ଲକ୍ ଡାଉନ୍‌ ଯୋଗୁଁ ହ୍ବାଇଟ୍ ହାଉସ୍‌ରେ ୫୦ତମ ଜନ୍ମଦିନ ପାଳିଲେ ମେଲାନିଆ ଟ୍ରମ୍ପ୍

Published By : Prameya-News7 Bureau | April 27, 2020 IST

ଓ୍ବାଶିଂଟନ୍ ୨୭।୪: ଆମେରିକାର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ରବିବାର ଦିନ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । ଦେଶର ରାଜଧାନୀରେ ସେ ପରିବାର ସହ ତାଙ୍କ ଜନ୍ମଦିନ ପାଳନ କରିଥିବା ହ୍ବାଇଟ୍ ହାଉସର କର୍ମଚାରୀ ଷ୍ଟିଫାନି ଗ୍ରିଶାମ ଫକ୍ସ ନ୍ୟୁଜକୁ କହିଛନ୍ତି । ରବିବାର ଦିନ ଡୋନାଲ୍ଡ ଟ୍ରମ୍ପ ତାଙ୍କ ପତ୍ନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଲେଖି ଲେଖିଛନ୍ତି ଯେ, ‘ଆମର ମହାନ ପ୍ରଥମ ଲେଡି ମେଲାନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା!’ ହ୍ବାଇଟ୍ ହାଉସ୍ ର ଅଫିସିଆଲ୍ ଟ୍ବିଟର ପେଜ୍ ରେ ମଧ୍ୟ ମେଲାନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଛି ।

{"id":260816,"sizeSlug":"large"}

ମେଲାନିଆ ଟ୍ରମ୍ପ ଶୁକ୍ରବାର ଦିନ ଲେଖିଛନ୍ତି ଯେ, ‘ଆମର ଚିନ୍ତାଧାରା ଏବଂ ପ୍ରାର୍ଥନା ଜାରି ରହିଛି ଯେ ପ୍ରତ୍ୟେକ ବ୍ୟକ୍ତି ଏହି ଭୟଙ୍କର ଭାଇରସରୁ ମୁକ୍ତି ପାଇବା ପାଇଁ ସଂଗ୍ରାମ କରୁଛନ୍ତି ଏବଂ ପ୍ରିୟଜନଙ୍କୁ ହରାଇଥିବା ସମସ୍ତ ପରିବାର ସହିତ ଆମେ ଅଛୁ । ଯଦିଓ ଆମେ ଶାରୀରିକ ଭାବେ ଅଲଗା, ତଥାପି ଆମେ ସମସ୍ତେ ଏହି ସଂଗ୍ରାମରେ ଅଛୁ ।’

{"id":260817,"sizeSlug":"large"}

ବୁଧବାର ଦିନ ମେଲାନିଆ ଟ୍ବିଟ୍ କରିଛନ୍ତି, ‘କଠିନ ସମୟରେ ବାହାରେ ଆମକୁ ରହିବାକୁ ଏବଂ ଶାନ୍ତି ମିଳିଥାଏ ମିଳିଥାଏ । ଆଜି ସାମାଜିକ ଦୂରତା ଅଭ୍ୟାସ କରି ପ୍ରକୃତିର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବାକୁ ସମୟ ବାହାରକରନ୍ତୁ ଏବଂ ଆପଣଙ୍କ ଚେହେରାକୁ ନିଶ୍ଚିତ ଭାବେ ଘୋଡାଇ ରଖନ୍ତୁ ।’

{"id":260826,"sizeSlug":"large"}

ସୂଚନାଯୋଗ୍ୟ ଯେ, ସ୍ଲୋଭେନିଆ ନଭୋ ମେଷ୍ଟୋରେ ୧୯୭୦ ମସିହା ୨୬ ଅପ୍ରେଲରେ ଜନ୍ମଗ୍ରହଣ କରିଥିଲେ ମେଲାନିଆ । ତାଙ୍କ ବାପା ସ୍ଲୋଭେନିଆର ଜଣେ କାର୍ ବ୍ୟବସାୟୀ ଥିଲେ । ତାଙ୍କ ମା ପିଲାମାନଙ୍କ ପାଇଁ ପୋଷାକ ଡିଜାଇନ୍ କରୁଥିଲେ । ବାପା, ମା’ ଏବଂ ସାନ ଉଭଣୀଙ୍କ ସହ ରହୁଥିଲେ ମେଲାନିଆ । ମେଲାନିଆଙ୍କ ବାପାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ଥିବା ମେଲାନିଆ ଜାଣିପାରିଥିଲେ । ସେହି ମହିଳାଙ୍କର ଗୋଟିଏ ପୁଅ ମଧ୍ୟ ଥିଲା ।

