Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଜନ୍ମ ବେଳେ ଓଜନ କମ୍ ଥିଲେ , ପ୍ରାପ୍ତ ବୟସ୍କରେ କମିଥାଏ ପ୍ରଜନନ କ୍ଷମତା : ଗବେଷଣାରୁ ଆସିଛି ଏପରି କିଛି ତଥ୍ୟ

23/12/2019 at 12:09 PM

ଲଣ୍ଡନ ୨୩।୧୨: ଜନ୍ମ ସମୟରେ କମ୍‌ ଓଜନ ଥିବା ପିଲା ବଡ ହେବା ପରେ ସେମାନଙ୍କ ନିକଟରେ ପ୍ରଜନନ କ୍ଷମତା ନେଇ ସମସ୍ୟା ଦେଖାଦେଇପାରେ । ଏକ ଗବେଷଣାରୁ ଏହା ଜଣାପଡିଛି । ଗବେଷଣାରେ ମହିଳା ମଧ୍ୟ ସାମିଲ ଥିଲେ । ରିସର୍ଚ୍ଚରେ ଜଣାପଡିଛି । ଜନ୍ମ ସମୟରେ ସାମନ୍ୟ ଠାରୁ ୧୦ପ୍ରତିଶତ ପର୍ଯ୍ୟନ୍ତ କମ୍ ଓଜନ ହୋଇଥିବା ବ୍ୟକ୍ତିଠାରେ ଏପରି ସମସ୍ୟା ଦେଖାଦେଇଛି ।

ଗବେଷଣା କରୁଥିବା ଟିମ୍‌ଙ୍କ ଅନୁସାରେ ଏପରି ମାମଲାରେ ମାଙ୍କ ସ୍ବାସ୍ଥ୍ୟବସ୍ଥା କେମିତି ରହୁଛି, ତାହାକୁ ମଧ୍ୟ ଧ୍ୟାନ ଦେବା ଉଚିତ । ଡେନମାର୍କର ଏକ ବିଶ୍ବବିଦ୍ୟାଳୟର ଆନି ଥ୍ରୋଷ୍ଟାଡ ନାମକ ଜଣେ ଗବେଷକ କହିଛନ୍ତି ଯେ, ଖରାବ ବାତାବରଣରେ ଭ୍ରୁଣର ସ୍ପର୍ମ ପ୍ରଡକ୍ସନ ଓ ପ୍ରଜନନ ଅଂଗର ବିକାଶରେ ହାନିକାରକ ଦେଖା ଦେଇଥାଏ  ।

ଯଦି ମା ଧ୍ରୁମପାନ କରନ୍ତି, ତେବେ ତାର ସିଧା ପରିଣାମ ଜନ୍ମ ନେବାକୁ ଥିବା ଶିଶୁ ଉପରେ ପଡିଥାଏ। ଶିଶୁର ଜନ୍ମ ହେବାରୁ କିଛି ଦିନରେ ଏହାର ପ୍ରଭାବ ଦେଖାଯାଇନଥାଏ, କିନ୍ତୁ କିଛି ବର୍ଷ ପରେ ଏହାର କୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥିବାର ଦେଖିବାକୁ ମିଳିଥାଏ ବୋଲି ଥ୍ରୋଷ୍ଟାଡଙ୍କ କହିଛନ୍ତି ।  

୧୯୮୪ ଓ ୧୯୮୪ ମଧ୍ୟରେ ଜନ୍ମ ହୋଇଥିବା ୫,୫୯୪ ପୁରୁଷଙ୍କ ନେଇ ଗବେଷଣା କରାଯାଇଛି । ଗବେଷଣା ଟିମ୍ ଜାଣିବାକୁ ପାଇଥିଲେ କି ଯେଉଁମାନେ ୮.୩ ପ୍ରତିଶତ ଲୋକଙ୍କ ଓଜନ ନିଜ ଜନ୍ମ ସମୟରେ ୨.୮କେଜି ରହିଥାଏ । ସେମାନଙ୍କୁ ଆଗକୁ ଏପରି ପ୍ରଜନନ କ୍ଷମତା ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପିଡିଥାଏ। ଆରହୁସ ଟିମ୍ ନିଜ ରିସର୍ଚ୍ଚରେ ୩୦ରୁ ୪୦ ବୟସର ଲୋକଙ୍କ ସାମିଲ କରିଥିଲେ ।

   Related Posts