J&K : ମହବୁବା ମୁଫ୍ତିଙ୍କ ପରେ ଏବେ ତାଙ୍କ ଝିଅ ଇଲତିଜା ହେଲେ ନଜରବନ୍ଦୀ

Published By : Prameya-News7 Bureau | January 02, 2020 IST

ଶ୍ରୀନଗର ୨।୧:  ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ଲାଗି ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତିଙ୍କୁ ନଜରବନ୍ଦୀ କରାଯାଇଥିଲା। ଏବେ ତାଙ୍କ ଝିଅ ଇଲତିଜାଙ୍କୁ ପୋଲିସ ନିଜ କଷ୍ଟଡିକୁ ନେଇଛି। ଇଲତିଜା ଗୁରୁବାର ତାଙ୍କ ମାଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିବା ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି।

wp:html /wp:html

ଇଲତଜାଙ୍କୁ ଶ୍ରୀନଗରସ୍ଥିତ ତାଙ୍କ ବାସଭବନରେ ନଜରବନ୍ଦୀ କରାଯାଇଛି। ଏହା ଛଡା ତାଙ୍କ ଘର ଦେଇ ଯାଇଥିବା ରାସ୍ତାକୁ ବି ପୋଲିସ ସିଲ କରିଦେଇଛି। ମିଳିଥିବା ସୂଚନା ଅନୁସାରେ ଇଲତିଜା ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରିଥିଲେ। ତେବେ ସେ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ହିଁ ତାଙ୍କୁ ପୋଲିସ ତାଙ୍କୁ ତାଙ୍କ ଘରେ ବନ୍ଦୀ କରିଛି। 

{"id":205870,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.