ଛଅ ବର୍ଷ ଲିଭ-ଇନରେ ରହୁଥବା ଯୁବକ କାହିଁକି ପ୍ରେମିକାକୁ ଦେଲା ଧୋକା... ଆସନ୍ତୁ ଜାଣିବା

Published By : Prameya-News7 Bureau | December 23, 2018 IST

ଜାମଦସେଦପୁର ୨୩/୧୨-ବାହାଘର ପାଇଁ ତାରିଖ ସ୍ଥିର ହେଲା । କାର୍ଡ଼ ଛପାହେଲା ।  ବନ୍ଧୁବାନ୍ଧବ, ସାଙ୍ଗସାଥୀ ସମସ୍ତଙ୍କୁ ବଣ୍ଟା ସରିଥିଲା କାର୍ଡ଼ । ହେଲେ ବିବାହ କରିବାକୁ ମନାକରିଦେଲା ଯୁବକ ।

ଏହି ବିବାହ ପାଇଁ କେବଳ ପରିବାର ଅନୁମତି ନୁହେଁ, ଦୁହେଁଦୁହିଁକୁ ବି ଦେଇଥିଲେ କଥା । ଭଲପାଇବାକୁ ହୋଇଯାଇଥିଲା ୬ବର୍ଷ । ଭଲପାଇବାକୁ ସାକାର କରିବାକୁ ସେମାନେ ନିଷ୍ପତ୍ତି ବି ନେଇଥିଲେ । ପରିବାର ଦୁହିଁଙ୍କ କଥାରେ ବି ରାଜି ଥିଲେ । ହେଲେ ସବୁ ବ୍ୟବସ୍ଥା ସରିବା ପରେ ଭାଙ୍ଗିଗଲା ବାହାଘର । ମନା କରିଦେଲା ଧୋକାବାଜ୍ ପ୍ରେମିକ ।

ଯୁବତୀଙ୍କ ବୟାନ ଅନୁସାରେ ସେମାନଙ୍କ ଭିତରେ ସେମିତି କିଛି ପ୍ରତିବନ୍ଧକ ନଥିଲା । ସେମାନେ ଏତେ ପରିମାଣରେ ଭଲ ପାଉଥିଲେ କେହି କାହାକୁ ଦଣ୍ଡେ କି ଘଡ଼ିଏ ନ ଦେଖିଲେ ରହିପାରୁ ନ ଥିଲେ ।ଏମିତିକି ସେମାନେ ବାହାରକୁ ଗଲେ ସ୍ଵାମୀ-ସ୍ତ୍ରୀ ବୋଲି ପରିଚୟ ମଧ୍ୟ ଦେଉଥିଲେ । ଦେହ ଖରାପବେଳେ ଆଡ଼ମିଶନ ହେଲାବେଳେ  ଡ଼ାକ୍ତରଖାନାରେ ଯୁବକ ଜଣକ ତାଙ୍କ ସ୍ଵାମୀ ବୋଲି ସେହି ରେଜିଷ୍ଟାରରେ ଲେଖିଥିବା କଥା ଯୁବତୀ କହିଛନ୍ତି । ଏମିତି କିଛି କାରଣ ନ ଥାଇ ଛାଡ଼ି ଦେବାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଯୁବତୀ ।

ଏବାବଦରେ ମୁଖ୍ୟମନ୍ତ୍ରୀକୁ ଏକ ନିବେଦନ ପତ୍ର ମଧ୍ୟ ପଠାଇଛନ୍ତି । ସେଥିରେ ଲେଖିଛନ୍ତି- ସେ ସେହି ଯୁବକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । କିନ୍ତୁ ୬ ବର୍ଷର ସଂପର୍କଥିବା ବେଳେ ବାହାହେବାକୁ ମନାକରିବା ଆଦୌ ଠିକ ନୁହେଁ  ବୋଲି ଯୁବତୀ କହିଛନ୍ତି ।

ସେମାନେ ୬ବର୍ଷଧରି ଲିଭ ଇନ ରିଲେସନରେ ରହୁଥିଲେ । ସେମାନେ ସ୍ଵାମୀ-ସ୍ତ୍ରୀ ଭଳି ମଧ୍ୟ ଚଳିଆସୁଥିଲେ । ହେଲେ ବିବାହ ପାଇଁ ସବୁ ବ୍ୟବସ୍ଥା ସରିବା ପରେ କାହିଁକି ମନା କଲେ ବୋଲି ଯୁବତୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିଠି ମାଧ୍ୟମରେ ଆପତ୍ତି ଜଣାଇଛନ୍ତି । ଏବାବଦରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଯୁବତୀ ଚିଠିରେ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.