ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ୟୁରୋପିୟନ ପାର୍ଲାମେଣ୍ଟର ସଦସ୍ୟ ଦେଲେ ଏମିତି ପ୍ରତିକ୍ରିୟା...

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ୨|୯: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉ​‌ଚ୍ଛେଦ ହେବା ପରେ କାଶ୍ମୀରକୁ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଛି। କାଶ୍ମୀରବାସୀଙ୍କ ସୁରକ୍ଷାକୁ ଲକ୍ଷ୍ୟକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହିଭଳି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି।ୟୁରୋପିୟନ ପାର୍ଲାମେଣ୍ଟ(ଇପି)ରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଭାରତର ଏହି ଐତିହାସିକ ପଦକ୍ଷେପକୁ ଇୟୁରୋପିୟନ ପାର୍ଲାମେଣ୍ଟର ସମସ୍ତ ସଦସ୍ୟ ସମର୍ଥନ ଜଣାଇଥିଲେ। ଉପସ୍ଥିତ ଥିବା ସଦସ୍ୟଙ୍କ ମଧ୍ୟରୁ ଟମସ୍ ଜକୋଓ୍ବାସକି କାଶ୍ମୀରର ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇ କହିଥିଲେ,କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ମୋଦି ଉଚିତ୍ ପଦକ୍ଷେପ ନେଇଛନ୍ତି। ଏହା ଦ୍ବାରା କାଶ୍ମୀରରୁ ଆତଙ୍କବାଦୀ ଶେଷ ହୋଇଯିବ ବୋଲି ଟମସ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ ସଂଗଠନ ଗୁଡିକ ସକ୍ରିୟ ହୋଇ ଉଠିଛନ୍ତି। ପାକିସ୍ତାନର ରାଜନୈତିକ ଦଳ ଗୁଡିକ ମଧ୍ୟ ସେମାନଙ୍କ ସହ ଯୋଗାଯୋଗ ରହିଥିବା କଥା ଟମସ ପାର୍ଲାମେଣ୍ଟରେ କହିଛନ୍ତି। ଟମସ ଆହୁରି କହିଛନ୍ତି, ଚଳିତ ନିର୍ବାଚନରେ ପରେ ଆତଙ୍କବାଦୀ ସଂଗଠନ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ଆଉ ଗୋଟେ କଥା ସେ ପର୍ଦ୍ଦାଫାଶ କରିଥିଲେ ଯେ, ଚଳିତ ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ପ୍ରାର୍ଥୀଙ୍କୁ ଆତଙ୍କବାଦୀମାନେ ଧମକ ଦେଉଛନ୍ତି।

ଅଗଷ୍ଟ ୫ ତାରିଖରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା। ଆତଙ୍କବାଦୀ ବିରୋଧରେ ଭାରତ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆତଙ୍କବାଦୀ ସଂଗଠନକୁ ଦମନ କରିବା ପାଇଁ ଧାରା ୩୭୦ ଉଚ୍ଛେଦ ହେବା ନିତ୍ୟାନ୍ତ ଆବଶ୍ୟକ ଥିଲା ବୋଲି ଇରୋପିୟନ ପାର୍ଲାମେଣ୍ଟର ସଦସ୍ୟ କହିଛନ୍ତି।

ଯୁକ୍ତ ରାଷ୍ଟ୍ର ରିପୋର୍ଟ ଅନୁସାରେ ୧୯୯୦ ମସିହାରୁ ବର୍ତ୍ତମାନ ସୁଦ୍ଧା କାଶ୍ମୀରରେ ଆତଙ୍କବାଦୀ ସଂଗଠନ ନିଜର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି। ଲସ୍କର-ଏ-ତୈବା , ଜୈସ-ଏ- ମହମ୍ମଦ, ହିଜବୁଲ ମୁଜାହିଦ୍ଦୀନ ଓ ଉଲ-ମୁଜାହିଦ୍ଦୀଭଳି ୪ଟି ଆତଙ୍କବାଦୀ ସଂଗଠନ ପାକିସ୍ତାନକୁ ସମର୍ଥନ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.