Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଭାରତର ପରାଜୟରେ ଉତ୍ସବ ପାଳିିଥିବା ଲୋକଙ୍କ ପାଇଁ ମେହବୁବାଙ୍କ ଉଛୁଳା ପ୍ରେମ, ଗିରଫ ଛାତ୍ରଙ୍କ ପାଇଁ ପିଏମ ମୋଦୀଙ୍କୁ ଲେଖିଲେ ଚିଠି

30/10/2021 at 5:20 PM

ନୂଆଦିଲ୍ଲୀ ୩୦।୧୦: ଟି-୨୦ ବିଶ୍ଵ କପ୍‌ରେ ଭାରତର ପରାଜୟ ଏବଂ ପାକିସ୍ତାନ ବିଜୟରେ ଉତ୍ସବ ମନାଇଥିବା କାଶ୍ମୀରୀ ଛାତ୍ରଙ୍କୁ ପୋଲିସ ଗିରଫ କରିଛି। ହେଲେ ଏହାକୁ ସହଜେ ହଜମ କରି ପାରି ନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ସେ ଏହି ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ମେହବୁବା କହିଛନ୍ତି, ମୁଁ ଆପଣଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛି। ଯଦ୍ଵାରା ଏହି ଯୁବକଙ୍କ ଭବିଷ୍ୟତ ଯେମିତି ଖରାପ ନହୁଏ। ମେହବୁବା ଯେଉଁ କାଶ୍ମୀରୀ ଛାତ୍ରଙ୍କ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି, ସେମାନେ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଭାରତ ପରାଜୟରେ ଉତ୍ସବ ମନାଇଥିଲେ।

ଟି-୨୦ ମ୍ୟାଚ୍‌ରେ ପାକିସ୍ତାନ ବିଜୟରେ ଉତ୍ସବ ପାଳନ କରିବା ଏବଂ ଦେଶ ବିରୋଧୀ ନାରା ଦେବା ଅଭିଯୋଗରେ ଆଗ୍ରାର ବିଚପୁରୀ ସ୍ଥିତ ଆରବିଏସ ଟେକ୍ନିକାଲ କ୍ୟାମ୍ପସରେ ତିନି କାଶ୍ମୀରୀ ଛାତ୍ର ଅରଶିଦ ୟୁସୁଫ, ଇନାୟତ ଅଲତାଫ ଶେଖ ଓ ଶୌକତ ଅହମ୍ମଦ ଗନିଙ୍କୁ ବୁଧବାର ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ହ୍ଵାଟ୍ସଆପ୍ ଷ୍ଟାଟସ ଭିଡିଓ ଲଗାଇ ଭାରତ ପରାଜୟରେ ଖୁସି ବ୍ୟକ୍ତ କରିଥିଲେ। ମାମଲାରେ ତିନି ଛାତ୍ରଙ୍କ ବିରୋଧରେ ଜଗଦିଶପୁର ଥାନାରେ ମାମଲା ରୁଜୁ ହୋଇଥିଲା।

ଏହି ତିନି କାଶ୍ମୀରୀ ଛାତ୍ର ଅକ୍ଟୋବର ୨୪ରେ ଭାରତର ପରାଜୟ ପରେ ଦେଶ ବିରୋଧୀ ଗତିବିଧିରେ ସାମିଲ୍ ଥିଲେ। ନିଜର ହ୍ଵାଟ୍ସଆପ୍ ଷ୍ଟାଟସରେ ଉତ୍ତେଜନାମୂଳକ ଭିଡିଓ ସେୟାର କରିଥିଲେ। ଏହାର ବିରୋଧ କରିବାରୁ ଜଣେ ଛାତ୍ର କାଶ୍ମୀରକୁ ନିଜର ଦେଶ ବୋଲି କହିଥିଲା।

   Related Posts