ଆର୍ଟିକଲ ୩୭୦ ହଟିବା ଓ ମହବୁବା ମୁଫ୍ତିଙ୍କ ଗିରଫ ପରେ ଏବେ ଚର୍ଚ୍ଚାରେ ତାଙ୍କର ଦୁଇ ଝିଅ, ପ୍ରସଙ୍ଗରେ ବଡ ଝିଅ କହିଛନ୍ତି କ’ଣ ଜାଣନ୍ତୁ

Published By : Prameya-News7 Bureau | August 10, 2019 IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରକୁ ମିଳିଥିବା ସାମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ୟୁପିଲସ ଡେମୋକ୍ରଟିକ ପାର୍ଟି (ପିଡିପି) ନେତ୍ରୀ ମହବୁବା ମୁଫ୍ତି ଓ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପରେ ମହବୁବାଙ୍କ ବଡ ଝିଅ ଇଲତଜା ଜାଭେଦ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଆସନ୍ତୁ ଜାଣିବା ଇଲତଜାଙ୍କ ସମ୍ପର୍କରେ ।

{"id":143002}

ଇଲତଜା ଜାଭେଦ ଏବେ ଲଣ୍ଡନସ୍ଥିତ ଭାରତୀୟ ହାଇକମିଶନରେ ବରିଷ୍ଠ ପ୍ରଶାସିକା ଅବସ୍ଥାପିତ ଅଛନ୍ତି। ଇଣ୍ଟରନ୍ୟାସନାଲ ରିଲେସନରେ ମାଷ୍ଟର ଡିଗ୍ରି କରିଥିବା ଇଲତଜା ଏବେ କାଶ୍ମୀରରେ ରହୁଥିବା ବେଳେ ନିକଟରେ ହୋଇଥିବା ନିଷ୍ପତ୍ତି ପରେ ତାଙ୍କ ମାଙ୍କୁ ବନ୍ଦୀ କରାଯାଇଛି। ନ୍ୟାସନାଲ କନଫରେନ୍ସ ନେତାଙ୍କ ସହ ସେ ଏକାନ୍ତରେ ବନ୍ଦୀ ଥିବା ବେଳେ ଏହାକୁ ନେଇ ଇଲତଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାରତ ସରକାରଙ୍କ ଅଧୀନରେ ପ୍ରଶାସନିକ ଅଧିକାରୀ ଥାଇ ମଧ୍ୟ  ସରକାରଙ୍କ ପଦକ୍ଷେପକୁ ସେ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିବାକୁ ପଛେଇ ନାହାନ୍ତି।

{"id":143003}

କାଶ୍ମୀର ୟୁନିଭର୍ସିଟିରୁ ଆଇନରେ ଡିଗ୍ରି ହାସଲ କରିଥିବା ମହବୁବା ମୁଫ୍ତିଙ୍କର ୧୯୮୪ ମସିହାରେ ଜାଭେଦ ଇକବାଲଙ୍କ ସହ ବିବାହ ହୋଇଥିଲା। ସେମାନଙ୍କର ଦୁଇଟି ଝିଅ ଇଲତଜା ଓ ଇର୍ତିକା ଜାଭେଦ ଅଛନ୍ତି। ଇଲତଜା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅବସ୍ଥାପିତ ଥିବା ବେଳେ ଇର୍ତିକା ଜଣେ ଲେଖିକା। ଇର୍ତିକାଙ୍କ ମାଁମୁ ତସାଦୁକ୍ ମୁଫ୍ତି ଜଣେ ସିନେମାଟୋଗ୍ରାଫର । ଇର୍ତିକା ତାଙ୍କ ସହ ରହୁଥିବା ବେଳେ ତାଙ୍କ କାମରେ ମଧ୍ୟ ହାତ ବଟେଇଦେଉଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.