ବେଆଇନ ଗୋଚାଲାଣ ରୋକିବାରେ ରାଜ୍ୟ ବିଫଳ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ

Published By : Prameya-News7 Bureau | September 25, 2018 IST

କଟକ୨୫|୯:  ପୁଣି ଜଣେ କେନ୍ଦ୍ର ମନ୍ତ୍ରୀ ଟାର୍ଗେଟ୍ କରିଛନ୍ତି ରାଜ୍ୟ ସରକାରଙ୍କୁ । ଏଥର ବେଆଇନ୍ ଗୋଚାଲାଣକୁ ନେଇ ରାଜ୍ୟ ସରକାର କେନ୍ଦ୍ରର ଟାର୍ଗେଟ୍ ରେ । କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମନେକା ଗାନ୍ଧି ଆଜି କଟକ ନେସନାଲ ଲ ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟରେ ବଢୁଥିବା ଗୋଚାଲାଣ ନେଇ ନିଜ ମତ ରଖି ମାନେକା କହିଛନ୍ତି ଯେ, ଓଡିଶା ବେଆଇନ୍ ଗୋଚାଲାଣରେ ଦେଶରେ ସବୁଠୁ ଆଗରେ ରହିଛି। ମାତ୍ର ରାଜ୍ୟ ସରକାରଙ୍କୁ ବାରମ୍ବାର ତାଗିଦ୍ ପରେ ମଧ୍ୟ ସରକାର ଗୋଚାଲାଣ ରୋକିବା ପାଇଁ କୌଣସି ପଦକ୍ଷେପ ନେଉନଥିବା ମନେକା ଅଭିଯୋଗ କରିଛନ୍ତି । ଆଜି କଟକ ନ୍ୟାସନାଲ୍ ଲ ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ମନେକା । ଅନ୍ୟପଟେ ବେଆଇନ୍ ଗୋଚାଲାଣ ରୁ ମିଳୁଥିବା ଅର୍ଥର ସିଂହଭାଗ ମାଓବାଦୀ ଓ ଆତଙ୍କବାଦୀଙ୍କ ସଙ୍ଗଠନକୁ ଯାଉଛି ବୋଲି କହିଛନ୍ତି ମନେକା । ବେଆଇନ୍ ଗୋଚାଲାଣ ଯେତିକି ବଢିବ, ମାଓ ସଙ୍ଗଠନ ଓ ଆତଙ୍କବାଦୀ ସଙ୍ଗଠନ ସେତିକି ମଜବୁତ୍ ହେବ ବୋଲି ମନେକା କହିଛନ୍ତି ।୨୦୦୮ ମସିହାରେ ଏ ସମ୍ପର୍କରେ ଏକ ରିପୋର୍ଟ ଆସାମର ଜନୈକ ପୋଲିସ୍ ଆଇ ଜି କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଦେଇଥିଲେ । କେନ୍ଦ୍ର ସରକାର ଏବେ ଏହାକୁ ଗୁରୁତର ସହ ନେଇ ଗୋଚାଲାଣ ରୋକିବା ପାଇଁ ରାଜ୍ୟ ସରକାରଗୁଡିକୁ  କହିସାରିଛନ୍ତି। ଏହା ସତ୍ବେ ରାଜ୍ୟ ସରକାର ଗୁଡିକ ଗୋଚାଲାଣ ରୋକିବା ପାଇଁ ପଦକ୍ଷେପ ନନେବା ପରିତାପର ବିଷୟ ବୋଲି କହିଛନ୍ତି ମନେକା… ତେବେ ମନେକା ଏକଥା ମଧ୍ୟ କହିଛନ୍ତି ଯେ,ରାଜ୍ୟରେ ଗୋଚାଲାଣ ବଢୁଥିବା ସତ୍ତ୍ବେ ଗୋଚାଲାଣ ସନ୍ଦେହରେ ବା ଅଭଇଯୋଗରେ କାହାକୁ ହତ୍ୟା କରିବା ଭଳି ଘଟଣା ଓଡିଶାରେ ଘଟି ନାହିଁ । କାରଣ ଓଡିଶା ହେଉଛି ଏକ ଶାନ୍ତି ପ୍ରିୟ ଓ ସହନଶୀଳତାରେ ବିଶ୍ବାସ କରୁଥିବା ରାଜ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.