ଏମିତି ଗୋଟିଏ ଦେଶ ଅଛି ଯେଉଁଠି ପୁରୁଷମାନେ ମୋଟୀ ସ୍ତ୍ରୀ ପାଇଁ ହୋଇଥାନ୍ତି ପାଗଳ , ସେଥିପାଇଁ ମହିଳାମାନେ ମୋଟାହେବାକୁ ପିଇଥାନ୍ତି ରସାୟନ ପାନୀୟ

Published By : Prameya-News7 Bureau | December 09, 2018 IST

ନାରୀଙ୍କୁ ପସନ୍ଦ କ୍ଷେତ୍ରରେ ପୁରୁଷଙ୍କ ଭିନ୍ନ ଭିନ୍ନ ଋଚି ରହିଥାଏ ।  କେହିକେହିସୁନ୍ଦରୀ , ମୋଟୀ, ପତଳୀ ତ କେହିକେହି ଶ୍ୟାମଳୀ, ଡ଼େଙ୍ଗୀ ,ନୀଳ ନୟନୀମାନଙ୍କୁ ପସନ୍ଦ କରିଥାନ୍ତି। ହେଲେ ଆଫ୍ରିକାର  ମାରିଟେନିଆ ନାମକ ଏମିତି ଗୋଟେ ଜାଗା ଅଛି ଯେଉଁଠି ପୁରୁଷମାନେ କେବଳ ମୋଟୀ ଝିଅଙ୍କୁହିଁ ପସନ୍ଦ କରିଥାନ୍ତି । ସେଥିପାଇଁ ମହିଳାମାନେ ମୋଟା ହେବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ଵନକରିଥାନ୍ତି । ସେଥିପାଇଁ ସେମାନେ  ଅଧିକ କ୍ୟାଲୋରୀଯୁକ୍ତଖାଦ୍ୟ କିମ୍ଵା ରାସାୟନିକ ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ଏମିତିକି ସେମାନଂକୁ ଅମାନବୀୟ ପରିସ୍ଥିତିରବି ସାମନା କରିବାକୁ  ବି ପଡ଼ିଥାଏ

{"id":62355,"width":588,"height":310}

ଝିଅଟିଏକୁ ୧୧ବର୍ଷ ହୋଇଗଲେ ତାକୁ ମୋଟୀ କରିବାକୁ ସମେସ୍ତ ଯେମିତି ଲାଗିପଡ଼ିଥାନ୍ତି । ତାଂକୁ ଯଥେଷ୍ଠ ପରିମାଣରେ ଓଟ କ୍ଷୀର ସହିତ ଏକ ପ୍ରକାର ସୁପ୍ ମଧ୍ୟ ପିଇବାକୁ ଦିଆଯାଇଥାଏ । ଝିଅଟିଏକୁ ୧୧ବର୍ଷ ହୋଇଗଲେତାକୁ ମୋଟୀ କରିବାକୁ ସମେସ୍ତ ଯେମିତି ଲାଗିପଡ଼ିଥାନ୍ତି । ତାଂକୁ ଯଥେଷ୍ଠ ପରିମାଣରେ ଓଟ କ୍ଷୀର ସହିତ ଏକ ପ୍ରକାର ସୁପ୍ ମଧ୍ୟ ପିଇବାକୁ ଦିଆଯାଇଥାଏ ।

ସବୁଠୁ ବଡ଼ ଦୁଃଖଦ ଘଟଣାହେଲା ,ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ପେଟ ଦରଜ ହେବା ସହିତ ହଜମରେ ମଧ୍ୟ ଅସୁବିଧା ହୋଇଥାଏ । ହେଲେ ଝିଅମାନଙ୍କୁ ତାଙ୍କ ମାଆମାନେ ଅନିଚ୍ଛା ସତ୍ତ୍ଵେ ବାଧ୍ୟକରି ଖୁଆଇଥାନ୍ତି । ତାଙ୍କ ଝିଅଙ୍କୁପୁରୁଷମାନେ ପସନ୍ଦ କରନ୍ତୁ ଓ ବାହାଘର ପାଇଁ ଅସୁବିଧା ନହେଉ ବୋଲି ଚାହିଁଥାନ୍ତି ।

