ପୁଅମାନେ କ୍ଷୀର ଭଳି ଗୋରା ଏବଂ ସୁନ୍ଦର ହେବାକୁ ଚାହୁଁଛନ୍ତି କି : ତେବେ ସକାଳୁ ଉଠି କରନ୍ତୁ ଏହି ୨ଟି କାମ

Published By : Prameya-News7 Bureau | June 24, 2019 IST

ଆଜିକାଲି କେବଳ ମହିଳା ନୁହେଁ ବରଂ ପୁଅମାନେ ମଧ୍ୟ ନିଜ ତ୍ବଚାକୁ ଗୋରା କରିବାକୁ ଚାହାନ୍ତି। ଯଦି କୈାଣସି ପୁଅଙ୍କ ରଙ୍ଗ ଶ୍ୟାମଳ ହୋଇଥାଏ ତେବେ ତାଙ୍କ ସୈାନ୍ଦର୍ଯ୍ୟ କମି ଯାଇଥାଏ। କିନ୍ତୁ ଯଦି କୈାଣସି ପୁଅଙ୍କ ରଙ୍ଗ ଗୋରା ହୋଇଥାଏ ତେବେ ସୈାନ୍ଦର୍ଯ୍ୟ ଆହୁରି ବଢ଼ିଯାଇଥାଏ କାରଣ ତ୍ବଚାର ରଙ୍ଗ ନା କେବଳ ବ୍ୟକ୍ତିଙ୍କ ସୈାନ୍ଦର୍ଯ୍ୟକୁ ବଢ଼ାଇଥାଏ ବରଂ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିର ସମ୍ମୁଖରେ କଥା ହେବାର ସାହସ କରିଥାଏ। ଏଥିପାଇଁ ଅଧିକାଂଶ ଲୋକ ନିଜକୁ ସୁନ୍ଦର କରିବାର ଉଦ୍ୟମ କରିଥାଆନ୍ତି।

ଅନେକ ପୁଅମାନେ ମଧ୍ୟ ଆଜିକାଲି ନିଜକୁ ସୁନ୍ଦର ଏବଂ ଗୋରା କରିବା ପାଇଁ ବିୟୁଟି ପ୍ରଡକ୍ଟର ଉପଯୋଗ କରିଥାଆନ୍ତି। କିନ୍ତୁ ଏହି ବିୟୁଟି ପ୍ରଡକ୍ଟ ବ୍ୟବହାର କରବିା ଦ୍ବାରା ସେମାନଙ୍କୁ କୈାଣସି ଲାଭ ମିଳିନଥାଏ। ଏଥିପାଇଁ ଆଜି ଆମେ ଏପରି କିଛି କାମ କାମ ବିଷୟରେ ଜାଣିବା ଯାହାକୁ ପୁଅମାନେ ସକାଳେ ଉଠି ନିଜ ତ୍ବଚାରେ ଲଗାଇଲେ ତ୍ବଚା ମନକୁ ମନ ସୁନ୍ଦର ଏବଂ ଗୋରା ହୋଇଯିବ।

{"id":126526}

୧. ଅନେକ ପୁଅମାନେ କାମ କରି ସାରି ଖାଇସାରି ରାତିରେ ଶୋଇପଡ଼ନ୍ତି ଏବଂ ରାତିସାରା ତାଙ୍କ ତ୍ବଚା ମଇଳା ଜମି ରହିଥାଏ ଯାହା ଦ୍ବାରା ତାଙ୍କ ତ୍ବଚାର ରଙ୍ଗ କଳା ହୋଇଯାଇଥାଏ ଏବଂ ତ୍ବଚା ମଧ୍ୟ ଖରାପ ହୋଇଯାଇଥାଏ। ଏଥିପାଇଁ ସକାଳେ ଉଠି ସର୍ବପ୍ରଥମେ ପୁଅମାନେ ହାଲୁକା ଥଣ୍ଡା ପାଣିରେ ନିଜ ତ୍ବଚାକୁ ଧୋଇବା ଉଚିତ୍। କାରଣ ଥଣ୍ଡା ପାଣିରେ ତ୍ବଚାରେ ଚମକ ଆସିଥାଏ ଏବଂ ତ୍ବଚାର ମଇଳା ସଫା ହୋଇଯାଇଥାଏ।

{"id":126527}

୨. ଅଧିକାଂଶ ପୁଅମାନେ ସକାଳେ ଉଠିବା ପରେ ନିଜ ତ୍ବଚାକୁ ସଫା କରିବା ପାଇଁ ସାବୁନରେ ନିଜ ତ୍ବଚାକୁ ଧୋଇ ଥାଆନ୍ତି। କିନ୍ତୁ ଏପରି କରିବା ଅନୁଚିତ୍। କାରଣ ସାବୁନକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ପ୍ରକାରର ରାସାୟନିକର ଉପଯୋଗ ହୋଇଥାଏ ଯାହା ଦ୍ବାରା ତ୍ବଚା ରୁକ୍ଷ ହୋଇଯାଇଥାଏ। ସକାଳେ ତ୍ବଚାକୁ ସାବୁନରେ ଧୋଇବା ପରେ ତ୍ବଚା ରୁକ୍ଷ ଏବଂ ଧଳା ଧଳା ହୋଇଯାଇଥାଏ। ଏଥିପାଇଁ ସକାଳେ ଉଠିବା ପରେ ନିଜ ତ୍ବଚାରେ ସାବୁନ ନ ଲଗାଇ ଭଲ କୈାଣସି ଭଲ ଫ୍ରୃଟ ଫେସ ଓ୍ବାଶ ବ୍ୟବହାର କରନ୍ତୁ। ଫ୍ରୃଟ ଫ୍ରେଶ ଓ୍ବାଶର ବ୍ୟବହାର କରିବା ଦ୍ବାରା ତ୍ବଚାର ରଙ୍ଗ ସଫା ହୋଇଯାଇଥାଏ ଏବଂ ଧୀରେ ଧୀରେ ତ୍ବଚା ଗୋରା ଏବଂ ସୁନ୍ଦର ହୋଇଯାଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.