୯/୧୧ ମୋକଦ୍ଦମାରେ ସାକ୍ଷୀଦେବେ ସାଉଦୀ ରାଜ ପରିବାର ସଦସ୍ୟ, ସାକ୍ଷଙ୍କୁ ଉପଲବ୍ଧ କରାଇବାକୁ ଆମେରିକୀୟ କୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | September 12, 2020 IST

ନ୍ୟୁୟର୍କ: ଆମେରିକା ୧୧ ସେପ୍ଟେମ୍ବର ୨୦୧୧ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆମେରିକୀୟ ଫେଡେରାଲ କୋର୍ଟ ସାଉଦୀ ଆରବ ରାଜ ପରିବାରର ୨ ସଦସ୍ୟଙ୍କୁ କିଛି ପ୍ରଶ୍ନ କରିବାକୁ ଚାହାନ୍ତି। ଏଥିଲାଗି ସେମାନଙ୍କୁ କୋର୍ଟରେ ହାଜର ହୋଇ ସାକ୍ଷ ଦେବାକୁ ପଡିବ ବୋଲି ଆମେରିକୀୟ ମାଜିଷ୍ଟ୍ରେଟ୍ ସାରା ନେଟବର୍ଣ୍ଣ ଏକ ସିଲବନ୍ଦ ଲଫାପାରେ ନିର୍ଦ୍ଦେଶ ଦେଇଛନ୍ତି। ସାଉଦୀ ସରକାର ଏହି ଲଫାପା ଖୋଲିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ଜଣାପଡିଛି। ଏଥିରେ କୋର୍ଟରେ ସେମାନଙ୍କ ହାଜିରା ଲାଗି ସାଉଦୀ ସରକାରଙ୍କୁ ବ୍ୟବସ୍ଥା କରିବାକୁ କହିଛନ୍ତି। 

{"id":328700,"width":578,"height":385,"sizeSlug":"large"}

କୋର୍ଟଙ୍କ ଲିଖିତ ଆଦେଶରେ ରାଜ ପରିବାରର ସଦସ୍ୟମାନଙ୍କୁ ଓ ସାଉଦୀ ଆରବର ଅନ୍ୟ ସାକ୍ଷଙ୍କୁ ସାକ୍ଷଦାନ ନିମନ୍ତେ ଉପଲବ୍ଧ କରାଇବା ଲାଗି ସାଉଦୀ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସାକ୍ଷ ନିମନ୍ତେ କୋର୍ଟରେ ଯେଉଁମାନଙ୍କୁ ହାଜର କରାଯିବ ସେମାନଙ୍କ ମଧ୍ୟରେ ସରକାରଙ୍କ ବର୍ତ୍ତମାନ ଓ ପୂର୍ବ ଅଧିକାରୀ ମଧ୍ୟ ଅଛନ୍ତି। ତେବେ ଏହି ସାକ୍ଷମାନେ କେବେ ଓ କେଉଁଠି ସାକ୍ଷ ଦେବେ ସେନେଇ କୋର୍ଟଙ୍କ ଲିଖିତ ନିର୍ଦ୍ଦେଶରେ ସ୍ପଷ୍ଟ ଉଲ୍ଲେଖ ନାହିଁ।

{"id":328701,"width":576,"height":383,"sizeSlug":"large"}

ଆବେଦନକାରୀଙ୍କ ଓକିଲ ଜିମ୍‌ କ୍ରିଣ୍ଡଲରଙ୍କ ଅନୁସାରେ ଘଟଣା ସମ୍ପର୍କରେ ସେମାନେ ଜାହା ବି କିଛି ଜାଣନ୍ତି ସେ ସମ୍ପର୍କରେ ସୂଚନା ସାର୍ବଜନିକ ହେଉ। ନ୍ୟାୟାଳୟଙ୍କ ତଥ୍ୟ ଅନୁସାରେ ସାଉଦୀ ରାଜପରିବାର ସଦସ୍ୟଙ୍କ ମଧ୍ୟରେ ସହଜାଦେ ବାନ୍ଦର ବିନା ସୁଲତାନଙ୍କ ନାମ ମଧ୍ୟ ରହିଛି। ସେ ସାଉଦୀ ଗୁଇନ୍ଦା ବିଭାଗର ପୂର୍ବତନ ମୁଖ୍ୟ ମଧ୍ୟ ଥିଲେ।  ଏହା ଛଡା ସେ ୧୯୮୩ରୁ ୨୦୦୫ ମସିହା ପର୍ଯ୍ୟନ୍ତ ଆମେରିକାରେ ସାଉଦୀ ଆରବ ରାଜଦୂତ ମଧ୍ୟ ଥିଲେ।

{"id":328709,"sizeSlug":"large"}

ଆମେରିକା ୯/୧୧ ପୀଡିତଙ୍କ ଅଭିଯୋଗ ଅନୁସାରେ ସାଉଦୀ ଆରବ ଏଜେଣ୍ଟମାନେ ସେ ସମୟରେ ଜାଣିଶୁଣି ଅଲକାଏଦା ଓ ସେମାନଙ୍କ ନେତା ଓସାମାବିନ୍‌ ଲାଡେନକୁ ସମର୍ଥନ କରୁଥିଲେ। ତେବେ ମାମଲାରେ ସାଉଦୀ ଆରବଓକିଲ ମାଇକେଲ କେଲୋଗ୍ ଫେଡେରାଲ କୋର୍ଟଙ୍କ ନିର୍ଦ୍ଦେଶରେ ପ୍ରସଙ୍ଗକୁ ନେଇ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି। ଆମେରିକା ୯/୧୧ଘଟଣା ପଛରେ ସାଉଦୀ ଆରବ ସରକାର ପ୍ରଥମରୁ ନିଜର କୌଣସି ସମ୍ପର୍କକୁ ଅସ୍ୱୀକାର କରିଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.