ମେହବୁବାଙ୍କ ମନ୍ତବ୍ୟକୁ ନେଇ ଖପ୍ପା ବିଜେପି ନେତା, କହିଲେ- ‘ତୁମେ କେତେ ପ୍ରତିଶତ ଭାରତୀୟ ପ୍ରମାଣ କର’

Published By : Prameya-News7 Bureau | October 26, 2021 IST

ନୂଆଦିଲ୍ଲୀ ୨୬/୧୦: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ୍‌କୁ ନେଇ ଏବେ ବି ଚାଲିଛି ରାଜନୀତି। ଭାରତର ପରାଜୟ ପରେ କାଶ୍ମୀରୀଙ୍କ ଉତ୍ସବକୁ ମେହବୁବା ମୁଫତିଙ୍କ ସମର୍ଥନକୁ ନେଇ ବର୍ଷିଛନ୍ତି ବିଜେପି ନେତା ତଥା ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ୍‌। ମୁଫ୍‌ତିଙ୍କୁ ଟାର୍ଗେଟ କରି ଅନୀଲ ବିଜ୍‌ କହିଛନ୍ତି,  ମେହବୁବା ମୁଫତିଙ୍କ ଡିଏନରେ ଡିଫେକ୍ଟ ରହିଛି। ତାଙ୍କୁ ସାବ୍ୟସ୍ତ କରିବାକୁ ହେବ ସେ କେତେ ଭାରତୀୟ ?

ପିପୁଲ୍ସ ଡେମୋକ୍ରେଟିକ୍‌ ପାର୍ଟି(ପିଡିପି) ମୁଖ୍ୟ ମେହବୁବା ସୋମବାର ଟି-୨୦ ବିଶ୍ବକପ୍‌ରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ପରେ କାଶ୍ମୀର ବାସୀ ଖୁସି ମନାଇବାକୁ ନେଇ ବିରୋଧ କରିଥିବା ଲୋକଙ୍କୁ ସମାଲୋଚନା କରିଥିଲେ। ମେହବୁବା ଟ୍ବିଟ୍‌ କରି କହିଥିଲେ, ପାକିସ୍ତାନ ବିଜୟର ଖୁସି ମନାଇବାକୁ ନେଇ କାଶ୍ମୀରୀଙ୍କ ବିରୋଧରେ ଏତେ କ୍ରୋଧ କାହିଁକି ? ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେତେ ଲୋକ ମିଠା ବାଣ୍ଟି ଖୁସି ମନାଇଥିଲେ ତାହା କେହି ଭୁଲିନାହାନ୍ତି। ସେ ଅନ୍ୟ ଏକ ଟ୍ବିଟ୍‌ରେ ଲେଖିଥିଲେ, ‘ଏହାକୁ କୋହଲିଙ୍କ ଭଳି ଭଲ ଭାବନାରେ ଗ୍ରହଣ କରନ୍ତୁ। ଯିଏକି ପ୍ରଥମ ବ୍ୟକ୍ତି ଭାବେ କ୍ରିକେଟ ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ।’

wp:html /wp:html

ମେହବୁବାଙ୍କ ଏହି ବୟାନ ପରେ ପାଲଟା ଆକ୍ରମଣ କରି ଅନୀଲ ବିଜ ଟ୍ବିଟ୍‌ କରି କହିଛନ୍ତି, ‘କ୍ରିକେଟ ମ୍ୟାଚ୍‌ରେ ପାକିସ୍ତାନ ଜିତିବା ପରେ ଭାରତରେ ବାଣ ଫୁଟାଉଥିବା ଲୋକଙ୍କ ଡିଏନଏ ଭାରତୀୟ ହୋଇନଥିବ। ସଚେତନ ରୁହନ୍ତୁ ଆପଣମାନଙ୍କ ଘରେ ବି ଦେଶଦ୍ରୋହୀ ଅଛନ୍ତି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.