Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସାମ୍ବାଦିକ ସମ୍ମିଳନୀ କରି ଦୁଃଖ ଜଣାଇଲେ ମେଲୋଡି ମାଲିକ ଓ କଳାକାର: କହିଲେ, ‘ଏବେ ଆମ କଥା ଶୁଣନ୍ତୁ’

22/10/2020 at 6:38 PM

ଭଦ୍ରକ୨୨/୧୦: କରୋନା ମହାମାରୀ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିବା ସବୁ ବର୍ଗର ଲୋକଙ୍କ ଦୁଃଖ ବୁଝିଲେ ସରକାର। ଏବେ ମେଲୋଡି ମାଲିକ ଓ କଳାକାରଙ୍କ ଦୁଖ ବୁଝନ୍ତୁ। ଏମିତି ଦାବି ନେଇ ମେଲୋଡି ମାଲିକ ଓ କଳାକାରମାନେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ କରିଛନ୍ତି। ଭଦ୍ରକ ସହରର  ଏକ କଲ୍ୟାଣମଣ୍ଡପ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ମେଲୋଡି, ମ୍ୟୁଜିକାଲସ୍‌ ଓ କଳାକାର ମାନେ ସାମିଲ ହୋଇଥିଲେ।

ତେବେ କରୋନା ମହାମାରୀ ପାଇଁ ରାଜ୍ୟ ସରକାରଙ୍କ କଟକଣାକୁ ସ୍ଵାଗତ କରିଥିଲେ। କିନ୍ତୁ କଟକଣା ପାଇଁ ସେମାନେ ଦୀର୍ଘ ୮ ମାସ ହେବ କୌଣସି କାର୍ଯ୍ୟକ୍ରମ ଆୟୋଜିତ କରିପାରୁ ନାହାନ୍ତି । ଏଥିପାଇଁ ଜିଲ୍ଲାର ପ୍ରାୟ ୫୦ରୁ ଅଧିକ ମେଲୋଡି ଓ ମ୍ୟୁଜିକାଲସ୍ ଟିମ୍‌ର ମାଲିକ ଓ ପ୍ରାୟ ୧ ହଜାର କଳାକାର ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ବହୁ ଦିନଧରି ବ୍ୟବହାର ହୋଇ ନପାରିବାରୁ ଯନ୍ତ୍ରପାତି ମଧ୍ୟ ନଷ୍ଟ ହେଲାଣି । ଏବେ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି । ଆର୍ଥିକ ସହାୟତା ମଧ୍ୟ ଲୋଡିଛନ୍ତି । ତେବେ ବିଜ୍ଞାପନ ମାଧ୍ୟମରେ ସେମାନଙ୍କୁ ରୋଜଗାର ଯୋଗାଇବା ପାଇଁ ମଧ୍ୟ ଦାବି କରିଛନ୍ତି ।

   Related Posts