Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ମହିଳାଙ୍କ ଭଳି ପୁରୁଷଙ୍କର ମଧ୍ୟ ହୋଇଥାଏ ମେନୋପଜ, ଜାଣନ୍ତୁ କେମିତି ଓ ଏହାର ଲକ୍ଷଣ କଣ

30/04/2019 at 5:44 PM

ଏକ ନିର୍ଦ୍ଦିଷ୍ଟ ବୟସରେ ମହିଳାଙ୍କର ମାସିକ ଧର୍ମ ବନ୍ଦ ହୁଏ ବା ମେନୋପଜ ସ୍ଥିତି ଆସେ। ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ତିତି ଆସିଥାଏ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ହେଲେ ଏହି ସ୍ଥିତି ପୁରୁଷଙ୍କ କ୍ଷେତ୍ରରେ ମହିଳାଙ୍କଠୁ ସମ୍ପୂର୍ଣ୍ଣ ଭିନ୍ନ। ପୁରୁଷଙ୍କ ବୟସ ବଢିଲେ ସେମାନଙ୍କ ଟେଷ୍ଟୋଷ୍ଟୋରୋନର ସ୍ତର କମ ହୋଇଥାଏ। କିନ୍ତୁ ମହିଳାଙ୍କ ମେନୋପଜ ସ୍ଥିତି ସମ୍ପୂର୍ଣ୍ଣ ଅଲଗା। 

ମହିଳାଙ୍କର ମେନୋପଜ ଓ ପୁରୁଷଙ୍କ ମେନୋପଜ ଦୁଇଟି ଭିନ୍ନ ଭିନ୍ନ ସ୍ଥିତି। ମହିଳାଙ୍କର ଓଭ୍ୟୁଲେସନ ପ୍ରକ୍ରିୟା ଏହା ଦ୍ବାରା ବନ୍ଦ ହୋଅଯାଉଥିବାବେଳେ ହର୍ମୋନ ସିକ୍ରେଶନ କମିଯାଏ। ଅପରପକ୍ଷରେ ପୁରୁଷଙ୍କର  ଟେଷ୍ଟୋଷ୍ଟୋରୋନର ସ୍ତର ଓ ହର୍ମୋନ ସିକ୍ରେଶନ କମ ହୋଇଥାଏ। ପୁରୁଷଙ୍କର ମେନୋପଜ ମହିଳାଙ୍କ ଭଳି ହଠାତ୍‌ ହୋଇନଥାଏ। ଏହାର ଲକ୍ଷଣ ଓ ସଂକେତ ଧିରେ ଧିରେ ଜଣା ପଡେ।

ପୁରୁଷଙ୍କର ଟେଷ୍ଟୋଷ୍ଟୋରୋନ ସ୍ତର କମ ହେବା ପୂର୍ବରୁ ଅନେକ ସଂକେତ ମିଳିଥାଏ। ବିଶେଷଜ୍ଞ ଏହାକୁ ଏଣ୍ଡ୍ରୋପୋଜ, ଟେଷ୍ଟୋଷ୍ଟୋରୋନ ଡେଫିସିଏନ୍ସି ବା ହାଇପୋଗୋନାଡିଜମ୍‌ କୁହନ୍ତି।
ପୁରୁଷଙ୍କର ମେନୋପଜର ସଂକେତ ଓ ଲକ୍ଷଣ-
ଇଚ୍ଛା ବଦଳିବା ତଥା ମୁଡ୍‌ ବଦଳିବା ଓ ଚିଡଚିଡା ହେବା
ଶରୀରରେ ଚର୍ବିର ପରିମାଣ ବୃଦ୍ଧିପାଇବା
ମାଂସପେଶି କମ ହେବା
ପତଳା ହେବା
ଅଧିକ ଝାଳ ବାହାରିବା
ଏକାଗ୍ରତା କମିବା
ଅନିଦ୍ରା ଓ ଥକାପଣ ହେବା
ଇଚ୍ଛାଶକ୍ତି କମ ହେବା
ଯୌନ ଇଚ୍ଛା କମ ହେବା
ଯୌନ କ୍ରିୟା ଠିକ୍‌ ଭାବେ ନହେବା
ଏଣ୍ଡ୍ରୋପଜ ପୂର୍ବରୁ ଏହି ଭଳି ଅନେକ ଲକ୍ଷଣ ପୁରୁଷଙ୍କ ମଧ୍ୟରେ ଦେଖାଯାଏ। କେବଳ ଜୀବନଶୈଳୀ ବା ମାନସିକ ସମସ୍ୟା ପୁରୁଷଙ୍କ ମଧ୍ୟରେ ଏଣ୍ଡ୍ରୋପଜ ପାଇଁ ଦାୟି ନଥାନ୍ତି। ଏହି ଲକ୍ଷଣ ହାଇପୋଗୋନାଡିଜମ୍‌ କାରଣରୁ ହୋଇଥାଇପାରେ। କିଛି ଜଣଙ୍କର ହାଇପୋଗୋନାଡିଜମ୍‌ ଡେଫିସିଏନ୍ସି ଜନ୍ମରୁ ଥାଏ ଓ କିଛି ଜଣଙ୍କର ଜୀବନର ଯେକୌଣସି ସମୟରେ  ଏହା ଦେଖା ଦେଇପାରେ। ଏହା ଅଧିକାଂଶ ମୋଟା ଲୋକ ବା ଟାଇପ୍‌୨ ମଧୁମେହ ଥିବା ଲୋକଙ୍କ ସମସ୍ୟା ହୋଇଥାଏ।
ତେବେ ହାଇପୋଗୋନାଡିଜମ୍‌ ବିଳମ୍ୱରେ ଆରମ୍ଭ ହେବା ବିଷୟରେ ରକ୍ତ ପରୀକ୍ଷଣ କରି ଜାଣିହୁଏ। ପୁରୁଷଙ୍କ ଏଣ୍ଡ୍ରୋପଜ ସ୍ଥିତିକୁ ଜୀବନଶୈଳୀରେ ପରିବର୍ତ୍ତନ ଆଣି କମ କରାଯାଇପାରିବ। ତାହା ହେଲା-
ପୁଷ୍ଟିକର ଖାଦ୍ୟ ଖାଇବା
ନିୟମିତ ରୂପରେ ବ୍ୟାୟାମ କରିବା
ସଠିକ୍‌ ଭାବେ ଶୋଇବା
ଅବସାଦ ମୁକ୍ତ ରହିବା

 

   Related Posts