ମେଲୋଡି କୁଇନ ପ୍ରଭାତି ଜେନାଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ: ବିବାହିତ ଯୁବକ ସହ ପ୍ରେମ ଓ ପ୍ରତାରଣାର ଶିକାର ଘଟଣା ଆସିଲା ପଦାକୁ

Published By : Prameya-News7 Bureau | February 10, 2019 IST

ଭଣ୍ଡାରିପୋଖରୀ ୧୦|୨: ମେଲୋଡି କୁଇନ ପ୍ରଭାତୀ ଜେନା ଙ୍କ ଆତ୍ମହତ୍ୟା  ଘଟଣାର ନୂଆ ମୋଡ । ପ୍ରେମ ପାଇଁ ନିଜ ଜୀବନ ହାରିଦେଲେ ମେଲୋଡି କୁଇନ । ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ ନୋଟରେ ନିଜ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖି ବିଶ୍ବାସଘାତକତା କରିଥିବା ପ୍ରେମିକକୁ ବଞ୍ଚାଇବାକୁ ଚାହିଁଥିଲେ ପ୍ରଭାତି ନା ମୃତ୍ୟୁପରେ ତାଙ୍କୁ କେହି ବଦନାମ ନକରନ୍ତୁ ବୋଲି ଏଭଳି କରିଥିଲେ ତାହା ଜଣାପଡୁ ନାହିଁ । ହେଲେ ପୂର୍ବ ରୁ ବହୁଥର ନିଜ ମା ଙ୍କ ନିକଟ ରେ ନିଜ ପ୍ରେମ ସମ୍ପର୍କ ରେ ପ୍ରଭାତି ଆଲୋଚନା କରିଥିଲେ ଓ ତାକୁ ନେଇ ସେ ଚିନ୍ତିତ ଥିବା ମଧ୍ୟ କହିଥିଲେ । ତେବେ ଆସନ୍ତୁ ଜାଣିବା ଝିଅର ମୃତ୍ୟୁ ପାଇଁ କାହାକୁ ଦାୟୀ କରିଛନ୍ତି ପ୍ରଭାତୀ ଙ୍କ ମା ଓ ପରିବାର

{"id":83839}

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପଦ୍ମପୋଖରୀ ଗାଁ ର ମେଲୋଡି ଗାୟିକା ପ୍ରଭାତୀ ଜେନା । ବିଭିନ୍ନ ଜାଗା ରେ ଗୀତ ଗାଇ ପରିବାର ପୋଷଣ କରୁଥିଲେ । କିନ୍ତୁ ମେଲୋଡି କାର୍ଜ୍ୟକ୍ରମ ରେ ଯାଇ ବିକ୍ରମ (ବାପି) ନାମକ ଯୁବକ ଙ୍କ ସହ ସମ୍ପର୍କରେ ଆସିଥିଲେ  । ବିକ୍ରମ ପୂର୍ବରୁ ବିବାହିତା ଥିଲେ ଓ ତାଙ୍କ ର ଗୋଟେ ଝିଅ ମଧ୍ୟ ଅଛି । ବିକ୍ରମ ପ୍ରଭାତୀଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି  ପ୍ରଭାତୀ ଙ୍କ ମା । ପ୍ରତିଥର ମେଲୋଡି କାର୍ଯ୍ୟକ୍ରମକୁ ଗଲାମାତ୍ରେ ପ୍ରଭାତିଙ୍କୁ ସେ ହଇରାଣ କରୁଥିବା ପ୍ରଭାତିଙ୍କ ମାଁ ଅଭିଯୋଗ କରିଛନ୍ତି ।

