ମେଲୋଡି କୁଇନ୍ ପ୍ରଭାତିଙ୍କ ଆତ୍ମହତ୍ୟା ; ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି ‘ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି’

Published By : Prameya-News7 Bureau | February 09, 2019 IST

ଧାମନଗର ୯|୨:  ‘ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି’ ବୋଲି ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ମେଲୋଡି କୁଇନ୍ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ପଦ୍ମପୋଖରୀ ଗାଁର ୨୨ବର୍ଷ ବୟସ୍କା ଯୁବତୀ ପ୍ରଭାତି ଜେନା ଆଜି ନିଜ ଘର ଫ୍ୟାନ୍ ରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି ।

{"id":83598,"width":564,"height":1025}

ପ୍ରଭାତି ଗତକାଲି ରାତିରୁ କିଛି ଖାଇ ନଥିଲେ । ଆଜି ପ୍ରାୟ ଦିନ ୧୦ଟା ବେଳକୁ ଯୁକ୍ତ ପଢୁଥିବା ସାନ ଭାଇକୁ ଅନ୍ୟ ରୁମ୍‌ରେ ପଢିବା ପାଇଁ ପଠାଇ ଦେଇ ପ୍ରଭାତୀ ଆତ୍ମହତ୍ୟା କରିଛନ୍ତି । ଭଦ୍ରକ ଜିଲ୍ଲାର ବିଭିନ୍ନ ମେଲୋଡି ପାର୍ଟିରେ ଗୀତ ଗାଇ ବେଶ୍ ନାଁ କମାଇଥିଲେ ପ୍ରଭାତି ।

{"id":83599,"width":566,"height":1029}

ଆତ୍ମହତ୍ୟା ପୂର୍ବରୁ ମୋବାଇଲରୁ ସବୁ ମେସେଜ୍ ଓ କଲ୍ ରେକର୍ଡ ଡିଲିଟ୍ କରିଦେଇଥିବା ଜଣାପଡିଛି । ପ୍ରଭାତି ଘରର ଏକମାତ୍ର ରୋଜଗାରିଆ ସଦସ୍ୟା ଥିଲେ । ତାଙ୍କ ମୃତ୍ୟୁ ପରେ ପରିବାରଲୋକେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ମୃତ୍ୟୁ ପୂର୍ବରୁ ପ୍ରଭାତି କାହିଁକି ନିଜ କଲ୍ ରେକର୍ଡ ଓ ମେସେଜ୍ ଡିଲିଟ୍ କଲେ ତାକୁ ନେଇ ପୋଲିସ ବିଭିନ୍ନ ସନ୍ଦେହ କରୁଛି । ତାଙ୍କ ଶବକୁ ନପୋଡ଼ି, ପୋତି ଦେବାକୁ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ପ୍ରଭାତି ।

{"id":83600,"width":580,"height":1054}

ପ୍ରଭାତିଙ୍କ କଲ୍ ରେକର୍ଡ ବାହାର କରି ଆତ୍ମହତ୍ୟାର କାରଣ ଖୋଜିବାକୁ ଚେଷ୍ଟା କରୁଛି ଧାମନଗର ପୋଲିସ । ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ପଛରେ ପ୍ରେମ ଓ ପ୍ରତାରଣା କାରଣ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

{"id":83618,"width":578,"height":790}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.