ମୋଦିଙ୍କ ଭାଷଣର ଜବାବ ରଖିଲେ ମହବୁବା ମୁଫତୀ, କହିଲେ ଭୋଟ ମାଗିବାକୁ ସରକାରଙ୍କ ପାଖରେ ଆଉ ନାହିଁ ପ୍ରସଙ୍ଗ

Published By : Prameya-News7 Bureau | October 23, 2020 IST

ଶ୍ରୀନଗର ୨୩।୧୦ : ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଚାର ଅଭିଯାନ ଶୁଭାରମ୍ଭ କରିଛନ୍ତି। ସାସାରାମ ଜନସଭାକୁ ସମ୍ବୋଧିତ କରି  ପ୍ରଧାନମନ୍ତ୍ରୀ ମହବୁବା ମୁଫ୍ତି ଓ ଅନ୍ୟମାନଙ୍କୁ ଆକ୍ଷେପ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣର  ମହବୁବା ମୁଫତୀ ଜବାବ ରଖିଛନ୍ତି। ସେ କହିଛନ୍ତି ଜନତାଙ୍କୁ ଭୋଟ ମାଗିବା ଲାଗି ସରକାରଙ୍କ ପାଖରେ ଆଉ କୌଣସି ପ୍ରସଙ୍ଗ ବାକି ନାହିଁ। ଏଣୁ ପ୍ରଧାନମନ୍ତ୍ରୀଙ୍କ ଭାଷଣବାଜୀକୁ ସେ ପ୍ରଳାପ ବୋଲି କହିଛନ୍ତି।

{"id":349593,"sizeSlug":"large"}

ଭାଷଣରେ ପ୍ରଧାନମନ୍ତ୍ରୀ କହିଲେ କ’ଣ?
ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରି ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ସାରା ଦେଶର ଦୀର୍ଘ ଦାବି ଥିଲା। ଏହାକୁ ପ୍ରତ୍ୟାହାର କରିବାରେ ଏନଡିଏ ସରକାର ସଫଳ ହୋଇଛନ୍ତି। ତେବେ ଲୋକେ କହୁଛନ୍ତି ସେମାନେ ପୁଣି କ୍ଷମତାକୁ ଫେରିଲେ କାଶ୍ମୀରକୁ ପୁଣି ଆର୍ଟିକ୍ଲ-୩୭୦ ଫେରାଇଦେବେ। ଏହା କହିବା ପରେ ବି ସେମାନଙ୍କ ସାହାସ ଦେଖ ବିହାର ଆସି ଜନତାକୁ ଭୋଟ ମାଗୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହା କ’ଣ ବିହାରର ଅପମାନ ନୁହେଁ କି ବୋଲି ପ୍ରଧାନମନ୍ତ୍ରୀ ଜନତାଙ୍କୁ ପ୍ରଶ୍ନ କରିଥିଲେ। ଯେଉଁ ରାଜ୍ୟର ଲୋକେ ନିଜ ପୁଅ, ଝିଅଙ୍କୁ ଦେଶର ସୀମା ସୁରକ୍ଷା ଲାଗି ସେନାକୁ ପଠାଉଛନ୍ତି ସେମାନଙ୍କ ଲାଗି ଏହା ଅପମାନ ନୁହେଁ କି ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏନଡିଏ ବିରୋଧରେ ଆଜି ଯେଉଁମାନେ ଛିଡା ହୋଇଛନ୍ତି  ଦେଶହୀତ ସମ୍ପର୍କିତ ସମସ୍ତ ନିଷ୍ପତିକୁ ସେମାନେ ବିରୋଧ କରୁଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ହେଉ ଅଥବା ତିନ ତଲାକ ବିରୋଧରେ ଆଇନ ସବୁକୁ ଏମାନେ ବିରୋଧ କରୁଥିବା କହିଥିଲେ ପ୍ରଧାନମନ୍ତ୍ରୀ।

{"id":349594,"sizeSlug":"large"}

ଜବାବରେ କ’ଣ କହିଲେ ମହବୁବା ମୁଫତୀ
ମୋଦିଙ୍କ ଭାଷଣ ପ୍ରସଙ୍ଗରେ ମହବୁହା ମୁଫତି କହିଛନ୍ତି ଏବେ ଜନତାଙ୍କୁ ଭୋଟ ମାଗିବା ଲାଗି ସେମାନଙ୍କ ନିକଟରେ ଆଉ କୌଣସି ପ୍ରସଙ୍ଗ ନାହିଁ। ସେମାନେ କହୁଛନ୍ତି ଆମେ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ହଟାଇଛୁ ଏବେ ସେଠାରେ ତୁମେ ଜମି କିଣିପାରିବ। ଭୋଟ ପାଇଁ ପ୍ରଧାନମନ୍ତ୍ରୀ ଧାରା ୩୭୦ କଥା କହୁଛନ୍ତି। ସେହିପରି ସେମାନେ ସରକାରରେ ଅଛନ୍ତି କହୁଛନ୍ତି ମାଗଣାରେ ଟିକା ଦେବେ। ତେବେ ଏଥିରୁ ଯାହା ବୁଝାପଡୁଛି ଦେଶର ବାସ୍ତବ ସମସ୍ୟା ସମାଧାନରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଭୋଟରଙ୍କୁ ପ୍ରଭାବିତ କରିବାକୁ କୌଣସି ପ୍ରସଙ୍ଗ ବାକି ନଥିବରୁ ଦିନରେ ବିଳବିଳଉଛନ୍ତି। 

{"id":349619,"sizeSlug":"large"}

ସାମ୍ବାଦିକ ସମ୍ମିଳନୀରେ କହିଲେ ଏହି କଥା
ପ୍ରଧାନମନ୍ତ୍ରୀଙ୍କ ବିହାର ସାସାରାମ ଜନସମାବେଶ ପରିପ୍ରେକ୍ଷୀରେ ମହବୁବା ମୁଫତି ସାମ୍ବାଦିକ ସମ୍ମିଳନୀ କରିଥିଲେ। ପ୍ରଥମ ଥର ମୁଫତି ତାଙ୍କ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଦଳ ପିଡିପି ପତାକା ସହ ଜମ୍ମୁ-କାଶ୍ମୀରର ଧାରା ୩୭୦ ଉଚ୍ଛେଦ ପୂର୍ବ ପତାକା ଲଗାଇଥିବା ଦେଖା ଯାଇଥିଲା। ରାଜ୍ୟରେ କାଶ୍ମୀରର ପୃଥକ ପତାକା ନ ଫେରିବା ପର୍ଯ୍ୟନ୍ତ ସେ ଜାତୀୟ ପତାକା ଉଠାଇବେ ନାହିଁ ବୋଲି କହିଛନ୍ତି। ଏଥିଲାଗି ଆବଶ୍ୟକ ଧାରା ୩୭୦ ପ୍ରତ୍ୟାହାର ପର୍ଯ୍ୟନ୍ତ ସେ ତାଙ୍କର ସଂଘର୍ଷ ଜାରି ରଖିବେ ବୋଲି କହିଛନ୍ତି। ସେ ପର୍ଯ୍ୟନ୍ତ ସେ ରାଜ୍ୟର ପ୍ରତ୍ୟକ୍ଷ ରାଜନୀତିରୁ ନିଜକୁ ଦୂରେଇ ରଖିବେ ବୋଲି ମଧ୍ୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.