Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପିଏନବି ଛାଡନ୍ତୁ ! ଚୁନା ଲଗାଇବାରେ ନିଜ ଗାର୍ଲଫ୍ରେଣ୍ଡକୁ ବି ଛାଡିଲେନି ମେହୁଲ ଚୋକସି, ପ୍ରେମ ନାଁରେ ପିନ୍ଧାଇ ଦେଲେ ହୀରାର ନକଲି ମୁଦି

8/06/2021 at 4:50 PM

ନୂଆଦିଲ୍ଲୀ ୦୮।୦୬: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କଥା ଛାଡନ୍ତୁ। ନିଜ ପ୍ରେମିକାଙ୍କୁ ବି ଚୁନା ଲଗାଇବାରେ ପଛେଇ ନାହାନ୍ତି ମେହୁଲ ଚୋକସି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି ନିଜ କଥିତ ଗାର୍ଲଫ୍ରେଣ୍ଡ ବାରବରା ଜାବରିକାଙ୍କୁ ମଧ୍ୟ ଚୁନା ମାରିଛନ୍ତି। ଜାବରିକାଙ୍କୁ ପ୍ରେମର ନାଟକ କରି ଚୋକସି ଧୋକା ଦେଇଛନ୍ତି। ଚୋକସି ବାରବରାଙ୍କୁ ଅସଲି ନୁହେଁ ହୀରାର ନକଲି ମୁଦି ଉପହାରରେ ଦେଇଥିଲେ। ମେହୁଲ ଚୋକସିଙ୍କ ପକ୍ଷରୁ ଅଭିଯୋଗ ଆସିବା ପରେ ବାରବରା ନିଜର ପକ୍ଷ ରଖି ଏହି ସବୁ କଥା ବଖାଣିଛନ୍ତି। ସେ କହିଛନ୍ତି, ମେହୁଲ ଚୋକସିଙ୍କ ଅପହରଣରେ ତାଙ୍କର କୌଣସି ଭୂମିକା ନାହିଁ। ବାରବରା କହିଛନ୍ତି, ଆଣ୍ଟିଗୁଆର ଯାତ୍ରା ସମୟରେ ଚୋକସି ତାଙ୍କ ସଂସ୍ପର୍ଶରେ ଆସଥିଲେ ଏବଂ ନିଜର ନାଁ ରାଜ ବୋଲି କହିଥିଲେ।

ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ବାରବରା କହିଛନ୍ତି, ମୁଁ ଚୋକସିଙ୍କ ବନ୍ଧୁ ଥିଲି। ସେ ମୋତେ ତାଙ୍କ ନାମ ରାଜ ବୋଲି କହିଥିଲେ। ଗତ ବର୍ଷ ସେ ମୋ ସଂପର୍କରେ ଆସିଥିଲେ। ଚୋକସି ବହୁତ ମେଳାପି ଥିଲେ। କିନ୍ତୁ ପରେ ମୋ ସହ ଫ୍ଲଟ୍ କରିବା ଆରମ୍ଭ କରିଥିଲେ। ସେ ମୋତେ ହୀରାର ନକଲି ମୁଦି ଏବଂ ବ୍ରେସଲେଟ୍ ଦେଇଥିଲେ।

ବାରବରା କହିଛନ୍ତି, ଚୋକସିଙ୍କ ଓକିଲ ଏବଂ ତାଙ୍କ ପରିବାର ସଦସ୍ୟ ମୋତେ  ଜାଣିଶୁଣି ଏହି କେସ୍‌କୁ ଟାଣିଛନ୍ତି। ଚୋକସିଙ୍କ ଅପହରଣରେ ତାଙ୍କର କୌଣସି ସଂପର୍କ ନାହିଁ। ଅଯଥା ମୋତେ ଏହି ମାମଲାରେ ହଇରାଣ କରାଯାଉଛି। ଏଥିରେ ମୋ ପରିବାର ଅଶାନ୍ତିରେ ଅଛନ୍ତି। ବାରବରା ଏହା ମଧ୍ୟ କହିଛନ୍ତି, ଚୋକସି ନିଜ ଫ୍ଲାଟରେ ମୋତେ ଚୁମା ଦେବାକୁ ମଧ୍ୟ ଉଦ୍ୟମ କରିଥିଲେ।