{"id":260827,"sizeSlug":"large"}

ମେଲାନିଆ ବଡ ହେବା ସହ ତାଙ୍କ ରୁଚି ମଡେଲିଂ ପ୍ରତି ବଢୁଥିଲା । ୧୬ବର୍ଷ ବୟସରେ ମେଲାନିଆ ତାଙ୍କ ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ ମିଲାନ ଏଜେନ୍ସୀରୁ ତାଙ୍କୁ ମଡେଲିଂ କରିବାକୁ ସୁଯୋଗ ମିଳିଥିଲା । ମଡେଲିଂ ସହ ତାଙ୍କର ପାଠ ପଢିବାରେ ମଧ୍ୟ ରୁଚି ଥିଲା । ଫଳରେ ସେ ସ୍ଲୋଭେନିଆର ଲୁବିୟାନା ବିଶ୍ବବିଦ୍ୟାଳୟରେ ଆଡମିଶନ କରିଥିଲେ । ମାତ୍ର ମଡେଲିଂ କ୍ୟାରିୟରର ବ୍ୟସ୍ତତା ଭିତରେ ବର୍ଷକ ମଧ୍ୟରେ ତାଙ୍କୁ ପାଠପଢା ଛାଡିବାକୁ ପଡିଥିଲା ।

{"id":260820,"sizeSlug":"large"}

ମିଲାନ ଓ ପ୍ୟାରିସରେ ମଡେଲ ଭାବେ କ୍ୟାରିୟର କରିଥିଲେ । ଏହାପରେ ୧୯୯୬ରେ ମେଲାନିଆ ନ୍ୟୁୟର୍କ ସହରକୁ ଯାଇଥିଲେ । ମେଲାନିଆଙ୍କ ମଡେଲିଂ କ୍ୟାରିଅର ଆଇରିନ ମେରୀ ମଡେଲ୍ ଓ ଟ୍ରମ୍ପ୍ ମଡେଲ୍ ମ୍ୟାନେଜମେଣ୍ଟ ସହ ଜଡିତ । ମଡେଲିଂ କ୍ୟାରିୟର ମେଲାନିଆଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ ପରିଚିତ କରାଇଥିଲା ।

{"id":260818,"sizeSlug":"large"}

୧୯୯୮ରେ ନ୍ୟୁୟର୍କରେ ଏକ ଫ୍ୟାଶନ ଓ୍ବିକ୍ ରର ପାର୍ଟିରେ ପ୍ରଥମ ଥର ମେଲାନିଆଙ୍କର ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟ ହୋଇଥିଲା । ସେହି ସମୟରେ ଟ୍ରମ୍ପ ରାଜନୀତି କରୁନଥିଲେ । ପାର୍ଟିରେ ପ୍ରଥମ ଥର ମେଲାନିଆଙ୍କୁ ଭେଟିବା ପରେ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ ଟ୍ରମ୍ପ୍ ।

{"id":260821,"sizeSlug":"large"}

ଟ୍ରମ୍ପ୍ ଏବଂ ମେଲାନିଆ ୫ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ । ତାପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ୨୦୦୪ରେ ଉଭୟ ନିର୍ବନ୍ଧ କରିଥିଲେ । ନିର୍ବନ୍ଧର ବର୍ଷେ ପରେ ଅର୍ଥାତ୍ ୨୦୦୫ରେ ଉଭୟ ବିବାହ କରିଥିଲେ । ୨୦୦୧ରେ ମେଲାନିଆ ଯୁକ୍ତ ରାଷ୍ଟ୍ର ଆମେରିକାରେ ସ୍ଥାୟୀ ଭାବେ ରହିବାକୁ ଆରମ୍ଭ କରିଥିବା ବେଳେ ୨୦୦୬ରେ ଆମେରିକାର ସିଟିଜେନସିପ୍ ଭାବେ ପରିଚୟ ହାସଲ କଲେ ।

{"id":260825,"sizeSlug":"large"}

ଡୋନାଲ୍ଡ ଟ୍ରମ୍ପଙ୍କୁ ବିବାହ କରିବା ପରେ ମେଲାନିଆ ମଡେଲିଂଠାରୁ ଦୂରେଇ ଯାଇଥିଲେ । ୨୦୦୬ରେ ମେଲାନିଆ ଏବଂ ଡୋନାଲ୍ଡ ଟ୍ରମ୍ପ୍ ଓ୍ବିଲିୟମ୍ ଟ୍ରମ୍ପ୍ ଙ୍କୁ ଜନ୍ମ ଦେଇଥିଲେ । ଓ୍ବିଲିୟମ୍ ଡୋନାଲ୍ଡ ଟ୍ରମ୍ପଙ୍କ ୫ମ ସନ୍ତାନ ଥିଲେ । ଏବେ ମଧ୍ୟ ନିଜର ଫ୍ୟାଶନେବଲ ଅନ୍ଦାଜ ପାଇଁ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ମେଲାନିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.