Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଆଜିଠୁ ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ: ଭର୍ତ୍ତୃହରି ଓଡିଆରେ ଏବଂ ପ୍ରତାପ ଷଡଙ୍ଗୀ ନେଲେ ସଂସ୍କୃତରେ ଶପଥ, ୧୯ରେ ବାଚସ୍ପତି ଚୟନ

17/06/2019 at 8:04 PM

ନୂଆଦିଲ୍ଲୀ୧୭|୬: ଆଜିଠୁ ସଂସଦର ଆରମ୍ଭ ହୋଇଛି ବଜେଟ ଅଧିବେଶନ। ସପ୍ତଦଶ ଲୋକସଭାର ଏହା ହେଉଛି ପ୍ରଥମ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ନବ ନିର୍ବାଚିତ ସାଂସଦ ନେଇଛନ୍ତି ଶପଥ।  କାମଚଳା ବାଚସ୍ପତି ଡ.ବୀରେନ୍ଦ୍ର କୁମାର ନବ ନିର୍ବାଚତ ସାଂସଦଙ୍କୁ ଶପଥ ପାଠ କରାଇଥିଲେ । ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ସଂସ୍କୃତରେ ଶପଥ ପାଠ କରିଥିଲେ। ଓଡିଆରେ ଶପଥ ନେଇଥିଲେ ସାଂସଦ ଭର୍ତ୍ତୁହରି ମହତାବ।

ସଂସ୍କୃତରେ ଶପଥ ଗ୍ରହଣ କଲେ ପ୍ରତାପ ଷଡ଼ଙ୍ଗୀ।  ପୁଣି ଥରେ ୫୪୩ ସାଂସଦଙ୍କ ମଧ୍ୟରେ ଦୃଷ୍ଟି ଆକର୍ଷଣ କଲେ ଏହି ଓଡ଼ିଆ ସାଂସଦ। ସଂସଦରେ ଆଜିଠୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ।  ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ।  ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ଆଜି ନବ ନିର୍ବାଚିତ ସାଂସଦ ଶପଥ ନେଇଥିଲେ । କାମଚଳା ବାଚସ୍ପତି ଡ.ବୀରେନ୍ଦ୍ର କୁମାର ନବନିର୍ବାଚତ ସାଂସଦଙ୍କୁ ଶପଥ ପାଠ କରାଇଥିଲେ । ଦୁଇ ଦିନ ଧରି ଚାଲିବାକୁ ଥିବା ଶପଥ ପାଠ ଉତ୍ସବରେ ଆଜି ଦେଖିବାକୁ ଭାଷାର ଭିନ୍ନତା । ହିନ୍ଦୀ, ଇଂରାଜୀ,ସଂସ୍କୃତ ଏବଂ  ଅନେକ ସାସଂଦ ନିଜ ନିଜ ମାତୃଭାଷାରେ ଶପଥ ଗ୍ରହଣ କରିଥିଲେ । ପ୍ରଥମେ ଶପଥ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୧୯ ତାରିଖରେ ସଂସଦର ବାଚସ୍ପତି  ଚୟନ କରାଯିବ। ସେହି ଦିନ  ପ୍ରଧାନମନ୍ତ୍ରୀ  ସମସ୍ତ ରାଜନୈତିକ ଦଳର ଅଧ୍ୟକ୍ଷ ଙ୍କ ସହ  ଏକ ରାଷ୍ଟ୍ର ଏକ ଭୋଟ ଉପରେ ଆଲୋଚନା କରିବେ। ପରମ୍ପରା ଅନୁଯାୟୀ ୨୦ ତାରିଖ ଦିନ ସଂସଦର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ଆର୍ଥକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ବାହାରେ  ବିରୋଧୀଙ୍କୁ ନିଶାନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ବିରୋଧୀ ସଂଖ୍ୟା ଚିନ୍ତା ଛାଡି ଗଣତନ୍ତ୍ରରେ ସକ୍ରିୟ ରହିବା ଜରୁରୀ ବୋଲି ସେ କହିଛନ୍ତି। 

ବଜେଟ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିବ। ଏହି ଅଧିବେଶନରେ ଲୋକସଭାରେ ପୁଣି ଥରେ ଟ୍ରିପଲ ତଲାକ ବିଲ୍ ପାରିତ କରାଇବା ରହିବ ସରକାରଙ୍କ ପ୍ରାଥମିକତା। 

   Related Posts