ ଯାଇଛି ଯେ, ଅଫିସ୍ ଏବଂ ନିଜ ଘର କାମ ସାରିବା ପରେ ବିଳମ୍ବିତ ରାତ୍ରିରେ ଖାଇବାକୁ ଯାଆନ୍ତି। ବିଶେଷ କରି ବ୍ୟାଚଲରଙ୍କ କଥା କୁହାଯାଏ ତେବେ ସେମାନେ ରାତି ୧୨ଟାରୁ ୧ଟା ପର୍ଯ୍ୟନ୍ତ ଖାଦ୍ୟ ଖାଇବାର ଅଭ୍ୟାସରେ ପଡିଥାନ୍ତି। ଏମିତି ବିଳମ୍ବିତ ରାତ୍ରିରେ ଖାଦ୍ୟ ଖାଇଲେ ଏହା ହଜମ ପ୍ରକ୍ରିୟାକୁ ପୂରା ଖରାପ କରିଥାଏ। ଏସିଡିଟି, ଗ୍ୟାସ୍ ସମସ୍ୟା ଦେଖାଯାଏ। ଏଥିପାଇଁ ବିଳମ୍ବିତ ରାତ୍ରିରେ ଖାଇବା ଅଭ୍ୟାସ୍ ପରିହାର କରନ୍ତୁ।

ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତୁ ନାହିଁ

{"id":288664,"sizeSlug":"large"}

କିଛି ଲୋକ ରାତିରେ ମୁଭି ଓ ଓ୍ଵେବ୍‌ ସିରିଜ୍ ଦେଖିବାକୁ ସଉକରେ ପରିଣତ କରି ସାରିଛନ୍ତି। ନିଜର ଦୈନନ୍ଦିନ କାମ ସାରିବା ପରେ ରାତିରେ ଶୋଇବାକୁ ଯିବା ପୂର୍ବରୁ ଅନେକ ଲୋକ ମୋବାଇଲ୍‌ କିମ୍ବା ଟିଭି ଦେଖିଥାନ୍ତି। ଏହି ରୁଟିନ୍ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ ଏବଂ ପୁରୁଷ ଅନିଦ୍ରାର ଶିକାର ହୋଇଥାଏ। ବୈଜ୍ଞାନିକଙ୍କ ଅଧ୍ୟୟନ ଅନୁଯାୟୀ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଜାଗ୍ରତ  ରହିବା କାରଣରୁ ପୁରୁଷଙ୍କ ପୌରୁଷତ୍ଵ କ୍ଷମତା ବହୁତ ପ୍ରଭାବିତ ହୋଇଥାଏ। ଯଦି ଆପଣଙ୍କ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅନିଦ୍ରା ରହିବାର ଅଭ୍ୟାସ୍ ଅଛି ତେବେ ଶୀଘ୍ର ଛାଡି ଦିଅନ୍ତୁ।

ମଦ ପିଇବା ଅଭ୍ୟାସ୍ ଛାଡନ୍ତୁ

{"id":288665,"sizeSlug":"large"}

ଆଲକୋହଲ ଓ ମଦ ସେବନ  କାରଣରୁ କ୍ୟାନ୍ସର ଓ କିଡନୀ ଜନିତ ରୋଗ ଦେଖାଯାଏ। ନିକଟରେ ବୈଜ୍ଞାନିକ କରିଥିବା ଅଧ୍ୟୟନ ଅନୁଯାୟୀ,  ମଦ ସେବନ ସେକ୍ସୁଆଲ ହର୍ମନକୁ କମ୍ କରିଥାଏ। ଏହା ସହିତ ଲମ୍ବା ସମୟ ଧରି ଲଗାତାର ମଦ ପିଇଲେ ପୁରୁଷଙ୍କ ଷ୍ଟାମିନାକୁ ମଧ୍ୟ କମ କରି ଦେଇଥାଏ।

ହସ୍ତମୈଥୁନ ବଦ ଅଭ୍ୟାସ୍ ଛାଡନ୍ତୁ

{"id":288666,"sizeSlug":"large"}

ଅନେକ ଲୋକ ହସ୍ତମୈଥୁନ କିମ୍ବା ପର୍ଣ୍ଣ ଦେଖିବାର ବଦ ଅଭ୍ୟାସ୍‌ରେ ପଡିଥାନ୍ତି। ଏଥିରୁ ଆପଣଙ୍କୁ ଦୂରରେ ରହିବାର ବହୁତ ଆବଶ୍ୟକତା ରହିଥାଏ। ଏହି ପରି ଅଭ୍ୟାସ୍ ଯୌନାଙ୍ଗଙ୍କୁ କ୍ଷତି ପହଞ୍ଚାଇଥାଏ ଏବଂ ମନରେ  ବିକାର ଭାବ ଉତ୍ପନ କରିଥାଏ। ଯୌନାଙ୍ଗ ଦୁର୍ବଳ କରିବା ସହିତ ଆପଣ ଅନେକ ପ୍ରକାରର ଯୌନ ସମସ୍ୟାର ଶିକାର ହୋଇ ପାରନ୍ତି। ଏହାର ସବୁଠୁ ବଡ ପ୍ରଭାବ ବିବାହ ପରେ ଆପଣଙ୍କ ରୋମାଣ୍ଟିକ ଲାଇଫ ଉପରେ ପଡିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.