Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

କାର୍ଯ୍ୟକ୍ରମ ବେଳେ ମହିଳା ଡ୍ୟାନ୍ସରଙ୍କୁ ଡ୍ରେସ ଖୋଲିବାକୁ ବାଧ୍ୟ କରିଥିଲେ ଲୋକେ : ୨ ଗିରଫ

10/06/2019 at 10:53 AM

କାମରୁପ ୧୦/୬ : ଆସାମରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ମହିଳା ଡ୍ୟାନ୍ସରଙ୍କୁ ନିଜ ଡ୍ରେସ ଖୋଲିବା ପାଇଁ ବାଧ୍ୟ କରାଯାଇଥିଲା । ଆୟୋଜକମାନେ ମହଙ୍ଗା ଦରରେ ଟିକେଟ ବିକ୍ରି କରିଥିଲେ । ଡ୍ୟାନ୍ସର ଷ୍ଟ୍ରିପ ଡ୍ୟାନ୍ସ କରିବେ ବୋଲି ଆୟୋଜକ କହିଥିଲେ । ଆସାମ କାମରୁପ ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ମହିଳା ଡ୍ୟାନ୍ସର ଷ୍ଟ୍ରିପ ଡ୍ୟାନ୍ସ କରିବେ ବୋଲି ଦର୍ଶକଙ୍କୁ କୁହାଯାଇଥିଲା । ସେଥିପାଇଁ ଲୋକେ ମହଙ୍ଗା ଦରରେ ଟିକେଟ କିଣିଥିଲେ ।

ସୂଚନାଯୋଗ୍ୟ ଯେ, କାର୍ଯ୍ୟକ୍ରମରେ ପାଖାପାଖି ୫୦୦ ଲୋକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜମା ହୋଇଥିବା ଲୋକେ ମହିଳା ଡ୍ୟାନ୍ସରଙ୍କୁ ନିଜ ଡ୍ରେସ ଖୋଲିବାକୁ ବାଧ୍ୟ କରିଥିଲେ । କିନ୍ତୁ ଡ୍ୟାନ୍ସର ଏମିତି କରିନଥିଲେ । ମହିଳା ଡ୍ୟାନ୍ସର ଏନେଇ ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ୨ ଗିରଫ ଅଭିଯୁକ୍ତ ହେଲେ ଶାହରୁଖ ଖାନ ଓ ସୁଵାହନ ଖାନ । ଏହାପରେ ମହିଳା ଡ୍ୟାନ୍ସର କାର୍ଯ୍ୟକ୍ରମରୁ ପଳାଇ ଯାଇଥିଲେ । କିନ୍ତୁ ସେମାନେ ଯେମିତି କାର୍ଯ୍ୟକ୍ରମରୁ ବାହାରି ଗାଡିରେ ବସିଥିଲେ, ତାଙ୍କ ଗାଡି ଉପରକୁ ଲୋକମାନେ ପଥରମାଡ କରିଥିଲେ । ପୋଲିସ ମାମଲାର ତଦନ୍ତ କରୁଛି । ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୋଲିସ ।

   Related Posts