ଏହା ପୂର୍ବରୁ ଚୋକସି ଆଣ୍ଟିଗୁଆ ପୋଲିସକୁ ଦେଇଥିବା ଲିଖିତ ଅଭିଯୋଗରେ କରିଥିଲେ ଯେ, ମୋତେ ମାଡ ମରାଯାଇ ଆଣ୍ଟିଗୁଆରୁ ଅପହରଣ କରାଯାଇ ଡୋମିନିକା ଅଣାଯାଇଥିଲା। ଏପରିକି ଚୋକସି ଏହି ଅପହରଣ ପଛରେ ତାଙ୍କ ମହିଳା ବନ୍ଧୁ ବାରବରାଙ୍କ ହାତ ରହିଥିବା କହିଥିଲେ। ବାରବରା କହିଛନ୍ତି, ଯଦି ଏମିତି ତେବେ ତାଙ୍କୁ ଅପହରଣ କରିବା ପାଇଁ ମୋ ପାଖରେ ଅନେକ ସୁଯୋଗ ଥିଲା। କିନ୍ତୁ ମୁଁ ଏପରି କରି ନାହିଁ। ଏଥିସହ ବାରବରା ଅନେକ ମେସେଜ୍ ଦେଖାଇଛନ୍ତି, ଯେଉଁଥିରେ ଦୁହିଁଙ୍କ ମଧ୍ୟରେ ଥିବ ସଂପର୍କକୁ ସ୍ପଷ୍ଟ କରିଛି।

କଣ ଥିଲା ମେହୁଲଙ୍କ ଅଭିଯୋଗ

ଚୋକସି ଦାବି କରିଛନ୍ତି ଯେ, ମେ ୨୩ ସନ୍ଧ୍ୟାରେ ଯେବେ ସେ ବାରବରାଙ୍କ ଘରେ ପହଞ୍ଚିଥିଲେ, ତେବେ ସେଠାରେ ୮ ରୁ ୧୦ ଜଣ  ଲୋକ ତାଙ୍କୁ ପିଟିଥିଲେ। ଆକ୍ରମଣକାରୀ ନିଜକୁ ଆଣ୍ଟିଗୁଆ ପୋଲିସର ଲୋକ ବୋଲି କହିଥିଲେ। ତାଙ୍କୁ ପୋଲିସ ଷ୍ଟେସନ ନେଇଯିବେ ବୋଲି କହିଥିଲେ। ତାଙ୍କୁ ବାରବରା ଜରାବିକଙ୍କ ଗରୁ ଅପହରଣ କରାଯାଇଥିଲା। ଏହା ପରେ ଗୋଟିଏ ଡଙ୍ଗାରେ ଡୋମିନିକା ନିଆଯାଇଥିଲା।

ସୂଚନାଯୋଗ୍ୟ, ୨୦୧୮ଜାନୁଆରୀରେ ମେହୁଲ ଭାରତରୁ ଖସି ପଳାଇଥିଲା. ସେ ୧୩,୫୦୦ କୋଟି ଟଙ୍କା ପିଏନବି ମହାଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ। ଚୋକସି ଆଣ୍ଟିଗୁଆର ନାଗରିକତା ଗ୍ରହଣ କରି ସେଠାରେ ରହୁଥିଲା। ହେଲେ ମେ ୨୩ରେ ଆଣ୍ଟିଗୁଆ ଓ ବାରବୁଡାରୁ ସେ ଗାଏବ ହୋଇ ଯାଇଥିଲା। ଇଣ୍ଟରପୋଲ୍‌ର ନୋଟିସ୍ ଆଧାରରେ ତାଙ୍କୁ ଡୋମିନିକାରୁ ଗିରଫ କରାଯାଇଥିଲା। ଭାରତ ସରକାର ଏବେ ଚୋକସିଙ୍କୁ ସ୍ଵଦେଶ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

   Related Posts