{"id":83840,"width":594,"height":393}

ତେବେ ପ୍ରଭାତିଙ୍କୁ ବିବାହ କରିବା ପାଇଁ ବିକ୍ରମ ପ୍ରଭାତିଙ୍କ ଫଟୋ ଓ ୮ ହଜାର ଟଙ୍କ ମଧ୍ୟ ନେଇଥିଲା । ଏକଥା ପ୍ରଭାତି ନିଜ ମାଁଙ୍କୁ ତିନିମାସ ତଳେ କହିଥିଲେ ଓ ଘରେ ବାପା ଏବଂ ଦାଦାଙ୍କୁ ନଜଣାଇବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ବିକ୍ରମ ବିବାହିତ ଥିବାରୁ ମାଁ ଏଭଳି ସମ୍ପର୍କକୁ ବିରୋଧ କରିଥିଲେ । ବିକ୍ରମ ବିବାହିତ ଥିବା କାରଣରୁ ପ୍ରଭାତି ମଧ୍ୟ ଚିନ୍ତିତ ଥିଲେ । ତେବେ ବିକ୍ରମଙ୍କ ବ୍ୟତୀତ ଅନ୍ୟ କାହା ସହ ବିବାହ କରି କାହାକୁ ସେ ଧୋକା ଦେବାକୁ ଚାହୁଁନଥିବା ପ୍ରଭାତି କହିଥିଲେ ।

{"id":83841,"width":594,"height":327}

ତିନିମାସ ଭିତରେ ଧୀରେ ଧୀରେ ପ୍ରଭାତି ବିକ୍ରମଠୁ ଦୂରେଇବା ପାଇଁ ଚେଷ୍ଟା କରୁଥିବା ମଧ୍ୟ ନିଜ ମାଁଙ୍କୁ କହିଥିଲେ ଓ ଘରେ ତାଙ୍କ ପାଇଁ ଯେଉଁଠି ଠିକ କରିବେ ସେଇଠି ବାହା ହେବେ ବୋଲି ମଧ୍ୟ କହିଥିଲେ । ପ୍ରଭାତିଙ୍କ ବଡ ଭଉଣୀଙ୍କ ବାହାଘର ଆଗକୁ ରହିଛି । ଏହି ବାହାଘର ସରିବାପରେ ଆଷାଢ ମାସରେ ପ୍ରଭାତିଙ୍କ ବାହାଘର କରିବା ପାଇଁ ପରିବାର ପକ୍ଷରୁ ଯୋଜନା କରାଯାଇଥିଲା ।

{"id":83842,"width":596,"height":328}

ଗତ ଗୁରୁବାର ଦିନ ମଧ୍ୟ ପ୍ରଭାତି ଏକ ଭଜନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ ।ସେଠାରୁ ଫେରିବା ପରେ ଶୁକ୍ରବାର ସେ ସମ୍ପୂର୍ଣ୍ଣ ସ୍ବଭାବିକ ବାବେ ବ୍ୟବହାର ମଧ୍ୟ କରୁଥିଲେ । ପ୍ରଭାତିଙ୍କ ସାନ ଭାଇ ସବୁବେଳେ ରାତିରେ ତାଙ୍କ ପାଖରେ ଶୁଅନ୍ତି । କିନ୍ତୁ ପ୍ରଭାତି ସେଦିନ ରାତିରେ ସାନଭାଇକୁ ଅନ୍ୟ ପ୍ରକୋଷ୍ଠରେ ଶୋଇବା ପାଇଁ କହିଥିଲେ । ରାତିସାରା ତାଙ୍କ ରୁମର ଲାଇଟ ଜଳୁଥିଲା । ସକାଳୁ ପ୍ରଭାତିଙ୍କ ମାଁ ପୂଜା ସାରିବା ପରେ ରୁମର ଲାଇଟ ଲିଭାଇବା ପାଇଁ ପାଟି କରି କହିଥିଲେ । ତେବେ ପ୍ରଭାତିଙ୍କ କୌଣସି ଉତ୍ତର ନମିଳିବାରୁ ସେ ରୁମର କବାଟ ଖୋଲିଥିଲେ । ପ୍ରଭାତିଙ୍କ ମୃତ ଦେହ ଫେନରେ ଝୁଲୁଥିବା ଦେଖିଥିଲେ ।

