Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବ୍ୟାଙ୍କ ଋଣ ଠକେଇ ମାମଲାରେ ଫେରାର ମେହୁଲ ଚୌକସୀ ମଧ୍ୟ ଦେଇଛି ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଦାନ !

27/06/2020 at 2:29 PM

ନୂଆଦିଲ୍ଲୀ ୨୭।୬:  କଂଗ୍ରେସର ରାଜୀବ ଗାନ୍ଧି ଫାଉଣ୍ଡେସନ ଚୀନ୍ ଦୂତାବାସ ଜରିଆରେ ଧନ ସଂଗ୍ରହ କରିଥିବାର ବିଜେପି ଅଭିଯୋଗ କରିବା ପରେ ନୂଆନୂଆ ଘଟଣା ଏବେ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ସୋନିଆ ଗାନ୍ଧିଙ୍କ ପରିଚାଳିତ ଏହି ଫାଉଣ୍ଡେସନକୁ ପିଏନବି ଋଣ ଠକେଇ ମାମଲାରେ ଫେରାର ଅଭିଯୁକ୍ତ ମେହୁଲ ଚୌକସୀ ମଧ୍ୟ ଅଘୋଷିତ ଦାନ କରିଥିବା ଏବେ ଜଣାପଡିଛି।

ମେହୁଲ ଚୌକସୀ ୨୦୧୪-୧୫ ମସିହାରେ ଏହି ଆର୍ଥିକ ଦାନ କରିଥିବା ବେଳେ ନବରାଜ ଇଷ୍ଟେଟସ୍ ପ୍ରାଇଭେଟ ଲିମିଟେଡ ନାମରେ ଏହା ଦିଆଯାଇଛି। କମ୍ପାନୀର ନିର୍ଦ୍ଦେଶକଙ୍କ ମଧ୍ୟରେ ମେହୁଲ ଚୌକସୀ ଅନ୍ୟତମ ଥିଲେ। ପିଏନବି ଆର୍ଥିକ ଅନିୟମିତତାରେ ନିରବ ମୋଦି ଓ ମେହୁଲ ଚୌକସୀ ୧୩ ହଜାର କୋଟି ଟଙ୍କା ଠକି ଫେରାର ହୋଇଯାଇଛନ୍ତି। ତେବେ ଚୌକସୀ ୨୦୧୪ ମସିହାରେ ଫାଉଣ୍ଡେସନକୁ ଅଘୋଷିତ ଅନୁଦାନ ଦେଇଥିବା ବେଳେ ୨୦୧୮ ମସିହାରେ ସେମାନଙ୍କ  ବ୍ୟାଙ୍କ ଠକେଇ ଘଟଣା ସାମ୍ନାକୁ  ଆସିଥିଲା।

ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ  ଚୀନ୍‌ ସରକାରଙ୍କ ପ୍ୟୁପିଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ସ୍ଥାପିତ ଆସୋସିଏସନ ଫର ଇଣ୍ଟରନ୍ୟାସନାଲ ଫ୍ରେଣ୍ଡଲି କଣ୍ଟାକ୍ଟ (ସିଏଆଇଏଫସି) ମଧ୍ୟ ସୋନିଆଙ୍କ ଏହି ଫାଉଣ୍ଡେସନକୁ ଆର୍ଥିକ ସହୟତା ଦେଉଥିବାର ଏବେ ପ୍ରମାଣ ମିଳିଲାଣି। ଗୁଇନ୍ଦା ଗତିବିଧି ଲାଗି ସିଏଆଇଏଫସି ଆମେରିକାର ଏଫବିଆଇ ରାଡାରରେ ଥିବା ବେଳେ ତାର ଦାନ ପୂଣ୍ୟ ଏବେ ଅନ୍ତର୍ଜାତୀୟ ଚର୍ଚ୍ଚାର ବିଷୟ ପାଲଟିଛି।

ରାଜୀବ ଗାନ୍ଧି ଫାଉଣ୍ଡେସନରେ ସୋନିଆ ଗାନ୍ଧି ଅଧ୍ୟକ୍ଷା ଥିବା ବେଳେ ରାହୁଲ ଗାନ୍ଧି, ପ୍ରିୟଙ୍କା ୱାଡ୍ରା, ମନମୋହନ ସିଂହ , ପି.ଚିଦାମ୍ବରମ ଆଦି ପିରଚାଳନା ବୋର୍ଡର ସଦସ୍ୟ ଅଛନ୍ତି। ଗାନ୍ଧି ପରିବାରଙ୍କ ମାଲିକାନାଧୀନ ଏହି ଫାଉଣ୍ଡେସନକୁ ଚୀନ୍‌ କମ୍ୟୁନିଷ୍ଟ ସରକାରଙ୍କ ଠାରୁ ଆରମ୍ଭ କରି ଭାରତର ପିଏମଏନଆରଏଫ ଅନୁଦାନ ଦେଇଥିବାର ପ୍ରମାଣ ମଧ୍ୟ ରହିଛି। ଅତୀତରେ ମନମୋହନ ସିଂହ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ବେଳେ ଦେଶର ସରକାରୀ ବଜେଟ୍‌ରେ ଏହି ଘରୋଇ ଫାଉଣ୍ଡେସନ ଲାଗି ପୃଥକ ଅର୍ଥ ବ୍ୟବସ୍ଥା ଲାଗି ମଧ୍ୟ ଦାବି କରିଥିବାର ନଜିର ରହିଛି।

   Related Posts