Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆଦିବାସୀ ପିଲାଙ୍କୁ ପାଠ ପଢାଉଛନ୍ତି ‘ମେ ଆଇ ହେଲ୍ପ ୟୁ’ ସଂଗଠନର ସଦସ୍ୟ, ଦେଉଛନ୍ତି ଜଳଖିଆ

12/10/2021 at 7:05 PM

ଜଳେଶ୍ୱର, ୧୨/୧୦: କରୋନା ପାଇଁ ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସ୍କୁଲ ଅଙ୍ଗନୱାଡି ବନ୍ଦ ରହିଛି । ସ୍ମାର୍ଟ ଫୋନ ନଥିବାରୁ ଆଦିବାସୀ ସାହିରେ ପିଲାମାନେ ପାଠପଢ଼ାରୁ ବଂଚିତ ଥିଲା ବେଳେ ସାମାଜିକ ସଂଗଠନ ‘ମେ ଆଇ ହେଲ୍ପ ୟୁ’ ପିଲାମାନଙ୍କୁ ସାହି ସାହି ବୁଲି ପାଠ ପଢ଼ାଉଛନ୍ତି । 

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋବରଘାଟା ପଞ୍ଚାୟତର ଚନ୍ଦନା ଗ୍ରାମର କୃଷ୍ଣ ନଗର  ଆଦିବାସୀ ସାହିରେ ଏହି ସେବା ଯୋଗାଇ ଦେଇଛି ସଂଗଠନ । ପାଠପଢା ବନ୍ଦ ଥିବାରୁ  ଖେଳ କୁଦ କରିବା ସହିତ ଗାଈଗୋରୁ  ଚରାଉ ଛନ୍ତି ପିଲାମାନେ । ଏହାକୁ ଦେଖି  ଜଳେଶ୍ୱର ସହରରେ ଥିବା ଏହି ସାମାଜିକ ସଂଗଠନର ସଦସ୍ୟମାନେ ସାହିର ପିଲାମାନଙ୍କୁ ଏକଜୁଟ କରି ଗଛମୂଳେ ପାଠ ପଢ଼ାଉଛନ୍ତି  । ଏହି କାର୍ଯ୍ୟକ୍ରମ ସବୁ ଦିନ ସକାଳ ସମୟରେ ସଂଗଠନର ସଦସ୍ୟମାନଙ୍କ ଦ୍ଵାରା ଜାରି ରହିଛି । ପାଠପଢା  ସହିତ ବ୍ୟୟାମ, ଯୋଗ, ସାଧାରଣଜ୍ଞାନ ଆଦି ଶିକ୍ଷା ଦିଆଯିବା ସହିତ   ପିଲାମାନଙ୍କୁ ଜଳଖିଆ ମଧ୍ୟ ପ୍ରଦାନ କରାଯାଉଛି । ଫଳରେ ପିଲାମାନେ ଖେଳକୁଦ ଛାଡି ଏବେ ଆନନ୍ଦ ସହକାରରେ ପାଠ ପଢୁଛନ୍ତି ।

   Related Posts