ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଭିକ୍ଷାଥାଳ ଧରି ଶହ ଶହ ପୁରୁଷ ଓ ମହିଳା କଲେ ଭିକ୍ଷା, ଜାଣନ୍ତୁ କାହିଁକି

Published By : Prameya-News7 Bureau | July 03, 2019 IST

ଭୁବନେଶ୍ବର ୩|୭: ବିଧାନସଭା ଚାଲିଲେ ନାରାବାଜିରେ କମ୍ପେ ଲୋୟାର ପିଏମଜି । ସବୁଥର ଭଳି ଏଥର ମଧ୍ୟ ବିଭିନ୍ନ ସଂଗଠନର ଆନ୍ଦୋଳନକାରୀମାନେ ସରକାରଙ୍କ ପାଖରେ ନିଜର ଦାବି ଜଣାଇବାକୁ ଏଠାରେ ଭିଡ଼ ଜମାଇଛନ୍ତି । ହଠାତ୍‌ ଆଜି ରାଜରାସ୍ତାରେ ଶହ ଶହ ମହିଳାଙ୍କୁ ଭିକ୍ଷାଥାଳ ଧରି ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ହେଲେ ଏମାନେ କିଏ, ଆଉ କ’ଣ ପାଇଁ ଏଭଳି କରୁଥିଲେ ଚାଲନ୍ତୁ ଦେଖିବା ଏଇ ରିପୋର୍ଟରେ ।

{"id":130068}

କେବଳ କିଛି ମନ୍ଦିର ସାମ୍ନାରେ ବସୁଥିବା ଭିକ୍ଷୁକମାନଙ୍କୁ ଛାଡ଼ିଦେଲେ ରାଜଧାନୀରେ ଆଉ କେଉଁଠି ଏମାନଙ୍କୁ ଦେଖିବାକୁ ମିଳୁନି । ହେଲେ ଆଜି ହଠାତ୍‌ ଲୋୟୋର ପିଏମଜିକୁ ଯିବା ବାଟରେ ଶତାଧିକ ମହିଳାଙ୍କୁ ଥାଳ ଧରି ଭିକ୍ଷାମାଗୁଥିବା ଦେଖିବାକୁ ମିଳିଲା । ଏମାନଙ୍କୁ ଏତେ ସଂଖ୍ୟାରେ ଦେଖି ଆମ ମନକୁ ବି ଟିକେ ସଂଦେହ ଆସିଲା । ଏମାନେ କିଏ,  କାହିଁକି ଏଠାକୁ ଆସି ଏଭଳି ଭିକ୍ଷା ମାଗୁଛନ୍ତି ବୁଝିବାକୁ ଟିକେ ଅଟକିଗଲୁ । ବୁଝୁ ବୁଝୁ ଜଣାପଡ଼ିଲା ଏମାନେ ପ୍ରକୃତରେ ଭିକ୍ଷୁକ ନୁହନ୍ତି । ଏମାନେ ହେଉଛନ୍ତି ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘର ସଦସ୍ୟା । ୨୦୦୬ ମସିହାରୁ ଆଜି ଯାଏଁ ୧୭ହଜାରରୁ ଅଧିକ ମହିଳା ସ୍ବାସ୍ଥ୍ୟକର୍ମୀ ସେମାନଙ୍କ ତାଲିମ୍‌ ସାରିଥିଲେ ମଧ୍ୟ ସରକାର ସେମାନଙ୍କୁ ନିଯୁକ୍ତି ଦେଉନାହାନ୍ତି ।ଯାହାର ପ୍ରତିବାଦରେ  ଆନ୍ଦୋଳନକୁ ଓହ୍ଲାଇଛନ୍ତି ସେମାନେ ।   

{"id":130069}

ସେପଟେ ଓଡ଼ିଶା କ୍ୟାବ୍‌ ଓ୍ବେଲଫେୟାର ଆସୋସିଏସନ ମଧ୍ୟ ଲୋୟର ପିଏମଜିରେ ସେମାନଙ୍କ ଆନ୍ଦୋଳନ ଚଳାଇଛନ୍ତି । ଅନ୍‌ ଲାଇନ୍‌ କ୍ୟାବ୍‌ ସଂସ୍ଥା ସେମାନଙ୍କୁ ଉଚିତ୍‌ କମିଶନ ଦେଉନଥିବା ଅଭିଯୋଗ କରି କମ୍ପାନୀ କମିସନ, ଅପରେଟର ବିଲ୍, ବେସ୍ ଫେୟାର, ଅପରୋଡ୍ ଲିମିଟ୍ ଆଦି ବଢାଇବା ଆଦି ୧୧ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.