ବିଶ୍ୱକପରେ ଭାରତର ପରାଜୟ ପାଇଁ ନାରଙ୍ଗୀ ଜର୍ସିକୁ ଦୋଷ ଦେଲେ ମେହବୁବା : କହିଲେ ଅଶୁଭ ରଙ୍ଗ

Published By : Prameya-News7 Bureau | July 01, 2019 IST

ୱାର୍ମିଙ୍ଗହାମ ୧/୭ : ରବିବାର ଦିନ ଭାରତ ଇଂଲଣ୍ଡ ମଧ୍ୟରେ ଥିବା ବିଶ୍ୱକପ ମ୍ୟାଚରେ ଇଂଲଣ୍ଡ ଭାରତକୁ ପରାସ୍ତ କରିଛି । ଜନି ବେୟରସ୍ଟୋଙ୍କ ୧୧୧ ରନ, ବେନ ସ୍ଟୋକ୍ସଙ୍କ ୭୯ ରନ ତଥା ଜେସନ ରୟଙ୍କ ୬୬ ରନ ଭାରତର ବିଜୟ ରଥକୁ ଅଟକାଇ ଦେଇଥିଲା । ଟିମ ଇଣ୍ଡିଆ ବିଶ୍ୱକପରେ ପ୍ରଥମଥର ପାଇଁ ନାରଙ୍ଗୀ ରଙ୍ଗର ଜର୍ସି ପିନ୍ଧି ଖେଳିଥିଲା । ଏହି ମ୍ୟାଚ ହିଁ ଭାରତ ହାରି ଯାଇଥିଲା । ଭାରତର ଏହି ରୋମାଞ୍ଚକ ପରାଜୟକୁ ନେଇ ମଧ୍ୟ ଏବେ ରାଜନୀତି ହେଲାଣି । ନାରଙ୍ଗୀ ରଙ୍ଗର ଜର୍ସି ଟିମ ଇଣ୍ଡିଆର ପରାଜୟର କାରଣ ବୋଲି ସୋସିଆଲ ମିଡ଼ିଆରେ ପ୍ରଶ୍ନ ଉଠିଲାଣି ।

{"id":129320}

ପିଡିପି ନେତ୍ରୀ ମେହବୁବା ମୁଫତି ଟ୍ୱିଟ କରି କହିଛନ୍ତି, "ଆପଣମାନେ ମୋତେ ଅନ୍ଧବିଶ୍ୱାସୀ କହିଲେ ମଧ୍ୟ ମୁଁ କହିବି ଆଇସିସି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତର ପରାଜୟ ପାଇଁ ନାରଙ୍ଗୀ ରଙ୍ଗ ଦାୟୀ "।  

{"id":129323}

ମେହବୁବା ମୁଫତିଙ୍କ ଏହି ଟ୍ୱିଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଟ୍ୱିଟକୁ ନେଇ ଲୋକେ ତାଙ୍କୁ ଟ୍ରୋଲ କରିଛନ୍ତି ।

{"id":129321}

ତେବେ ଜର୍ସିର ରଙ୍ଗ କୌଣସି ମ୍ୟାଚକୁ ପ୍ରଭାବିତ କରିନଥାଏ । କାରଣ ପଡିଆରେ ଖେଳାଳି ଖେଳିଥାନ୍ତି, ଜର୍ସି ନୁହେଁ । ବିରାଟ କୋହଲିଙ୍କୁ ନୀଳ ରଙ୍ଗ ବହୁତ ପସନ୍ଦ । କିନ୍ତୁ ଇଂଲଣ୍ଡ ଟିମର ଜର୍ସିର ରଙ୍ଗ ନୀଳ ହୋଇଥିବା ଯୋଗୁଁ ଟିମ ଇଣ୍ଡିଆକୁ ନାରଙ୍ଗୀ ରଙ୍ଗର ଜର୍ସି ପିନ୍ଧିବାକୁ ପଡିଥିଲା । 

{"id":129322}

ରବିବାର ଦିନ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ କଡା ଟକ୍କର ହୋଇଥିଲା । ଇଂଲଣ୍ଡ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ୫୦ ଓଭରରେ ୭ ୱିକେଟ ହରାଇ ୩୩୭ ରନ କରିଥିଲା । ଭାରତ ୫୦ ଓଭରରେ ୫ଟି ୱିକେଟ ହରାଇ ୩୦୬ ରନ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.