Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

କରୋନା ଟେଷ୍ଟ ପରେ ଡୋମେନିକା ହସ୍ପିଟାଲରେ ଭର୍ତ୍ତି ହେଲେ ମେହୁଲ ଚୋକସି

31/05/2021 at 11:40 AM

ନୂଆଦିଲ୍ଲୀ ୩୧/୫: ଭାରତର ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । କିନ୍ତୁ ପୋଲିସର କଡ୍ଡା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ତାଙ୍କୁ କେବଳ ତାଙ୍କ ଓକିଲଙ୍କୁ ଭେଟିବାକୁ ଅନୁମତି ଦିଆଯାଇଛି । ଚୋକସିଙ୍କୁ ଗୋଟିଏ ଦିନ ପୂର୍ବରୁ ପୋଲିସ ସେଲରୁ ହଟାଇ ଡୋମେନିକା ପୋର୍ଟସ ମାଉଥରେ ଥିବା ସରକାରୀ କ୍ୱାରାଣ୍ଟାଇନ୍ ରଖାଯାଇଥିଲା ।

ଚୋକସିଙ୍କ ଓକିଲ ଦାବି କରିଛନ୍ତି ଯେ ତାଙ୍କୁ ଅପହରଣ କରି ଆଣ୍ଟିଗୁଆରୁ ଡୋମେନିକାକୁ ଅଣାଯାଇଛି । ଏହି ସମୟରେ ତାଙ୍କୁ ମାଡ ମଧ୍ୟ ଦିଆଯାଇଛି । ଏଇ ନିକଟରେ ଜେଲରୁ ଗୋଟିଏ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ତାଙ୍କ ଶରୀରରେ ଆଘାତ ଚିହ୍ନ ମଧ୍ୟ ଦେଖାଯାଇଥିଲା । ଏହି ପରିପ୍ରେକ୍ଷୀରେ ମେହୁଲଙ୍କ ଓକିଲ ତଥା ସରକାରୀ ପକ୍ଷରୁ ଜୁନ୍ ୧ରେ ଏକ ଆଫିଡେଭିଟ୍ ଦାଖଲ କରିବାକୁ ପଡିବ ।

ଫଳରେ ଜୁନ୍ ୨ରେ ଓପନ କୋର୍ଟରେ ଏହି ମାମଲାର ଶୁଣାଣି ହେବ । ମାମଲା କୋର୍ଟରେ ପହଞ୍ଚିବା ପୂର୍ବରୁ ଡୋମେନିକା ସରକାର ମେହୁଲଙ୍କୁ ଆଣ୍ଟିଗୁଆକୁ ପଠାଇବାକୁ ପ୍ରସ୍ତୁତ ହେଉଥିଲେ । ଏଥି ସହିତ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ ଅନେକ ଥର କହିଛନ୍ତି ଯେ ଚୋକସିଙ୍କୁ ପଠାଇବା ପରିବର୍ତ୍ତେ ଡୋମେନିକା ସରକାର ତାଙ୍କୁ ଭାରତକୁ ହସ୍ତାନ୍ତର କରିବା ଉଚିତ ଯେଉଁଠାରେ ସେ ଫେରାର୍ ଅଛନ୍ତି ।

ମେ ୨୮ରେ ଅନୁଷ୍ଠିତ ଶୁଣାଣିରେ କୋର୍ଟ ମେହୁଲଙ୍କୁ ଡୋମେନିକାରେ ରହିବାକୁ କହିଥିଲେ । ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ତାଙ୍କୁ ଡୋମେନିକା-ଚାଇନା ଫ୍ରେଣ୍ଡସିପ୍ ହସ୍ପିଟାଲକୁ ଚିକିତ୍ସା ଆବଶ୍ୟକତା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ କୌଣସି ସୂଚନା ଦେବାକୁ ବାରଣ କରାଯାଇଛି ।

   Related Posts