Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଡୋମିନିକାରୁ ଖାଲି ହାତରେ ଫେରିଲେ ଭାରତୀୟ ଟିମ୍, ମେହୁଲ ଚୋକସୀଙ୍କୁ ଆଣିବା ହେଲାନି ସମ୍ଭବ, ପଳାତକ ବ୍ୟବସାୟୀ ଏବେ ଡାକ୍ତରଖାନାରେ

4/06/2021 at 2:08 PM

ନୂଆଦିଲ୍ଲୀ, ୦୪/୦୬ : ପଳାତକ ହୀରା ବ୍ୟବସାୟୀ ଓ ପିଏନବି ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସୀ ଭାରତ ଆସିବା ନେଇ ବର୍ତ୍ତମାନ କୌଣସି ସମ୍ଭାବନା ନାହିଁ । କାରଣ ଡୋମିନିକା ପହଁଚିଥିବା ଭାରତୀୟ ଅଧିକାରୀଙ୍କ ଘରୋଇ ବିମାନ ସେଠାରେ ଚୋକସୀଙ୍କୁ ନଧରି ଫେରୁଥିବା ସୂଚନା ମିଳିଛି।

ଭାରତୀୟ ବିମାନ ଗୁରୁବାର ଡୋମିନିକାରୁ ଉଡାଣ ଭରିଛି । କିନ୍ତୁ ବିମାନଟି କେଉଁ ଆଡେ ଯାଉଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ମେହୁଲ ଏବେବି ପୋଲିସର ତଦାରଖରେ ଡୋମିନିକାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୂତ୍ରାନୁସାରେ, ମେ ୨୮ ତାରିଖରେ ସିବିଆଇ ଟିମ୍ ମେହୁଲଙ୍କୁ ଭାରତ ଫେରାଇ ଆଣିବାକୁ ଯାଇଥିଲା । ଏହି ଟିମ୍‌ରେ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିଆରପିଏଫର ଦୁଇ ଜଣ ଲେଖାଏଁ ସଦସ୍ୟ ସାମିଲ ଥିଲେ।

ଚୋକସିଙ୍କ ଓକିଲ ଦାବି କରିଥିଲେ ଯେ, ଯେ ତାଙ୍କୁ ଅପହରଣ କରି ଆଣ୍ଟିଗୁଆରୁ ଡୋମେନିକାକୁ ଅଣାଯାଇଛି । ଏହି ସମୟରେ ତାଙ୍କୁ ମାଡ ମଧ୍ୟ ଦିଆଯାଇଛି । ଏଇ ନିକଟରେ ଜେଲରୁ ଗୋଟିଏ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ତାଙ୍କ ଶରୀରରେ ଆଘାତ ଚିହ୍ନ ମଧ୍ୟ ଦେଖାଯାଇଥିଲା । ଏହି ପରିପ୍ରେକ୍ଷୀରେ ମେହୁଲଙ୍କ ଓକିଲ ତଥା ସରକାରୀ ପକ୍ଷରୁ ଜୁନ୍ ୧ରେ ଏକ ଆଫିଡେଭିଟ୍ ଦାଖଲ କରିଥିଲେ ।

ଫଳରେ ଜୁନ୍ ୨ରେ ଓପନ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ମାମଲା କୋର୍ଟରେ ପହଞ୍ଚିବା ପୂର୍ବରୁ ଡୋମେନିକା ସରକାର ମେହୁଲଙ୍କୁ ଆଣ୍ଟିଗୁଆକୁ ପଠାଇବାକୁ ପ୍ରସ୍ତୁତ ହେଉଥିଲେ । ଏଥି ସହିତ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ ଅନେକ ଥର କହିଥିଲେ ଯେ ଚୋକସିଙ୍କୁ ପଠାଇବା ପରିବର୍ତ୍ତେ ଡୋମେନିକା ସରକାର ତାଙ୍କୁ ଭାରତକୁ ହସ୍ତାନ୍ତର କରିବା ଉଚିତ ଯେଉଁଠାରୁ ସେ ଫେରାର୍ ହୋଇଯାଇଥିଲେ ।

ଏହା ପୂର୍ବରୁ ମେ ୨୮ରେ ଅନୁଷ୍ଠିତ ଶୁଣାଣିରେ କୋର୍ଟ ମେହୁଲଙ୍କୁ ଡୋମେନିକାରେ ରହିବାକୁ କହିଥିଲେ । ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ତାଙ୍କୁ ଡୋମେନିକା-ଚାଇନା ଫ୍ରେଣ୍ଡସିପ୍ ହସ୍ପିଟାଲକୁ ଚିକିତ୍ସା ଆବଶ୍ୟକତା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

   Related Posts