Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଗାଈ, ଘୋଡା ଓ ଛେଳି ସହ ଯୌନ ସମ୍ପର୍କ ରଖି ଭିଡିଓ ତିଆରି କରୁଥିଲେ : ହେଲା ୨୦ ବର୍ଷ ଜେଲ

27/04/2019 at 5:51 PM

ପେନସୀଲବାନିୟ ୨୭/୪ : ପଶୁଙ୍କ ସହ ଯୌନ ଏକ ଜଘନ୍ୟ ଅପରାଧ | ପଶୁଙ୍କ ସହ ଯୌନ ସମ୍ପର୍କ ରଖିଥିବା କାରଣରୁ ୩ ଜଣଙ୍କୁ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ | ଏହି ୩ଜଣ ୧୨ ପଶୁଙ୍କ ସହ ଯୌନ ସମ୍ପର୍କ ରଖିଥିଲେ | ୩ ଅଭିଯୁକ୍ତ ଘୋଡା, ଛେଳି, ଗାଈ ଏବଂ କୁକୁର ସହ ପାଖାପାଖି ୫ ବର୍ଷ ପର୍ଯ୍ୟନ୍ତ ଯୌନ ସମ୍ପର୍କ ରଖିଥିଲେ | ଅପରାଧୀଙ୍କୁ କୋର୍ଟ ୨୦ରୁ ୪୧ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଶୁଣାଇଛନ୍ତି |


୩୧ ବର୍ଷ ବୟସ୍କ ଅପରାଧୀ ମେଥୟୁ ବୃବେକର, ୩୪ ବର୍ଷ ବୟସ୍କ ମାର୍କ ଏବଂ ୪୧ ବର୍ଷ ବୟସ୍କ ଟେରି ଵାଲେସ ଆମେରିକୀୟ ରାଜ୍ୟ ପେନସୀଲବାନିୟର କ୍ଳିଅରଫିଲ୍ଡ କାଉଣ୍ଟିରେ ପଶୁମାନଙ୍କ ସହ ୫ ବର୍ଷ ପର୍ଯ୍ୟନ୍ତ ଯୌନ ସମ୍ପର୍କ ରଖିଥିଲେ | ଅଦାଲତରେ ୩ ଅଭିଯୁକ୍ତ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି |


ଫାର୍ମରେ ରହୁଥିବା ସମସ୍ତ ଘୋଡା, ଗାଈ, କୁକୁର ଏବଂ ଛେଳି ସହ ଯୌନ ସମ୍ପର୍କ ରଖିଥିବା ବୃବେକର ସ୍ୱୀକାର କରିଥିଲା | ମାର୍କ ସପ୍ତାହରେ ଅନେକଥର ଘୋଡାଙ୍କ ସହ ଯୌନ ସମ୍ପର୍କ ରଖୁଥିବା କହିଥିଲା | ଏମାନେ ପଶୁଙ୍କ ସହ ଯୌନ ସମ୍ପର୍କ ରଖିବା ସହ ପଶୁଙ୍କ ପ୍ରତି ହିଂସା ଆଚରଣ ମଧ୍ୟ କରୁଥିଲେ | ଏହାସହ ଛୋଟ ପିଲାଙ୍କୁ ମଧ୍ୟ ବିଭିନ୍ନ ଅପରାଧରେ ସାମିଲ କରୁଥିଲେ | ଅପରାଧୀମାନେ ପଶୁଙ୍କ ସହ ଯୌନ ସମ୍ପର୍କର ଭିଡିଓ ମଧ୍ୟ ତିଆରି କରିଥିଲେ |


ଗତବର୍ଷ ଅଗଷ୍ଟ ମାସରେ ଏହି ୩ ଅପରାଧୀଙ୍କୁ ଗିରଫ କରାଯାଇଥିଲା | ମାମଲା ପ୍ରଘଟ ହେବାପରେ ଏକ ଏନିମଲ ଚ୍ୟାରିଟି ଗ୍ରୁପକୁ ଫାର୍ମର ପଶୁଙ୍କ ଦେଖାରେଖା ପାଇଁ ଡକା ଯାଇଥିଲା | ପୋଲିସ ଫାର୍ମରୁ ଅନେକ ସେମି-ଅଟୋମେଟିକ ଅସ୍ତ୍ର ମଧ୍ୟ ଜବତ କରିଥିଲା | ଘଟଣା ସାମ୍ନାକୁ ଆସିବା ପରେ ଅନେକ ପଶୁ ସଂଗଠନ ଉତ୍ତେଜିତ ହୋଇଥିଲେ |
କେହି ଜଣେ ଏହି ସମ୍ପର୍କରେ ଅଭିଯୋଗ କରିବା ପରେ ପୋଲିସ ସର୍ଚ୍ଚ ୱାରେଣ୍ଟ ନେଇ ଫାର୍ମରେ ଚଢ଼ାଉ କରିଥିଲା |

   Related Posts