Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ଯେଉଁ ପୁରୁଷଙ୍କ ଅନାମିକା ଅଙ୍ଗୁଳି ବଡ କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ ଆଶଙ୍କା କମ୍

26/05/2020 at 6:26 PM

ଯେଉଁ ବ୍ୟକ୍ତିଙ୍କର ଅନାମିକା ଅଙ୍ଗୁଳି ବା ରିଙ୍ଗ ଫିଙ୍ଗର ଲମ୍ବା କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ ଆଶଙ୍କା କମ୍। ଏହା କହିଛନ୍ତି ସ୍ୱାନସି ୟୁନିଭର୍ସିଟିର ବାୟୋଲଜି ବିଶେଷଜ୍ଞ ପ୍ରଫେସର ଜନ ମ୍ୟାନିଂ। ଏହାକୁ ବ୍ୟାଖ୍ୟା କରିବାକୁ ଯାଇ ମ୍ୟାନିଂ କହିଛନ୍ତି ଯେ ଏପରି ଲୋକେ ମାତୃଗର୍ଭରେ ଥିବା ବେଳେ ଅଧିକ ଟେଷ୍ଟୋଷ୍ଟେରନ ସଂସ୍ପର୍ଶରେ ଆସିଥାନ୍ତି। ଏଣୁ ଜନ୍ମରୁ ଏମାନଙ୍କର ତର୍ଜନୀ ଅଙ୍ଗୁଳି ବଡ ଏହାର ଏକ ଲକ୍ଷଣ ବୋଲି କହିଛନ୍ତି।

ଏପରିଲୋକଙ୍କ ଶରୀରରେ ହର୍ମୋନ ଅଧିକ ପରିମାଣରେ ଏସିଇ-୨ କମ୍ପାଉଣ୍ଡ କ୍ଷରଣ କରିଥାଏ। ଯାହା ସମ୍ପୃକ୍ତ ବ୍ୟକ୍ତିଙ୍କୁ କରୋନା ବିରୋଧରେ ଲଢେଇ ଲାଗି ସହଯୋଗ କରିଥାଏ ବୋଲି ସେ କହିଛନ୍ତି। ତାଙ୍କର କହିବାର କଥା ହେଲା ଅଧିକ ଏସିଇ-୨ କମ୍ପାଉଣ୍ଡ ଶରୀରକୁ କରୋନା ଭଳି ଭୟଙ୍କର ଭୂତାଣୁ ମୁକାବିଲା ଲାଗି ସକ୍ଷମ କରେ। ଏଣୁ ଯାହାର ରିଂ ଫିଙ୍ଗର ଯେତେବଡ ତାଙ୍କ ଠାରେ ସେତିକି ଅଧିକ ଏସିଇ-୨ କମ୍ପାଉଣ୍ଡ କ୍ଷରଣ ହେଉଥିବା ନିଶ୍ଚିତ ବୋଲି ସେ କହିଛନ୍ତି।

ଏଣୁ ଏଭଳି ଲୋକେ ସଂକ୍ରମିତ ହେଲେବି ସେମାନଙ୍କ ଠାରେ ଲକ୍ଷଣ ଦେଖାଯାଇନଥାଏ ଅଥବା ସ୍ୱଳ୍ପ ଲକ୍ଷଣ ପ୍ରକାଶ ପାଇଥାଏ। ସେମାନେ ଖୁବ୍ ଶୀଘ୍ର ସୁସ୍ଥ ହୋଇ କାମ ମଧ୍ୟ ଫେରିପାରନ୍ତି। ଜାତୀୟ ପରିସଂଖ୍ୟାନ ବିଭାଗ (ଓଏନଏସ୍)ଙ୍କ ଆକଳନରେ ମହିଳାଙ୍କ ଅପେକ୍ଷା ପୁରୁଷ କୋଭିଡ-୧୯ରେ ଅଧିକ ଆକ୍ରାନ୍ତ ହେବା ସହ ପ୍ରାଣ ହରାଉଛନ୍ତି। ଓଏନଏସଙ୍କ ରିପୋର୍ଟ ପରେ ପ୍ରଫେସର ମ୍ୟାନିଂଙ୍କ ତର୍କ ଏବେ ବ୍ରିଟେନରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଓଏନଏସଙ୍କ ରିପୋର୍ଟ ଅନୁସାରେ  ଦେଶରେ କୋଭିଡ-୧୯ ଆକ୍ରାନ୍ତ ୪ହଜାର ୧୨୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ମହିଳାଙ୍କ ସଂଖ୍ୟା ୧ହଜାର ୫ଶହ ୯୯ ଥିବା ବେଳେ ୨ହଜାର ୫୨୩ ଜଣ ପୁରୁଷ ଥିବା କୁହାଯାଇଛି।

   Related Posts