ମଦ ଦୋକାନକୁ ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Published By : Prameya-News7 Bureau | June 14, 2021 IST

ଭଦ୍ରକ ୧୪।୬: ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ । ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା । ଭଦ୍ରକ ଜିଲ୍ଲା  ଘଣ୍ଟେଶ୍ଵର ବଜାରଠାରେ ଏକ ବିଦେଶୀ ମଦ ଦୋକାନ ପାଇଁ ସ୍ଥାନ ଚୟନ କରାଯାଇଛି । ତେବେ ଏହି ପ୍ରସ୍ତାବିତ ମଦ ଦୋକାନ ନିକଟରେ ଧାର୍ମିକ ଅନୁଷ୍ଠାନ ସହ କେତେକ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ରହିଛି ।

ତେବେ ସେହି ରାସ୍ତା ଦେଇ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଯିବା ଆସିବା କରନ୍ତି । ସେଥିପାଇଁ ସ୍ଥାନୀୟ ଲୋକେ ଏହି ମଦ ଦୋକାନକୁ ବିରୋଧ କରିଛନ୍ତି । ଏ ନେଇ ଭଦ୍ରକ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟି ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଆନ୍ଦୋଳନ ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.