Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଭାରତରୁ ପଳାୟନ କରି ନାହିଁ, କେଉଁ କାରଣରୁ ଦେଶ ଛାଡିଲି ? ଡୋମିନିକା କୋର୍ଟରେ କହିଲେ ମେହୁଲ ଚୋକସି

6/06/2021 at 5:26 PM

ନୂଆଦିଲ୍ଲୀ ୦୬।୦୬: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି)ର ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି ସଂପ୍ରତି ଡୋମିନିକା ଜେଲ୍‌ରେ। ସେଠାରେ ତାଙ୍କ ବିରୋଧରେ ପ୍ରତ୍ୟର୍ପଣ କେସ୍‌ ଜାରି ରହିଛି। ଏହା ମଧ୍ୟରେ ମେହୁଲ ଚୋକସି କହିଛନ୍ତି, ସେ ଭାରତୀୟ ଏଜେନ୍ସିଙ୍କଠୁ ପଳାୟନ କରି ନାହାନ୍ତି ବରଂ ଚିକିତ୍ସା ପାଇଁ ଦେଶ ଛାଡିଥିଲି। ସେ ନିଜକୁ ଆଇନର ସମ୍ମାନ କରୁଥିବା ନାଗରିକ ଦର୍ଶାଇଛନ୍ତି। ଚୋକସି ଭାରତୀୟ ଏଜେନ୍ସିଙ୍କୁ ତାଙ୍କର ସାକ୍ଷାତକାର ନେବାକୁ ଆମନ୍ତ୍ରଣ ଦେଇ କହିଛନ୍ତି ଯେ, ସେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ୬୨ ବର୍ଷୀୟ ହୀରା ବ୍ୟବସାୟୀ ଡୋମିନିକା ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛି ଯେ, ମୁଁ ଭାରତୀୟ ଏଜେନ୍ସିଙ୍କୁ ମୋର ସାକ୍ଷାତକାର ନେବା ଏବଂ ଯାଞ୍ଚ ସଂପର୍କିତ କୌଣସି ବି ପ୍ରଶ୍ନ କରିବାକୁ ଆମନ୍ତ୍ରିତ କରୁଛି। ମୁଁ ଭାରତୀୟ ଏଜେନ୍ସିଙ୍କଠୁ ପଳାୟନ କରୁନାହିଁ। ଆମେରିକାରେ ଚିକିତ୍ସା କରାଇବା ପାଇଁ ଯେବେ ମୁଁ ଦେଶରୁ ବାହାରିଲି ସେହି ସମୟରେ ମୋ ବିରୋଧରେ କୌଣସି ଓ୍ଵାରେଣ୍ଟ ନଥିଲା।

ଚୋକସି ୨୦୧୮ ଜାନୁଆରୀରେ ଦେଶରୁ ବାହାରକୁ ଚାଲି ଯାଇଥିଲେ। ୧୩,୫୦୦ କୋଟି ଟଙ୍କାର ପିଏନବି ଘୋଟାଲା ଉପରୁ ପରଦା ହଟିବା ପୂର୍ବରୁ ଚୋକସି ଦେଶ ଛାଡି ସାରିଥିଲେ ଏବଂ ଆଣ୍ଟିଗୁଆରେ ରହୁଥିଲେ। ଚୋକସି ସେହି ସମୟରୁ ଏ ପର୍ଯ୍ୟନ୍ତ ଥରୁଟିଏ ବି ଦେଶକୁ ଫେରି ନାହାନ୍ତି। ସିବିଆଇ ଓ ଇଡି ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

ଚୋକସି ଜୁନ ୩ରେ କୋର୍ଟରେ ଦାଖଲ ସତ୍ୟପାଠରେ କହିଛନ୍ତି ଯେ, ଭାରତରୁ ପଳାଇବାର ତାଙ୍କର କୌଣସି ଅଭିପ୍ରାୟ ନଥିଲା। ସେ ଏହା ମଧ୍ୟ କହିଛନ୍ତି, ରେଡ୍ କର୍ଣ୍ଣର ଇଣ୍ଟରପୋଲ ନୋଟିସ୍ ଅନ୍ତରାଷ୍ଟ୍ରୀୟ ଓ୍ଵାରେଣ୍ଟ ନୁହେଁ ବରଂ ଆତ୍ମ ସମର୍ପଣ ପାଇଁ ଏକ ଅପିଲ୍। ଭାରତ ପକ୍ଷରୁ ଚୋକସି ଡୋମିନିକାରୁ ଫେରାର ମାରିବା କୋର୍ଟରେ ଅଭିଯୋଗ ପରେ ସେ ଉପରୋକ୍ତ ସତ୍ୟପାଠ ଡୋମିନିକା ହାଇକୋର୍ଟରେ ଦାଖଲ କରିଛି। ଚୋକସି କୋର୍ଟକୁ ଏହା ମଧ୍ୟ ବିଶ୍ଵାସ ଦେଇଛନ୍ତି ଯେ, ଯେ ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ଆଣ୍ଟିଗୁଆ ଫେରିବାକୁ ଅନୁମତି ନଦେଇଛନ୍ତି, ସେ ପର୍ଯ୍ୟନ୍ତ ସେ କୌଣସି ଆଡେ ଯିବେ ନାହିଁ କି ପଳାୟନ କରିବେ ନାହିଁ।

   Related Posts