ଉତ୍ତରପ୍ରଦେଶ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଚାଲିଲା ବିଧା, ଗୋଇଠା, ଥାନାରେ ଏତଲା

Published By : Prameya-News7 Bureau | July 16, 2021 IST

ଗାଜିଆବାଦ ୧୬।୭: ଉତ୍ତରପ୍ରଦେଶ ଗାଜିଆବାଦସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ ବିଶୃଙ୍ଖୁଳିତ କାର୍ଯ୍ୟକର୍ତ୍ତାଙ୍କ ଯୋଗୁ ଭଣ୍ଡୁର ହୋଇଯାଇଛି। ବୈଠକରେ ୨ ଜଣ କାର୍ଯ୍ୟକର୍ତ୍ତା ପରସ୍ପରକୁ ବିଧା ଗୋଇଠା ମାରିବା ସହ ଗଡ଼ାପଡା ହୋଇଥିଲେ। ଆକ୍ରମଣରେ ଜଣେ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି। ସେପଟେ ଆହତ କାର୍ଯ୍ୟକର୍ତ୍ତାଙ୍କ ସମାଜ ମାମଲାରେ ଦଳୀୟ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ସିହାନୀ ଗେଟ୍‌ ଥାନାରେ ଏତଲା ଦେଇଥିବା ଜଣାପଡିଛି।

ଶୁକ୍ରବାର ଗାଜିଆବାଦ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକ ଆହ୍ୱାନ କରାଯାଇଥିଲା। ବୈଠକ ଚାଲିଥିବା ବେଳେ ଅଚାନକ ପୂର୍ବତନ ଜିଡିଏ ବୋର୍ଡ ସଦସ୍ୟ ପବନ ଗୋୟଲ ଓ ଏମଏଲସି ପ୍ରଶାନ୍ତ ଚୌଧୁରୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଥିଲା। ଉଭୟଙ୍କ ବଚସା ହାତାହାତିରେ ରୂପାନ୍ତରିତ ହୋଇଥିବା ବେଳେ ପରସ୍ପରକୁ ବିଧାଗୋଇଠା ମାରିଥିଲେ। ବୈଠକରେ ଉପସ୍ଥିତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସେମାନଙ୍କୁ ପୃଥକ କରିବାକୁ ବେଶ କିଛି ସମୟ ଚେଷ୍ଟା କରିଥିଲେ। ହେଲେ ସେମାନେ ସେମାନେ ପରସ୍ପରକୁ ଛାଡିନଥିଲେ।

{"id":481706,"width":837,"height":471,"sizeSlug":"large","linkDestination":"none"}

ପ୍ରଶାନ୍ତ ଚୌଧୁରୀଙ୍କ ଲାତ ଘୁଷାରେ ପବନ ଗୋୟଲ ତଳେ ପଡିଯାଇଥିଲେ। ତଥାପି ପ୍ରଶାନ୍ତ ତାଙ୍କୁ ଛାଡି ନଥିଲେ। ଶେଷରେ କାର୍ଯ୍ୟକର୍ତ୍ତାମାନେ ପବନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ବୈଠକରେ ପବନ ଗୁପ୍ତାଙ୍କ ଉପରେ ଆକ୍ରମଣ ଘଟଣା ପ୍ରଚାରିତ ହେବା ପରେ ବୈଶ୍ୟ ସମାଜ ହସ୍ପିଟାଲ ନିକଟରେ ପହଞ୍ଚିବା ସହ ଧାରଣା ଦେଇ ବସିଛି। ଏ ନେଇ ବୈଶ୍ୟ ସମାଜ ପକ୍ଷରୁ ଥାନାରେ ଏତଲା ଦେଇଥିବା ବେଳେ ପ୍ରଶାନ୍ତ ଚୌଧୁରୀଙ୍କ ଗିରଫ ଦାବି କରିଛି।   

ବୈଶ୍ୟ ସମାଜ ଅନୁସାରେ ପ୍ରଶାନ୍ତ ପ୍ରଥମେ ବହୁଜନ ସମାଜ ପାର୍ଟିରେ ବିଧାୟକ ଥିଲେ। ତେବେ ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। ସେ ସର୍ବଦା ତାଙ୍କର ବିଶୃଙ୍ଖଲିତ ଆଚରଣ ଲାଗି ଜଣାଶୁଣା। ଏହା ସତ୍ତ୍ୱେ ତାଙ୍କୁ ପାର୍ଟିରେ ରଖାଯାଇଛି।  ଏଣୁ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବୈଶ୍ୟ ସମାଜ ଦାବି କରିଛି। ଏ ନେଇ ଆବଶ୍ୟକ ପଡିଲେ ସମାଜ ପାର୍ଟିର ମୁଖିଆଙ୍କ ନିକଟରେ ଫେରାଦ ହେବ ବୋଲି ମଧ୍ୟ ଧମକ ଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.