ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ଝଟକା, ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଏବେ ପତ୍ନୀ ମେଲେନିଆ ଦେବେ ତଲାକ

Published By : Prameya-News7 Bureau | November 08, 2020 IST

ନୂଆଦିଲ୍ଲୀ ୦୮।୧୧:  ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ଡୋନାଲ୍ଡ ଟ୍ରମ୍ପକୁ ଆଉ ଏକ ଝଟକା ଲାଗିବାକୁ ଯାଉଛି। ନିର୍ବାଚନରେ ପରାଜୟ ପରେ ତାଙ୍କ ପତ୍ନୀ ମିଲେନିଆ ତଲାକ ଦେବାକୁ ଯାଉଛନ୍ତି। ମେଲେନିଆ ଟ୍ରମ୍ପଙ୍କ ସହିତ ୧୫ ବର୍ଷର ପୁରୁଣା ସଂପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହ୍ଵାଇଟ୍ ହାଉସ୍‌ର ଜଣେ ପୂର୍ବତନ ସହଯୋଗୀ ଏହାର ସୂଚନା ଦେଇ କହିଛନ୍ତି ଯେ, ଟ୍ରମ୍ପ ଓ ମେଲେନିଆ ୧୫ ବର୍ଷର ବୈବାହିକ ଜୀବନ ଉପରେ ପୂର୍ଣ୍ଣଛେଦ ପକାଇବାକୁ ଯାଉଛନ୍ତି। ହ୍ଵାଇଟ୍ ହାଉସ୍‌ରୁ ବାହାରିବା ମାତ୍ରେ ମେଲେନିଆ ଟ୍ରମ୍ପଙ୍କୁ ତଲାକ ଦେବେ।

ଲଣ୍ଡନର ଟ୍ୟାବଲୟଡ୍ ଡେଲିମେଲ୍‌ର ଏକ ରିପୋର୍ଟ ଅନୁଯାୟୀ, ହ୍ଵାଇଟ୍ ହାଉସ୍‌ର ପବ୍ଲିକ ଲାଇଜନ ଅଫିସ୍‌ରେ କମ୍ୟୁନିକେସନର ପୂର୍ବତନ ନିର୍ଦ୍ଦେଶକ ଓମାରୋସା ମନିଗାଉଲଟ ନ୍ୟୁମେନ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ ଅଫିସ୍‌ରେ ଥିବାରୁ ମେଲେନିଆ ବର୍ତ୍ତମାନ ତଲାକ ଦେଇ ପାରୁନାହାନ୍ତି। ଯଦି ଏବେ ସେ ତଲାକ ଦେବା ପରି ଅପମାନଜନକ ପଦକ୍ଷେପ ନିଅନ୍ତି ତେବେ ଟ୍ରମ୍ପ ତାଙ୍କୁ ନିଜ ପଦ ବଳରେ ସଜା ଦେବେ। ତେଣୁ ଟ୍ରମ୍ପ ହ୍ଵାଇଟ୍‌ ହାଉସ୍‌ରୁ ବାହାରିବା ପରେ ମେଲେନିଆ ତାଙ୍କୁ ତଲାକ ଦେବେ।

ନ୍ୟୁମେନ ଟ୍ରମ୍ପଙ୍କ ସହିତ ଝଗଡା ପରେ ୨୦୧୭ ଡିସେମ୍ବରରେ ଅପ୍ରତ୍ୟାଶିତ ଭାବେ ନିଜ ପଦରୁ ଇସ୍ତଫା ଦେଇଥିଲେ। ମେଲେନିଆଙ୍କ ଏକ ବନ୍ଧୁ ଜୋର ଦେଇ କହିଛନ୍ତି ଟ୍ରମ୍ପ ୨୦୧୬ ନିର୍ବାଚନରେ ବିଜୟୀ ହେବା ପରେ ମେଲେନିଆ ବହୁତ କାନ୍ଦିଥିଲେ। କାରଣ ତାଙ୍କୁ ନ୍ୟୁୟର୍କରୁ ଓ୍ଵାଶିଂଟନ ଯିବା ପାଇଁ ପାଞ୍ଚ ମାସ ଅପେକ୍ଷା କରିବାକୁ ପଡିଥିଲା। କାରଣ ତାଙ୍କ ପୁଅ ନ୍ୟୁୟର୍କର ବେରୋନ ସ୍କୁଲରେ ପଢୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.