Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର, ବଞ୍ଚିବାର ଉପାୟ କହିଲେ ଭିକେ ପଲ୍

4/06/2021 at 10:49 PM

ନୂଆଦିଲ୍ଲୀ ୦୪/୦୬ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ସ୍ଥିତି ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଘର୍ଷ ଜାରି ରହିଛି। ଦ୍ଵିତୀୟ ଲହରର ପ୍ରକୋପ ଥମିଥିଲେ ମଧ୍ୟ ବର୍ତ୍ତମାନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଲହରଠୁ ମଧ୍ୟ ଅଧିକ ରହିଛି। ଇତି ମଧ୍ୟରେ ନୀତି ଆୟୋଗ ସଦସ୍ୟ ତୃତୀୟ ଲହରକୁ ନେଇ ସଚେତନ କରିଛନ୍ତି । ଭିକେ ସାରସ୍ୱତ କହିଛନ୍ତି ଯେ ସେପ୍ଟେମ୍ବର-ଅକ୍ଟୋବର ମାସରେ ତୃତୀୟ ଲହର ଆରମ୍ଭ ହେବ ବୋଲି ଆଶଙ୍କା କରାଯାଉଛି । ଏଥିରୁ ବଞ୍ଚିବାର ଗୋଟିଏ ଉପାୟ ହେଲା, ଅଧିକରୁ ଅଧିକ ଲୋକଙ୍କ ଟିକାକରଣ ।

ସେ କହିଛନ୍ତି ଯେ ଦେଶ ବହୁତ ଭଲ ଭାବେ ଦ୍ୱିତୀୟ ଲହରକୁ ସାମ୍ନା କରିଛି । ସଂକ୍ରମଣ ମାମଲା ବହୁତ ହ୍ରାସ ପାଇଛି । ତୃତୀୟ ଲହରର ମୁକାବିଲା ପାଇଁ ମଧ୍ୟ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ପଡିବ ବୋଲି ସେ କହିଛନ୍ତି । ତୃତୀୟ ଲହରରେ ଯୁବପିଢ଼ି ଅଧିକ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ଭିକେ ସାରସ୍ୱତ କହିଛନ୍ତି , ବିଶେଷଜ୍ଞ ସ୍ପଷ୍ଟ ସଂକେତ ଦେଇଛନ୍ତି ଯେ କୋଭିଡର ତୃତୀୟ ଲହର ଅପରିହାର୍ଯ୍ୟ ଓ ଏହା ସେପ୍ଟେମ୍ବର-ଅକ୍ଟୋବରରେ ଆରମ୍ଭ ହୋଇପାରେ । ସେଥିପାଇଁ ଦେଶରେ ଅଧିକରୁ ଅଧିକ ଟିକାକରଣ କରିବା ଆବଶ୍ୟକ । ସେ କହିଛନ୍ତି, ‘ଆମ ବୈଜ୍ଞାନିକ ଓ ଟେକ୍ନୋଲୋଜି ସାହାଯ୍ୟରେ, ଅକ୍ସିଜେନ ବ୍ୟାଙ୍କ ସୃଷ୍ଟି କରିବା, ବହୁ ପରିମାଣରେ ଅକ୍ସିଜେନ ଯୋଗାଇବା ପାଇଁ ଶିଳ୍ପ ପ୍ରତିଷ୍ଠା କରି ଆମେ ମହାମାରୀର ମୁକାବିଲା କରିବାରେ ସକ୍ଷମ ହୋଇଛୁ। ତରଳ ଅମ୍ଳଜାନ ପରିବହନ ପାଇଁ ରେଳ, ବିମାନ, ସାମରିକ ଶକ୍ତିର ସାହାଯ୍ୟ ନିଆଯାଉଛି ।’

ଦେଶରେ ନିୟମିତ ୪ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଥିଲା । କିନ୍ତୁ ଗତ କିଛି ଦିନ ହେଲା ସଂକ୍ରମଣ ମାମଲା ବହୁ ମାତ୍ରାରେ ହ୍ରାସ ପାଇଛି ଓ ୧.୩ ଲକ୍ଷକୁ ଆସିଛି । ସେ କହିଛନ୍ତି, ପ୍ରଥମ ଲହରରେ ମଧ୍ୟ ଦେଶର ବ୍ୟବସ୍ଥା ଭଲ ଥିଲା ଓ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବାକୁ ଆତ୍ମବିଶ୍ୱାସ ଯୋଗାଇଥିଲା । ସେଥିପାଇଁ ଦ୍ୱିତୀୟ ଲହର ସହ ମଧ୍ୟ ଦେଶ ମୁକାବିଲା କରିଛି । ଦେଶର ଜରୁରୀକାଳୀନ ବ୍ୟବସ୍ଥା ବହୁତ ଭଲ ଥିଲା ବୋଲି ସେ କହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଶୁକ୍ରବାର ସକାଳ ୮ଟା ରେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଦେଶରେ ଗୋଟିଏ ଦିନରେ ୧ ଲକ୍ଷ ୩୨ ହଜାର ୩୬୪ ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହାସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୫ ଲକ୍ଷ ୭୪ ହଜାର ୩୫୦ ରେ ପହଞ୍ଚିଛି । କିନ୍ତୁ ସୁସ୍ଥ ହାର ୯୩ ପ୍ରତିଶତରୁ ଅଧିକ ରହିଛି ।

   Related Posts