ବାତ୍ୟା ବୁଲବୁଲ୍ ପ୍ରଭାବରେ କ୍ଷତିଗ୍ରସ୍ଥ ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
18/11/2019 at 12:55 PM

ଚାନ୍ଦବାଲି ୧୮।୧୧ : ସାମୁଦ୍ରିକ ବାତ୍ୟା ବୁଲବୁଲ୍ ପ୍ରଭାବରେ କ୍ଷତିଗ୍ରସ୍ଥ ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ଦାବିରେ ତହସିଲ ଅଫିସ ଘେରାଉ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ରଦେଲେ ଅଖିଳଭାରତ କୃଷତ ସଭା ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ବାତ୍ୟା ବୁଲବୁଲ ଦ୍ବାରା ଚାଷଜମି ବିଶେଷ ଭାବରେ କ୍ଷତିଗ୍ରସ୍ଥ ହୋଇଛି । ଏହି ଚାଷୀ ବହୁଳ ଜିଲ୍ଲାରେ ଧାନ ସହ ପନିପରିବା ଚାଷ ବାତ୍ୟା ଦ୍ବାରା ସମ୍ପୁର୍ଣ୍ଣ ଭାବରେ କ୍ଷତିଗ୍ରସ୍ଥ ହୋଇଛି । କ୍ଷୟକ୍ଷତି ଆକଳନ ପାଇଁ ଆରଡ଼ିସି ଓ କେନ୍ଦ୍ରିୟ ଟିମ୍ ଆସି ତଦନ୍ତ କରିଛନ୍ତି । ଭଦ୍ରକ ଜିଲ୍ଲାକୁ ସମସ୍ତ କୃଷି ରଣ ଛାଡ଼ କରିବା ସହ ଚାଷୀ ମାନଙ୍କୁ ସରକାର ଉପଯୁକ୍ତ କ୍ଷତିପୂରଣ ଦେବାପାଇଁ ଅଖିଳ ଭାରତ କୃଷକ ସଭାର ଚାନ୍ଦବାଲି ଶାଖା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନକରିଛନ୍ତି । ଚାଷୀ ମାନଙ୍କୁ କ୍ଷତିପୂରଣ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ନିରପେକ୍ଷ ଓ ସ୍ବଛତା ଅବଲମ୍ବନ କରିବାକୁ ମଧ୍ୟ ଦାବୀ କରିଛନ୍ତି ।