କାଶ୍ମୀର ପ୍ରସଙ୍ଗରେ ପ୍ରଶ୍ନ ପଚାରିବାରୁ ରାଗିଗଲେ ପାକ୍ ବୈଦେଶିକ ମନ୍ତ୍ରୀ କ୍ୟୁରେସି
4/10/2019 at 5:27 PM

ଇସଲାମାବାଦ – କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ୫୮ ଦେଶ ସମର୍ଥନ କରୁଛନ୍ତି। ଏଭଳି କହିଥିବା ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସିଙ୍କୁ ଏବେ କଥା କଥାରେ କ୍ରୋଧ ଆସୁଛି। କାରଣ ସତ ଇମ୍ରାନ ହିଁ କହିଛନ୍ତି ଯେ କେହି ସମର୍ଥନ କରନ୍ତୁ ବା ନକରନ୍ତୁ ପାକିସ୍ତାନ ଏକୁଟିଆ କାଶ୍ମୀର କାଶ୍ମୀର ଚିଲ୍ଲେଇବ। ସେପଟେ ପାକିସ୍ତାନ ସେନା ଇମ୍ରାନଙ୍କ ଚୌକି ନେବାକୁ ପ୍ଲାନ କଲାଣି।…
କ୍ୟୁରେସିଙ୍କୁ କ୍ରୋଧ କ୍ୟୁ ଆତା ହେ। ସତକୁସାମ୍ନା କରିବା ଲାଗି କ୍ୟୁରେସିଙ୍କର ସାହାସ ନାହିଁ । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସିଙ୍କ ବାହାଦୂରୀ । ସାମ୍ବାଦିକଙ୍କ ଉପରେ ଚିଲ୍ଲେଉଛନ୍ତି କ୍ୟୁରେସି। କଥା ହେଉଛି କ୍ୟୁରେସି ଟ୍ବିଟ କରିଥିଲେ ଯେ, କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ୫୮ଟି ଦେଶ ସମର୍ଥନ କରୁଛନ୍ତି । ସାମ୍ବାଦିକ ପଚାରିଦେଲେ, ଏସବୁ ୫୮ ଦେଶ କିଏ। ପୂରା ରାଗିପାଚି ଲାଲ୍ ହୋଇଯାଇଥିଲେ କ୍ୟୁରେସି । ସିଧା ଚ୍ୟାଲେଞ୍ଜ ଦେଇଥିଲେ ଟ୍ବିଟ୍ ଦେଖାଅ… ଯେତେବେଳେ ସାମ୍ବାଦିକ ଟ୍ବିଟ୍ ଦେଖାଇଥିଲେ, ତାପରେ ଜୋକମୁହଁରେ ଲୁଣ ଭଳି ଜାକିଜୁକି ହେଇଗଲେ।
ତେଣେ କ୍ୟୁରେସୀ ବଡ଼ ଆଡ଼ମ୍ବରରେ ସ୍ବାଗତ କରୁଛନ୍ତି ତାଲିବାନ ଆତଙ୍କବାଦୀଙ୍କୁ । ବୈଦେଶିକ ମନ୍ତ୍ରାଳୟର ପୋଟିକୋ ପର୍ଯ୍ୟନ୍ତ ଆସି ନିଜେ ମେହମ୍ମୁଦ କ୍ୟୁରେସି ଜଣ ଜଣକରି ତାଲିବାନ ନେତାଙ୍କୁ ସ୍ବାଗତ କରିଥିଲେ। ଉଚ୍ଚସ୍ତରୀୟ ବୈଠକରେ ତାଲିବାନ ପ୍ରତିନିଧି ମଣ୍ଡଳୀ ସହ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ଆଲୋଚନା କରିଛି । ଇମ୍ରାନଙ୍କଠାରୁ କ୍ଷମତା ଅକ୍ତିଆର ପାଇଁ ପାକିସ୍ତାନ ସେନା ପ୍ରୟାସ ଚଳାଇଲାଣି, ତେଣେ ଆତଙ୍କବାଦୀ ବି ପାକ୍ ସେନା ଛତ୍ରଛାୟାରେ କାୟ ବୃଦ୍ଧି କରୁଛନ୍ତି।
ଏତିକିବେଳେ ଭାରତର ବାୟୁସେନା ମୁଖ୍ୟ ଚେତେଇ ଦେଇଛନ୍ତି ପୁଲୱାମା ଭଳି ଆଉ କୌଣସି ବି ଘଟଣା କରିବାକୁ ପାକିସ୍ତାନ ଚେଷ୍ଟା କଲେ ଏହାର ଜବାବ ବାଲାକୋଟ ଭଳି ଦିଆଯିବ। ଦାୟିତ୍ବ ଗ୍ରହଣ ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଥିଲେ ନୂଆ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂହ ଭଦୋରିଆ। ଏହି ଅବସରରେ ବାଲାକୋଟ ଷ୍ଟ୍ରାଇକ ସଂପର୍କିତ ଏକ ଭିଡିଓ ଜାରି କରାଯାଇଥିଲା।

ଭଦୋରିଆ ସ୍ବୀକାର କରିଥିଲେ ଫେବ୍ରୁଆରି ୨୭ ତାରିଖରେ ନିଜ ହେଲିକପ୍ଟରକୁ ଖସାଇଦେବା ଏକ ବଡ଼ ଭୁଲ ଥିଲା କିନ୍ତୁ ଏବେ ରାଫେଲ ଓ ଏସ ୪୦୦ ଭାରତୀୟ ପ୍ରତିରକ୍ଷାର ଶକ୍ତି ବୃଦ୍ଧି କରିବ ।