{"id":62356,"width":582,"height":396}

ଏ ଘଟଣା ସିନା ଥିଲାବାଲାଘରେ ଘଟେ ହେଲେ ଗରୀବ ଘର ଲୋକେ ଅଲଗା ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟହୋଥାନ୍ତି । ସେମାନେଝିଅଙ୍କୁ ଯଥେଷ୍ଠ ପରିମାଣରେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବାକୁ ଦେଇପାରିନଥାନ୍ତି । ଯାହାଫଳରେ କାଳେତାଙ୍କ ଝିଅକୁ କେହି ବିବାହ କରିବାକୁ ରାଜି ହେବେନାହିଁ, ସେଥିପାଇଁ ଏକ ପ୍ରକାର କେମିକାଲଯୁକ୍ତ ପାନୀୟପିଇବାକୁ ଦେଇଥାନ୍ତି । ଯାହା ସେମାନଙ୍କୁ ମୋଟା କରିଦିଏ ସିନା ଦେହପାଇଁ ଅନେକ କ୍ଷତି ଘଟାଇଥାଏ । ଆହୁରି କେତେକ ପରିବାରରେମଧ୍ୟ କେତେକ ସଦସ୍ୟ ନିଜ ଖାଇବାରୁ କମ୍ କରି ଝିଅଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଖାଇବାକୁ ଦେଇଥାନ୍ତି। ଅଧିକ ପରିମାଣରେ କ୍ୟାଲୋରୀଯୁକ୍ତ ଖାଇବା ଦ୍ଵାରା ମଧ୍ୟ ସେମାନଙ୍କୁ ଡ଼ାଇବେଟିସ ,କିଡ଼ିନ ଫେଲୋର,ହାର୍ଟ ଆଟାକ ଭଳି ମାରାତ୍ମକ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ।

{"id":62357}

ସେମାନେ ଝିଅଙ୍କୁ  ସକାଳ ଜଳଖିଆରେ ୩୦୦୦ କ୍ୟାଲୋରୀ, ମଧ୍ୟାହ୍ନ ଭୋଜନରେ ୪୦୦୦ କ୍ୟାଲୋରୀ, ରାତ୍ରଭୋଜନରେ ୨୦୦୦କ୍ୟାଲୋରୀର ଖାଦ୍ୟ ଖାଇବାକୁ ଦେଇଥାନ୍ତି । କିନ୍ତୁ ନିୟମ ଅନୁସାରେ ଜଣେ ୧୧ ବର୍ଷିୟ ବାଳିକାକୁ ୧୯୦୦ କ୍ୟାଲୋରୀର ଖାଦ୍ୟ ଦେବା ଯଥେଷ୍ଟ ହୋଇଥାଏ ।  ସେମାନଙ୍କର ଧାରଣାଥାଏ ଯେ,ବୟସ ଅନୁସାରେ ମୋଟା ହୋଇଗଲେ ସୁନ୍ଦର ହେବା କିଛି ଜରୁରୀ ନୁହେଁ ।

{"id":62358,"width":589,"height":315}

ଗରୀବଘରର ଝିଅମାନଙ୍କୁ ମୋଟା କରିବାକୁ ବିଭିନ୍ନ ପ୍ରକାର କେମିକାଲଯୁକ୍ତ ଖାଦ୍ୟ-ପାନୀୟ ଦେବା ସହିତ ଷ୍ଟେରଏଡ଼ ମଧ୍ୟ  ଦିଆଯାଇଥାଏ । ଏପରିକି ଏମିନେଟୁ ନାମକ ମାରାତ୍ମକ ଡ଼୍ରଗସ ମଧ୍ୟ  ଝିଅମାନଙ୍କୁ  ଦିଆଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.