{"id":83843,"width":593,"height":326}

ପ୍ରଭାତିଙ୍କ ସାନ ଭଉଣୀ ମଧ୍ୟ ସମଗ୍ର ଘଟଣା ପାଇଁ ବିକ୍ରମକୁ ଦାୟି କରିଛନ୍ତି । ବିକ୍ରମ ସବୁବେଳେ ଘରକୁ ଆସୁଥିଲା । ତାକୁ ବଡଭାଇଭଳି ସେ ଦେଖୁଥିଲେ । ତେବେ ବିକ୍ରମ ତାଙ୍କ ପରିବାର ସହ ସାଂଗାତିକ ବିଶ୍ବାସଘାତକତା କରିଛି । ତାକୁ ଦଣ୍ଡ ମିଳିବା ଦର୍କାର ବୋଲି ସେ ଦାବି କରିଛନ୍ତି ।   

{"id":83844,"width":599,"height":329}

ବିକ୍ରମ ପାଇଁ  ପ୍ରଭାତି ମାନସିକ ଭାରସାମ୍ୟ ହରାଇ  ଆତ୍ମହତ୍ୟା କରିଛନ୍ତି । ନିଜ ମୋବାଇଲରୁ କଲ ଲିଷ୍ଟ  ଡ଼ିଲିଟ କରିବା ସହ ୱ୍ହାଟ୍ସ ଆପ  ମେସେଜକୁ ମଧ୍ୟ ଡ଼ିଲିଟ କରିଦେଇଥିଲେ ପ୍ରଭାତି ।  ଆଉ ନିଜ ସୁଇସାଇଡ ନୋଟରେ ଲେଖିଥିଲେ  , ମମୀ ଓ ବାପା ମୋତେ କ୍ଷମା କରିବ ,  ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ଆଉ ଥରେ ଜନ୍ମ ନେଲେ ତୁମ କୋଳ ରେ ଜନ୍ମ ନେବି  । କିନ୍ତୁ ପ୍ରଭାତିଙ୍କ ମା କହିଛନ୍ତି ବିକ୍ରମ ପାଇଁ ଝିଅ ଆତ୍ମହତ୍ୟା କରିଛି ।

{"id":83845,"width":593,"height":326}

ଆତ୍ମହତ୍ୟା କରିବା ପୂର୍ବ ରୁ ମୋବାଇଲ ର କଲ ଲିଷ୍ଟ ଓ ୱ୍ହାଟ୍ସ ଆପ ର ମେସେଜ କୁ ଡ଼ିଲିଟ କରିବା ଘଟଣାକୁ ରହସ୍ୟାବୃତ କରିଛି ।ଅନ୍ୟ ପକ୍ଷରେ ଯୁବତୀ ଙ୍କ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । କଲ ରେକର୍ଡ ମଧ୍ୟ ଯାଞ୍ଚ କରିବା ସହ ସମ୍ପୃକ୍ତ ଯୁବକ  ବିଷୟରେ ଛାନବିନ ଆରମ୍ଭ କରିଛି।

{"id":83846,"width":594,"height":327}

ପ୍ରଭାତୀ ଙ୍କ ଆତ୍ମହତ୍ୟା ଘଟଣା ପରେ ଗାଁ ରେ ଚାଞ୍ଚଲ୍ୟ ଖେଳିଯାଇଛି । କେବଳ ପରିବାର ଲୋକେ ନୁହଁ ପୁରା ଗାଁ ର ଲୋକେ କହୁଛନ୍ତି ଅଭିଯୁକ୍ତ କୁ ଗିରଫ କର ଆଉ ପ୍ରଭାତି ଙ୍କୁ ନ୍ୟାୟ ଦିଆଯାଉ । ଗତ କାଲି ପ୍ରଭାତି ଘରେ ବେକରେ ଓଢଣୀବାନ୍ଧି ଆତ୍ମହତ୍ୟା କରିଥିଲେ ।

{"id":83847}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.